ଡିସେମ୍ବରରେ ଅବସର ନେବେ ଯୁବରାଜ; ମୋହାଲିରେ ଶ୍ରୀଲଙ୍କା ବିରୁଦ୍ଧରେ ଖେଳିବେ ଶେଷ ମ୍ୟାଚ୍!

ନୂଆଦିଲ୍ଲୀ: ଟିମ୍‌କୁ ଫେରିବା ପାଇଁ ଯୁବରାଜ ସିଂହ ଏବେ ଖୁବ୍ ପରିଶ୍ରମ କରୁଛନ୍ତି। ୟୋ-ୟୋ ଟେଷ୍ଟରେ ପାସ୍ କରିବା ପାଇଁ ବେଙ୍ଗଲୁରୁ ସ୍ଥିତ ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ଝାଳ ବୁହାଉଛନ୍ତି। କିନ୍ତୁ ବିସିସିଆଇ ଏନେଇ ତାଙ୍କ ଉପରେ ସନ୍ତୁଷ୍ଟ ନାହିଁ। କାରଣ ଏବେ ରଣଜୀ ସିଜିନ୍ ଚାଲିଛି। ଯୁବରାଜ ପଞ୍ଜାବ ପକ୍ଷରୁ ରଣଜୀ ଖେଳନ୍ତି। ପଞ୍ଜାବ ଏଥର ଏଯାବତ୍ ଚାରୋଟି ମ୍ୟାଚ୍ ଖେଳି ସାରିଲାଣି। କିନ୍ତୁ ଯୁବରାଜ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ […]

yuvi

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 10:43 AM IST

ନୂଆଦିଲ୍ଲୀ: ଟିମ୍‌କୁ ଫେରିବା ପାଇଁ ଯୁବରାଜ ସିଂହ ଏବେ ଖୁବ୍ ପରିଶ୍ରମ କରୁଛନ୍ତି। ୟୋ-ୟୋ ଟେଷ୍ଟରେ ପାସ୍ କରିବା ପାଇଁ ବେଙ୍ଗଲୁରୁ ସ୍ଥିତ ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ଝାଳ ବୁହାଉଛନ୍ତି। କିନ୍ତୁ ବିସିସିଆଇ ଏନେଇ ତାଙ୍କ ଉପରେ ସନ୍ତୁଷ୍ଟ ନାହିଁ। କାରଣ ଏବେ ରଣଜୀ ସିଜିନ୍ ଚାଲିଛି। ଯୁବରାଜ ପଞ୍ଜାବ ପକ୍ଷରୁ ରଣଜୀ ଖେଳନ୍ତି। ପଞ୍ଜାବ ଏଥର ଏଯାବତ୍ ଚାରୋଟି ମ୍ୟାଚ୍ ଖେଳି ସାରିଲାଣି। କିନ୍ତୁ ଯୁବରାଜ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ମାତ୍ର ୨୦ ଓ ୪୨ ରନ୍‌ର ଦୁଇଟି ପାଳି ଖେଳିଛନ୍ତି। କୌଣସି ପ୍ରକାର ଆଘାତ ଲାଗି ନଥିବା ସତ୍ତ୍ୱେ ଯୁବରାଜ ରଣଜୀ ମ୍ୟାଚ୍ ନ ଖେଳି ଏନ୍‌ସିଏରେ ଝାଳ ବୁହାଉଥିବା କଥାକୁ ନେଇ ବିସିସିଆଇ ଅସନ୍ତୋଷ ଜାହିର କରିଛି।

ନିକଟରେ ୩୮ ବର୍ଷୀୟ ଫାଷ୍ଟ ବୋଲର ଆଶିଷ ନେହେରା ନିଜ ହୋମ୍‌ଗ୍ରାଉଣ୍ଡ ଫିରୋଜଶାହ କୋଟଲାରେ ଅବସର ନେଇଥିଲେ। ଏଣୁ କୁହାଯାଉଛି ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍‌ରେ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବେ।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ଧର୍ମଶାଳାରେ ଖେଳା ଯିବ। ଦ୍ୱିତୀୟ ମ୍ୟାଚ୍‌ଟି ମୋହାଲିରେ ଖେଳା ଯିବ। ମୋହାଲି ହେଉଛି ଯୁବରାଜଙ୍କ ହୋମ୍‌ଗ୍ରାଉଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ବିସିସିଆଇ କୁଆଡ଼େ ଯୁବରାଜଙ୍କ ନିକଟକୁ ନିଜର ପରାମର୍ଶ ପଠାଇ ଦେଇଛି। ମୋହାଲି ମ୍ୟାଚ୍‌ରେ ସେ ଅବସର ଘୋଷଣା କରନ୍ତୁ ବୋଲି ବିସିସିଆଇ ପରାମର୍ଶ ଦେଇଛି। କିନ୍ତୁ ଯୁବରାଜଙ୍କ ଜଣେ ନିକଟତମ ବନ୍ଧୁ କହିଛନ୍ତି ଯେ ସେ କେବେ କ୍ରିକେଟରୁ ଅବସର ନେବେ ତାହା ନିର୍ଦ୍ଧାରଣ କରିବାକୁ ବିସିସିଆଇ କିଏ? ଯୁବରାଜ ଗତ ଚାରି ସପ୍ତାହ ହେଲାଣି ଏନ୍‌ସିଏରେ କଠିନ ପରିଶ୍ରମ କରୁଛନ୍ତି। ଏହି ମାସ ଶେଷରେ ଅନ୍ତିମ ୟୋ ୟୋ ଟେଷ୍ଟ ହେବାର ଅଛି। ତେଣୁ ସେ ସେଠାରେ ଝାଳ ବୁହାଉଛନ୍ତି। ସେଥିରେ ପାସ୍ କଲେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିବେ। ୟୋ ୟୋ ଟେଷ୍ଟରେ ପାସ୍‌ ନକଲେ କୌଣସି ଖେଳାଳି ଟିମ୍‌ରେ ସାମିଲ ହୋଇପାରିବେ ନାହିଁ ବୋଲି ଟିମ୍ ମ୍ୟାନେଜ୍‌ମେଣ୍ଟ ନିୟମ କରିଛି। ଯୁବରାଜ ୨୦୧୯ ବିଶ୍ୱକପ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି।

Related story