ଆଜିବି କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି ଯୁବରାଜ: କ୍ୟାନସର୍‌କୁ ପରାସ୍ତ କରିବା ପରେ ମିଳିଛି ଅଦ୍ଭୁତ ଶକ୍ତି

ପାକିସ୍ତାନ ବିପକ୍ଷରେ ଭାରତ ବିଜୟର ନାୟକ ସାଜିଥିବା ଯୁବରାଜ ସିଂହକୁ ନେଇ ଏବେ ସବୁଠି ଚର୍ଚ୍ଚା। ଭାରତ-ପାକିସ୍ତାନ ମ୍ୟାଚ୍‌ ଅନ୍ୟ ସମସ୍ତ ମ୍ୟାଚ୍‌ ଠାରୁ ଭିନ୍ନ। ଏହି ମ୍ୟାଚ୍‌ରେ କେବଳ ଉଭୟ ଦେଶର ଟିମ୍‌ ଖେଳି ନ ଥାନ୍ତି, ଉଭୟ ଦେଶର ଭାବନା ମଧ୍ୟ ଜଡିତ ଥାଏ। ହେଲେ ଏଭଳି ଏକ ମ୍ୟାଚ୍‌ରେ ନିଜ ଦେଶ ପାଇଁ ଖେଳି ଟିମକୁ ବିଜୟୀ କରିବାରେ ଯିଏ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଦେଶ […]

britain-cricket-champions-t

Rakesh Mallick
  • Published: Tuesday, 06 June 2017
  • , Updated: 07 June 2017, 03:20 PM IST

ପାକିସ୍ତାନ ବିପକ୍ଷରେ ଭାରତ ବିଜୟର ନାୟକ ସାଜିଥିବା ଯୁବରାଜ ସିଂହକୁ ନେଇ ଏବେ ସବୁଠି ଚର୍ଚ୍ଚା। ଭାରତ-ପାକିସ୍ତାନ ମ୍ୟାଚ୍‌ ଅନ୍ୟ ସମସ୍ତ ମ୍ୟାଚ୍‌ ଠାରୁ ଭିନ୍ନ। ଏହି ମ୍ୟାଚ୍‌ରେ କେବଳ ଉଭୟ ଦେଶର ଟିମ୍‌ ଖେଳି ନ ଥାନ୍ତି, ଉଭୟ ଦେଶର ଭାବନା ମଧ୍ୟ ଜଡିତ ଥାଏ। ହେଲେ ଏଭଳି ଏକ ମ୍ୟାଚ୍‌ରେ ନିଜ ଦେଶ ପାଇଁ ଖେଳି ଟିମକୁ ବିଜୟୀ କରିବାରେ ଯିଏ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଦେଶ ମନେ ରଖିଥାଏ। ଆଉ ରାତାରାତି ନିଜ ଦେଶରେ ହିରୋ ମଧ୍ୟ ବନିଯାଇଥାନ୍ତି। ଯାହା ଯୁବରାଜଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ମାତ୍ର ୩୨ଟି ବଲରେ ୫୩ ରନ କରି ସେ ଭାରତ ବିଜୟର ନାୟକ ସାଜିଥିଲେ।

ଟିମ୍‌ ଇଣ୍ଡିଆର ସବୁଠୁ ଅନୁଭବୀ ଖେଳାଳି ଭାବେ ସେ ଏଥର ଚାମ୍ପିୟନ୍ସ ଟ୍ରଫି ଖେଳୁଛନ୍ତି। କେବଳ ଟିମ୍‌ ଇଣ୍ଡିଆ ନୁହେଁ ପାକିସ୍ତାନ ଖେଳାଳି ସୋଏବ ମଲ୍ଲିକଙ୍କ ପରେ ସମ୍ପୂର୍ଣ୍ଣ ପ୍ରତିଯୋଗିତାର ସେ ହେଲେ ସବୁଠୁ ଅନୁଭବୀ ଖେଳାଳି। ୨୦୦୦ ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ଯୁବରାଜ ଏପର୍ଯ୍ୟନ୍ତ ନିଜ ପ୍ରଦର୍ଶନ ବଳରେ ଟିମ୍‌ରେ ସ୍ଥାନ ବଜାୟ ରଖିପାରିବାରେ ସକ୍ଷମ ହୋଇଛନ୍ତି। ଅନେକ ଘାତ ପ୍ରତିଘାତକୁ ସାମ୍ନା କରି ସେ ତାଙ୍କ କ୍ରିକେଟ୍‌ ଅଭିଜାନ ଜାରି ରଖିଛନ୍ତି। କ୍ୟାନସର୍‌ ଭଳି ଏକ ମାରାତ୍ମକ ରୋଗକୁ ମଧ୍ୟ ସେ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି। ଆଉ କ୍ୟାନସରରୁ ଆସିବା ପରେ ତାଙ୍କୁ ମଳିଛି ଅଦ୍ଭୁତ ଶକ୍ତି।

ସିକ୍ସର କିଙ୍ଗ୍‌ ଭାବେ ପରିଚିତ ଯୁବରାଜ ଲଗାତର ୬ଟି ବଲରୁ ୬ଟି ଛକା ମାରି ବିଶ୍ୱ କ୍ରିକେଟରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ। କେବଳ ସେତିକି ନୁହେଁ ଟୋଣ୍ଟି-୨୦ରେ ମଧ୍ୟ ତାଙ୍କ ନାଁରେ ଦୃତତ୍ତମ ଅର୍ଦ୍ଧସତକର ରେକର୍ଡ ରହିଛି। ସେ ଟୋଣ୍ଟି-୨୦ବିଶ୍ୱକପରେ ୧୨ଟି ବଲରୁ ୫୦ରନ କରିଥିଲେ, ଏପର୍ଯ୍ୟନ୍ତ ଏହି ରେକର୍ଡକୁ କେହି ଭାଙ୍ଗିପାରି ନାହାଁନ୍ତି। ଏହାସହ ୨୦୧୧ ବିଶ୍ୱକପରେ ମଧ୍ୟ ଭାରତ ବିଜୟର ମୁଖ୍ୟ ନାୟକ ଯୁବରାଜ ରହିଥିଲେ। ଏହି ବିଶ୍ୱକପରେ ବୋଲିଂ ଓ ବ୍ୟାଟିଂରେ ଆକର୍ଷଣୀୟ ପ୍ରଦର୍ଶନ କରି ଦେଶକୁ ବିଶ୍ୱକପ ଭେଟି ଦେଇଥିବା ସହ ପ୍ରତିଯୋଗିତାରେ ଯୁବି ମ୍ୟାନ୍‌ ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ।

ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଯୁବରାଜକୁ ନେଇ ଚର୍ଚ୍ଚା ଲାଗି ରହିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପ୍ରତିଯୋଗିତା ପୂର୍ବରୁ ଯୁବରାଜଙ୍କୁ ପ୍ରଶଂସା କରି କହିଥିଲେ ଯେ ଟିମ୍‌ରେ ଯୁବରାଜ ଓ ଧୋନୀଙ୍କ ଭଳି ଦୁଇ ଜଣ ଅଭିଜ୍ଞ ଖେଳାଳି ରହିଛନ୍ତି ଯେଉଁଥିପାଇଁ ଟିମ୍‌ ବେଶ ଶକ୍ତିଶାଳି ମନେ ହେଉଛି। ଅଧିନାୟକଙ୍କ ଭରଷାକୁ ଯୁବି ଉଚିତ୍‌ ସାବ୍ୟସ୍ତ କରିଛନ୍ତି। ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଦୃତତ୍ତମ ଅର୍ଦ୍ଧଶତକ କରି ଟିମ୍‌ର ସ୍କୋରକୁ ୩୦୦ରନ୍‌ ପାର କରିବାରେ ଯୁବି ଏକ ବଡ ଭୂମିକା ଗ୍ରହଣ କିରଥିଲେ। ଏପରି ସମୟରେ ସେ ପଡିଆକୁ ଆସିଥିଲେ ଯେତେବେଳେ ଟିମ୍‌ର ରନରେଟ୍‌ ଭଲ ନଥିବା ବେଳେ ବିରାଟ କ୍ରିଜ୍‌ରେ ସଂଘର୍ଷ କରୁଥିଲେ। ଫଳରେ ଯୁବରାଜଙ୍କ ଆକର୍ଷଣୀୟ ଇଁନିସ, ଟିମ୍‌ ପ୍ରତି ଥିବା ଚାପ ଦୂର କରିଥିଲା। ଏହି ମ୍ୟାଚ୍‌ରେ ଯୁବରାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ମ୍ୟାଚ୍‌ ପରେ ଅଧିନାୟକ ବିରାଟ୍‌ କିନ୍ତୁ ଯୁବିଙ୍କୁ  ପ୍ରଶଂସା କରିବାକୁ ଭୁଲି ନଥିଲେ। ଯୁବରାଜ ଖେଳିଥିବା ଇଁନିସ ବେଶ ଗୁରୁତ୍ୱପୂର୍ଣ୍ଣ ଓ ଆକର୍ଷଣୀୟ ଥିବା ସେ କହିଥିଲେ। ଅନ୍ୟପଟେ ଯୁବରାଜ ପ୍ରଥମ ଭାରତୀୟ ଭାବେ ପାକିସ୍ତାନ ବିପକ୍ଷରେ ଦୃତତ୍ତମ ଅର୍ଦ୍ଧଶତକ କରିବା ସହ ଭାରତୀୟ ଭାବେ ମଧ୍ୟ ଚାମ୍ପିୟନ୍ସ ଟ୍ରଫିରେ ଦୃତତ୍ତମ ଅର୍ଦ୍ଧଶତକ କରିବାର ଗୌରବ ଅର୍ଜନ କରିଛନ୍ତି।

Related story