ପୁଣି ଏକ ଅଜବ ରନ୍‌ ଆଉଟ୍‌ର ଭିଡିଓ ଭାଇରାଲ୍‌

ୱେଲିଙ୍ଗଟନ୍‌: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ପାକ୍‌ ବ୍ୟାଟସ୍‌ମ୍ୟାନ୍‌ ଆଝାର ଅଲ୍ଲୀଙ୍କ ଆତ୍ମଘାତୀ ରନ୍‌ ଆଉଟ୍‌ର ଭିଡିଓ ଗତକାଲି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହି ଘଟଣାଟି ଅବୁଧାବିରେ ଘଟିଥିଲା। ତେବେ ଅବୁଧାବିଠାରୁ ଯୋଜନ ଯୋଜନ ଦୂର ନ୍ୟୁଜିଲ୍ୟାଣ୍ଡର ୱେଲିଙ୍ଗଟନ୍‌ଠାରେ ଆଉ ଏକ ଅଜବ ରନ୍‌ ଆଉଟ୍‌ର ଭିଡିଓ ଭାଇରାଲ୍‌ ହୋଇଛି। ନ୍ୟୁଜିଲ୍ୟାଣ୍ଡର ଘରୋଇ ଟୁର୍ଣ୍ଣାମେଣ୍ଟ୍‌ ପୁଲକେଣ୍ଟ ଶ୍ଲାଇଡ୍‌ ମ୍ୟାଚ୍‌ରେ ଏହି ଘଟଣା ଘଟିଛି। ୱେଲିଙ୍ଗଟନ୍‌ ଓ ଓଟଗା ଏହି ମ୍ୟାଚ୍‌ରେ ମୁହାଁମୁହିଁ […]

g

Hemant Lenka
  • Published: Friday, 19 October 2018
  • , Updated: 19 October 2018, 03:58 PM IST

ୱେଲିଙ୍ଗଟନ୍‌: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ପାକ୍‌ ବ୍ୟାଟସ୍‌ମ୍ୟାନ୍‌ ଆଝାର ଅଲ୍ଲୀଙ୍କ ଆତ୍ମଘାତୀ ରନ୍‌ ଆଉଟ୍‌ର ଭିଡିଓ ଗତକାଲି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଏହି ଘଟଣାଟି ଅବୁଧାବିରେ ଘଟିଥିଲା। ତେବେ ଅବୁଧାବିଠାରୁ ଯୋଜନ ଯୋଜନ ଦୂର ନ୍ୟୁଜିଲ୍ୟାଣ୍ଡର ୱେଲିଙ୍ଗଟନ୍‌ଠାରେ ଆଉ ଏକ ଅଜବ ରନ୍‌ ଆଉଟ୍‌ର ଭିଡିଓ ଭାଇରାଲ୍‌ ହୋଇଛି।

ନ୍ୟୁଜିଲ୍ୟାଣ୍ଡର ଘରୋଇ ଟୁର୍ଣ୍ଣାମେଣ୍ଟ୍‌ ପୁଲକେଣ୍ଟ ଶ୍ଲାଇଡ୍‌ ମ୍ୟାଚ୍‌ରେ ଏହି ଘଟଣା ଘଟିଛି। ୱେଲିଙ୍ଗଟନ୍‌ ଓ ଓଟଗା ଏହି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଅଲରାଉଣ୍ଡର ନେଥନ ସ୍ମିଥ ଓ ମାଇକେଲ୍‌ ରିପ୍ପନ୍‌ ଏକ ଅଜବ ରନ୍‌ ଆଉଟ୍‌ର ସମ୍ମୁଖୀନ ହୋଇଛନ୍ତି।

[caption id="attachment_290487" align="alignnone" width="911"] ଆଝାର ଅଲ୍ଲୀଙ୍କ ରନ୍‌ ଆଉଟ୍‌[/caption]

ମ୍ୟାଚ୍‌ର ୪୭ତମ ଓଭର୍‌ରେ ରିପ୍ପୋନ୍‌ ଏକ ବଲ୍‌କୁ ଫାଇନ୍‌ ଲେଗ୍‌କୁ ଫ୍ଲିକ୍‌ କରିଥିଲେ। ଏହା ନିଶ୍ଚିତ ଦୁଇ ରନ୍‌ ଥିଲା। ତେବେ ବୋଲର୍‌ ଏଣ୍ଡରୁ ଗୋଟିଏ ରନ୍‌ ନେଇ ରିପ୍ପନ୍‌ ଦ୍ୱିତୀୟ ରନ୍‌ ପାଇଁ ପ୍ରୟାସ କରୁଥିବା ବେଳେ ଦୁଇ ଥର ତଳେ ପଡ଼ିଯାଇଥିଲେ। ଏହା ଦେଖି ଦ୍ୱିତୀୟ ରନ୍‌ ପାଇଁ ପ୍ରୟାସ କରୁଥିବା ତାଙ୍କ ବ୍ୟାଟିଂ ପାର୍ଟନର୍‌ ମାଇକେଲ୍‌ ଅଟକି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ମଧ୍ୟ ତଳେ ପଡ଼ି ଯାଇଥିଲେ। ଦୁଇ ଜଣ ଯାକ ବ୍ୟାଟସ୍‌ମ୍ୟାନ୍‌ ପିଚ୍ ଅଧାରେ ହିଁ ଗଳି ପଡ଼ିଥଲେ। ଦୁଇ ଜଣ ଯାବ ବ୍ୟାଟସ୍‌ମ୍ୟାନ୍‌ ତଳେ ପଡ଼ିଥିବା ବେଳେ ୱେଲିଙ୍ଗଟନ୍‌ର ୱିକେଟ୍‌ କିପର୍‌ ଲାଚେଇ ଜୋନ୍ସ ତୁରନ୍ତ ୱିକେଟ୍‌ ଭାଙ୍ଗି ଦେଇଥିଲେ।

ଏଭଳି ରନ୍‌ ଆଉଟ୍‌ କ୍ରିକେଟ୍‌ ଇତିହାସରେ ବିରଳ ବୋଲି ଅନେକ ଲୋକ ସୋଶାଲ୍‌ ମିଡିଆରେ ମତ ଦେଇଛନ୍ତି।

https://twitter.com/twitter/statuses/1053128314242633734

Related story