IPL ପୂର୍ବରୁ ବିପକ୍ଷ ଟିମ୍‌ ପାଇଁ ସତର୍କ ଘଣ୍ଟି ବଜାଇଲେ ସିକ୍ସର କିଙ୍ଗ: 12ଟି ଛକା ମାରି ପୂରଣ କଲେ ଶତକ

Ordigital Desk
  • Published: Thursday, 05 April 2018
  • , Updated: 05 April 2018, 04:35 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିସ୍ଫୋରକ ବ୍ୟାଟ୍ସମ୍ୟାନ୍&zwnj; ଯୁବରାଜ ଆଇପିଏଲ ପୂର୍ବରୁ ବିପକ୍ଷ ଟିମ୍&zwnj; ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି। ବୁଧବାର ଏକ ଅଭ୍ୟାସ ମ୍ୟାଚ୍&zwnj;ରେ ସେ ଏଭଳି ବିସ୍ଫୋରକ ବ୍ୟାଟିଂ କରିଥିଲେ ଯାହା ଯୁବିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଆଣିଛି। ଯୁବି ଗୋଟିଏ ଇଂନିସରେ ୧୨୦ରନର ଏକ ଆକର୍ଷଣୀୟ ପାଳି ଖେଳିଥିଲେ। ଯେଉଁଥିରେ ୧୨ଟି ବିଶାଳ ଛକା ମଧ୍ୟ ସାମିଲ ଥିଲା। ଯୁବିଙ୍କ ଏଭଳି ପ୍ରଦର୍ଶନ ଆଇପିଏଲ ପୂର୍ବରୁ ପଞ୍ଜାବ ଟିମ୍&zwnj; ପାଇଁ ଶୁଭ ସଂକେତ। ପୁଣି ଥରେ ଯୁବି ନିଜ ପୁରୁଣା ଫର୍ମକୁ ଫେରିଥିବାରୁ ଏଥର ଆଇପିଏଲରେ ତାଙ୍କର ଜଲ୍&zwnj;ୱା ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଫର୍ମ ଦେଖି ଲାଗୁଛି ସେ ଏଥର ଆଇପିଏଲରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ।</p> <p>ଯୁବି ଏପର୍ଯ୍ୟନ୍ତ ଆଇପିଏଲରେ ପଞ୍ଜାବ, ପୁଣେ, ଆର୍&zwnj;ସିବି, ଦିଲ୍ଲୀ ଏବଂ ହାଇଦ୍ରାବାଦ ଟିମ୍&zwnj;ରେ ଖେଳିସାରିଛନ୍ତି। ୨୦୧୮ ଆଇପିଏଲରେ ପୁଣିଥରେ ପଞ୍ଜାବ ଟିମ୍&zwnj;ରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଛି। ଆଇପିଏଲରେ ପଞ୍ଜାବ ତାର ପ୍ରଥମ ମ୍ୟାଚ୍&zwnj; ଦିଲ୍ଲୀ ଡେୟାର ଡେଭିଲ୍ସ୍&zwnj; ସହ ଏପ୍ରିଲ ୮ ତାରିଖରେ ଖେଳିବ। ଯୁବିଙ୍କୁ ପଞ୍ଜାବ ନିଜ ବେସ୍ ପ୍ରାଇସ୍&zwnj; ୨ କୋଟି ଟଙ୍କାରେ କିଣିଛି। ଯୁବରାଜ ଏପର୍ଯ୍ୟନ୍ତ ଆଇପିଏଲରେ ୧୨୦ଟି ମ୍ୟାଚ୍&zwnj; ଖେଳି ୨୫୮୭ ରନ କରିଛନ୍ତି।</p>

Related story