ବ୍ୟାଟ୍ସମ୍ୟାନଙ୍କ ଏମିତି ଅଜବ ବ୍ୟାଟିଂ ଷ୍ଟାଇଲ୍ ଦେଖି ସବୁ ଅବାକ୍‌, ଦେଖନ୍ତୁ ଏହି ଭିଡିଓ

ନୂଆଦିଲ୍ଲୀ: ସାଧାରଣତଃ କ୍ରିକେଟରେ ଅନେକ ଅଜବ ଘଟଣା ଦେଖିବାକୁ ମିଳିଥାଏ। ଏହା ମଧ୍ୟରୁ କିଛି ଆମକୁ ଭାବବିହ୍ୱଳ କରିଥାଏ ତ କିଛି ଚକିତ ମଧ୍ୟ କରିଥାଏ। ନିକଟରେ ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତେ ଅବାକ ହୋଇପଡ଼ିଛନ୍ତି। Cricket with style 🏏🏏😎😎#psl2020 pic.twitter.com/g2SCY8ZtQ7 — اسرار احمد (@Mysterious_CM) February 20, 2020 ଏହି ଭିଡିଓରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅଜବ ଗଜବ ଢଙ୍ଗରେ ବ୍ୟାଟିଂ କରିଥିବାର ଦେଖିବାକୁ ମିଳିଛି। […]

cricket

Ranjit Kumar Jena
  • Published: Thursday, 20 February 2020
  • , Updated: 20 February 2020, 09:27 PM IST

ନୂଆଦିଲ୍ଲୀ: ସାଧାରଣତଃ କ୍ରିକେଟରେ ଅନେକ ଅଜବ ଘଟଣା ଦେଖିବାକୁ ମିଳିଥାଏ। ଏହା ମଧ୍ୟରୁ କିଛି ଆମକୁ ଭାବବିହ୍ୱଳ କରିଥାଏ ତ କିଛି ଚକିତ ମଧ୍ୟ କରିଥାଏ। ନିକଟରେ ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତେ ଅବାକ ହୋଇପଡ଼ିଛନ୍ତି।


ଏହି ଭିଡିଓରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅଜବ ଗଜବ ଢଙ୍ଗରେ ବ୍ୟାଟିଂ କରିଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ହୁଏତ ପାକିସ୍ତାନର କୌଣସି ଏକ ଅଞ୍ଚଳର ବୋଲି କୁହାଯାଉଛି। ଏଥିରେ ଉଭୟ ଦଳ ସିମେଣ୍ଟ ପିଚ୍ କିମ୍ବା ଟେନିସ୍ ବଲରେ କ୍ରିକେଟ୍ ଖେଳୁଥିବା ଜଣା ପଡ଼ୁଛି। ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ଜଣକ ଏଭଳି ବ୍ୟାଟିଂ କରୁଛନ୍ତି ଯେ, ଯେପରି ତାଙ୍କ ପାଇଁ ବ୍ୟାଟିଂ କରିବା ବାଁ ହାତର ଖେଳ।

ସେ ବ୍ୟାଟିଂ କରୁଥିବା ବେଳେ ପିଚକୁ ଏଭଳି ବ୍ୟବହାର କରୁଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ତେବେ ଶୀର୍ଷସ୍ତରୀୟ ଅଥବା ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟରେ ଏଭଳି ବ୍ୟାଟିଂ କରିବା ବହୁତ କଷ୍ଟ, କିନ୍ତୁ ଟେନିସ୍ ଓ ସଫ୍ଟବଲ ମୁକାବିଲାରେ ଏଭଳି ହେବା ସମ୍ଭବ।

Related story