ୟୁନୁସ ଖାଁ @୧୦୦ ଟେଷ୍ଟ‌୍‍ ମ୍ୟାଚ‌୍‍

କଲୋମ୍ୱୋ: ଶ୍ରୀଲଙ୍କା-ପାକିସ୍ତାନ ଦ୍ୱିତୀୟ ଟେଷ୍ଟ‌୍‍ ମ୍ୟାଚ‌୍‍ ଗୁରୁବାର ଠାରୁ ଆରମ୍ଭ ହୋଇଛି। ପାକିସ୍ତାନ ଟସ‌୍‍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚଟି ପାକିସ୍ତାନ ବ୍ୟାଟ୍ସମ୍ୟାନ‌୍‍ ୟୁନୁସ ଖାଁଙ୍କ ପାଇଁ ବେଶ‌୍‍ ଖାସ‌୍‍। କାରଣ ଏହା ହେଉଛି ତାଙ୍କର ୧୦୦ ତମ ଟେଷ୍ଟ‌୍‍ ମ୍ୟାଚ‌୍‍। ସେଥିପାଇଁ ଏହି ମ୍ୟାଚଟିକୁ ଜିତି ୟୁନୁସଙ୍କୁ ଉପହାର ଭାବେ ଭେଟି ଦେବାକୁ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇଛି ପାକିସ୍ତାନ ଟିମ‌୍‍। ୧୦୦ ଅବା ତା’ଠାରୁ ଅଧିକ ଟେଷ୍ଟ‌୍‍ ମ୍ୟାଚ‌୍‍ ଖେଳିବାରେ […]

Younis-Khan

Younis-Khan

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 08:06 AM IST

Sports

Latest News

କଲୋମ୍ୱୋ: ଶ୍ରୀଲଙ୍କା-ପାକିସ୍ତାନ ଦ୍ୱିତୀୟ ଟେଷ୍ଟ‌୍‍ ମ୍ୟାଚ‌୍‍ ଗୁରୁବାର ଠାରୁ ଆରମ୍ଭ ହୋଇଛି। ପାକିସ୍ତାନ ଟସ‌୍‍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚଟି ପାକିସ୍ତାନ ବ୍ୟାଟ୍ସମ୍ୟାନ‌୍‍ ୟୁନୁସ ଖାଁଙ୍କ ପାଇଁ ବେଶ‌୍‍ ଖାସ‌୍‍। କାରଣ ଏହା ହେଉଛି ତାଙ୍କର ୧୦୦ ତମ ଟେଷ୍ଟ‌୍‍ ମ୍ୟାଚ‌୍‍। ସେଥିପାଇଁ ଏହି ମ୍ୟାଚଟିକୁ ଜିତି ୟୁନୁସଙ୍କୁ ଉପହାର ଭାବେ ଭେଟି ଦେବାକୁ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇଛି ପାକିସ୍ତାନ ଟିମ‌୍‍।

୧୦୦ ଅବା ତା’ଠାରୁ ଅଧିକ ଟେଷ୍ଟ‌୍‍ ମ୍ୟାଚ‌୍‍ ଖେଳିବାରେ ୟୁନୁସ ବନିଯାଇଛନ୍ତି ପାକିସ୍ତାନ ପ୍ରଥମ ଖେଳାଳି। ତାଙ୍କ ପୂର୍ବରୁ ଜାଭେଦ ମିଆଁଦାଦ. ଇଞ୍ଜାମାମ‌୍‍-ଉଲ-ହକ‌୍‍, ୱାସିମ‌୍‍ ଆକ୍ରମ ଓ ସଲିମ‌୍‍ ମଲ୍ଲିକ ୧୦୦ରୁ ଅଧିକ ଟେଷ୍ଟ‌୍‍ ମ୍ୟାଚ‌୍‍ ଖେଳିଛନ୍ତି। ମଆଁଦାଦା ପାକିସ୍ତାନ ପାଇଁ ସର୍ବାଧିକ ୧୨୪ଟି ଟେଷ୍ଟ‌୍‍ ମ୍ୟାଚ‌୍‍ ଖେଳିଥିବା ବେଳେ ଇଞ୍ଜାମାମ ୧୧୯, ୱାସିମ‌୍‍ ଆକ୍ରମ ୧୦୪ ଓ ସଲିମ‌୍‍ ମଲ୍ଲିକ ୧୦୩ଟି ଟେଷ୍ଟ‌୍‍ ମ୍ୟାଚ‌୍‍ ଖେଳିଛନ୍ତି।

ୟୁନୁସ ଖାଁ ୯୯ଟି ଟେଷ୍ଟ‌୍‍ ମ୍ୟାଚରୁ ୮,୫୯୪ ରନ‌୍‍ ସଂଗ୍ରହ କରିଛନ୍ତି। ଆଉ ପାକିସ୍ତାନ ଟେଷ୍ଟ‌୍‍ କ୍ରିକେଟରେ ଅଧିକ ରନ‌୍‍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ସ୍ଥାନରେ ରହିଛନ୍ତି ମିଆଁଦାଦା। ସେ ୮,୮୩୨ ରନ‌୍‍ ସଂଗ୍ରହ କରିଥିବା ବେଳେ ଇଞ୍ଜାମାମ ୮,୮୨୯ ରନ‌୍‍ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏଣୁ ୟୁନୁସ ଖାଁ ଖୁବଶୀଘ୍ର ଏଦୁହଁଙ୍କ ରେକର୍ଡ କାଟି ପାକିସ୍ତାନର ସର୍ବାଧିକ ଟେଷ୍ଟ‌୍‍ ରନ‌୍‍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ବନିବାର ସମ୍ଭାବନା ରହିଛି। ସେହିପରି ୯୯ଟି ଟେଷ୍ଟ‌୍‍ ମ୍ୟାଚରେ ୟୁନୁସ ମାରିଛନ୍ତ ୨୯ଟି ଶତକ। ଟେଷ୍ଟ‌୍‍ ମ୍ୟାଚରେ ସେ ପାକିସ୍ତାନର ସର୍ବାଧିକ ଶତକ ମାରିଥିବା ବ୍ୟାଟ୍ସମ୍ୟାନ‌୍‍। ତାଙ୍କ ତଳକୁ ଅଛନ୍ତି ଇଞ୍ଜାମାମ। ସେ ୨୫ଟି ଶତକ ମାରିଛନ୍ତି।

ସୂଚନାଯୋଗ୍ୟ, ଗାଲେ ଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ‌୍‍ ମ୍ୟାଚରେ ପାକିସ୍ତାନ ଘରୋଇ ଶ୍ରୀଲଙ୍କାକୁ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos