୩୮ ବର୍ଷରେ ପାଦ ଥାପିଲେ ଯୁବି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିରାଟ୍ କୋହଲି, ଟର୍ବୋନେଟର ହରଭଜନ ସିଂହ ଏହି ଷ୍ଟାଇଲିଶ୍ କ୍ରିକେଟରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନ ଯୁବିଙ୍କୁ ଟ୍ୱିଟ୍ କରି ଲେଖିଛନ୍ତି, “ସୁପରଷ୍ଟାରଙ୍କୁ ଜନ୍ମଦିନର ଶୁଭେଚ୍ଛା। ଭଗବାନ ତୁମକୁ ସର୍ବଦା ସୁସ୍ଥ ଓ ଖୁସି ରଖନ୍ତୁ।” ସୂଚନାଯୋଗ୍ୟ, ଯୁବରାଜ ୧୨ ଡିସେମ୍ବର, ୧୯୮୧ରେ ଜନ୍ମ ହୋଇଥିଲେ। Wishing […]

yuvi

Ranjit Kumar Jena
  • Published: Thursday, 12 December 2019
  • , Updated: 12 December 2019, 05:31 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିରାଟ୍ କୋହଲି, ଟର୍ବୋନେଟର ହରଭଜନ ସିଂହ ଏହି ଷ୍ଟାଇଲିଶ୍ କ୍ରିକେଟରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନ ଯୁବିଙ୍କୁ ଟ୍ୱିଟ୍ କରି ଲେଖିଛନ୍ତି, "ସୁପରଷ୍ଟାରଙ୍କୁ ଜନ୍ମଦିନର ଶୁଭେଚ୍ଛା। ଭଗବାନ ତୁମକୁ ସର୍ବଦା ସୁସ୍ଥ ଓ ଖୁସି ରଖନ୍ତୁ।" ସୂଚନାଯୋଗ୍ୟ, ଯୁବରାଜ ୧୨ ଡିସେମ୍ବର, ୧୯୮୧ରେ ଜନ୍ମ ହୋଇଥିଲେ।

ପଞ୍ଜାବର ତାଙ୍କ ସାଥୀ କ୍ରିକେଟର୍ ହରଭଜନ ସିଂହ ଲେଖିଛନ୍ତି, "ଜନ୍ମଦିନର ଅନେକ ଶୁଭେଚ୍ଛା। ଭଗବାନ ଆପଣଙ୍କୁ ସର୍ବଦା ଖୁସି ରଖନ୍ତୁି ଏବଂ ଆପଣଙ୍କ ସବୁ ଇଚ୍ଛା ପୂରଣ ହେଉ।" ସେହିପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ନିଜର ଚିରାଚରିତ ଢ଼ଙ୍ଗରେ ଯୁବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ଆଇସିସି ଇଂଲଣ୍ଡ ବିପକ୍ଷ ଷ୍ଟୁଆର୍ଟ ବ୍ରଡଙ୍କୁ ମରାଯାଇଥିବା ୬ ବଲରେ ୬ ଛକାର ଏକ ଭିଡିଓ ଶେଆର୍ କରି ଯୁବିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛି।

ଅନ୍ୟପକ୍ଷରେ ବିସିସିଆଇ ବିଶ୍ୱକପ୍ ୨୦୧୧ର ୱିନିଙ୍ଗ୍ ମୋମେଣ୍ଟ ଶେଆର୍ କରିଛି। ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟି-୨୦ ବିଶ୍ୱକପରେ ଯୁବରାଜ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ ଛକା ମାରିଥିଲେ ଏବଂ ମାତ୍ର ୧୨ ବଲରେ ଅର୍ଦ୍ଧଶତକ ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ, ଯାହା ଆଜିବି ଅତୁଟ ରହିଛି।

ଯୁବରାଜ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଶେଷଥର ପାଇଁ ଭାରତ ପକ୍ଷରୁ ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହା ପୂର୍ବରୁ ସେ ଚାମ୍ପିୟନ୍ସ ଟ୍ରଫି ୨୦୧୭ ଏବଂ ଏହା ପରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳର ସଦସ୍ୟ ଥିଲେ। ସେ ନିଜ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ୍ ଜୁନ୍ ୩୦, ୨୦୧୭ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଣ୍ଟିଗୁଆରେ ଖେଳିଥିଲେ।

ଏହି ଚାମ୍ପିୟନ୍ ଖେଳାଳି ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ୪୦ ଟେଷ୍ଟ, ୩୦୪ ଦିନିକିଆ ଓ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଯୁବି ଦିନିକିଆରେ ୨୭୮ ଇନିଂସରେ ୮୭୦୧ ରନ୍ କରିଛନ୍ତି, ଯେଉଁଥିରେ ୧୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ୍ ଅଛି। ସେହିପରି ଟେଷ୍ଟରେ ତାଙ୍କ ନାଁରେ ୧୯୦୦ ରନ୍ ଏବଂ ଟି-୨୦ରେ ୧୧୭୭ ରନ୍ ରହିଛି।

୨୦୧୧ ବିଶ୍ୱକପ୍ ପରେ ଯୁବରାଜଙ୍କ ସ୍ୱାସ୍ଥ୍ୟଜନିତ ଖବର ସାମ୍ନାକୁ ଆସିଥିଲା, ଯାହା ତାଙ୍କ ପ୍ରଶଂସକ ଓ ଭାରତୀୟ ଟିମକୁ ଦୋହଲାଇ ଦେଇଥିଲା। ଯୁବରାଜ ସିଂହଙ୍କ ଫୁସଫୁସରେ କ୍ୟାନସର ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା ଏବଂ ଏହାର ଉପଚାର ପାଇଁ ସେ ଲମ୍ବା ସମୟ ଧରି କ୍ରିକେଟରେ ବାହାରେ ରହିଥିଲେ। ଯୁବରାଜ ଏହି ଟ୍ୟୁମର ଯନ୍ତ୍ରଣା ସହ ବିଶ୍ୱକପ୍ ଖେଳିଥିଲେ ଏବଂ ସେ ସେତେବେଳେ ଏହି କଥା କାହାକୁ ଜଣାଇ ନଥିଲେ। ବିଶ୍ୱକପରେ ସେ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ।

Related story