ପାଣ୍ଡ୍ୟାଙ୍କ ଅସମ୍ମାନିତ କଲା ଭଳି ଜନ୍ମଦିନ ଶୁଭେଚ୍ଛାର ଜବାବ ଦେଲେ ଜାହିର

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ବୋଲର ଜାହିର ଖାନଙ୍କୁ ତାଙ୍କ ଜନ୍ମଦିନରେ  ଅସମ୍ମାନ କଲା ଭଳି ଶୁଭେଚ୍ଛା ଦେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଜି ପୁଣିଥରେ ଟ୍ରଲ ହୋଇଛନ୍ତି। ଖୋଦ୍‌ ଜାହିର ନିଜେ ପାଣ୍ଡ୍ୟାଙ୍କ ଶୁଭେଚ୍ଛାରେ ଜବାବ ଦେଇଛନ୍ତି। ସେ କହିଛନ୍ତି, “ହାହା ଶୁଭେଚ୍ଛା ପାଇଁ ପାଣ୍ଡ୍ୟା ତୁମକୁ ଧନ୍ୟବାଦ। ମୋ ବ୍ୟାଟିଂ କେବେ ହେଲେ ତୁମ ଭଳି ଭଲ ନୁହେଁ। କିନ୍ତୁ ମୋ ଜନ୍ମଦିନ ଠାରୁ ଆହୁରି ଭଲ ଗୋଟିଏ ଘଟଣା ଘଟିଥିଲା। ତୁମେ ଯେଉଁ […]

xx

Hemant Lenka
  • Published: Wednesday, 09 October 2019
  • , Updated: 09 October 2019, 08:37 PM IST

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ବୋଲର ଜାହିର ଖାନଙ୍କୁ ତାଙ୍କ ଜନ୍ମଦିନରେ  ଅସମ୍ମାନ କଲା ଭଳି ଶୁଭେଚ୍ଛା ଦେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଜି ପୁଣିଥରେ ଟ୍ରଲ ହୋଇଛନ୍ତି। ଖୋଦ୍‌ ଜାହିର ନିଜେ ପାଣ୍ଡ୍ୟାଙ୍କ ଶୁଭେଚ୍ଛାରେ ଜବାବ ଦେଇଛନ୍ତି। ସେ କହିଛନ୍ତି, “ହାହା ଶୁଭେଚ୍ଛା ପାଇଁ ପାଣ୍ଡ୍ୟା ତୁମକୁ ଧନ୍ୟବାଦ। ମୋ ବ୍ୟାଟିଂ କେବେ ହେଲେ ତୁମ ଭଳି ଭଲ ନୁହେଁ।

କିନ୍ତୁ ମୋ ଜନ୍ମଦିନ ଠାରୁ ଆହୁରି ଭଲ ଗୋଟିଏ ଘଟଣା ଘଟିଥିଲା। ତୁମେ ଯେଉଁ ବଲ୍‌ରେ ଛକା ମାରିଥିଲ ବୋଲି ଭିଡିଓ ପୋଷ୍ଟ କରିଥିଲେ। ତା’ ପର ବଲରେ ଯାହା ଘଟିଥିଲା, ତାହା ମୋ ଜନ୍ମଦିନ ଠାରୁ ବି ଅଧିକ ଭଲ ଥିଲା।”

ପାଣ୍ଡ୍ୟା ଅକ୍ଟୋବର ୭ରେ ଜାହିରଙ୍କ ଜନ୍ମଦିନରେ ଏକ ଭିଡିଓ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭିଡିଓରେ ପାଣ୍ଡ୍ୟା ଗୋଟିଏ ମ୍ୟାଚ୍‌ରେ ଜାହିରଙ୍କୁ ଛକା ମାରୁଥିବା ଦେଖିବାକୁ ମିଳୁଛି। ସେହିପରି ସେ ଜାହିରଙ୍କୁ ତାଙ୍କ ଭଳି ଛକା ମାରିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ।

ଏହାକୁ ନେଇ ସୋଶାଲ ମିଡିଆରେ ପାଣ୍ଡ୍ୟାକୁ ଅନେକ ଲୋକ ତୀବ୍ର ସମାଲୋଚନା କରିଥିଲେ। ଜାହିରଙ୍କ ଭଳି ଜଣେ ଖ୍ୟାତନାମା ଖେଳାଳିଙ୍କୁ ପାଣ୍ଡ୍ୟା ଟ୍ରଲ କରିଥିବାରୁ ଏହାକୁ କେହି ବି ସହଜରେ ଗ୍ରହଣ କରିପାରି ନଥିଲେ।

Related story