୬୧୦ ୱିକେଟ୍ ନେଇଥିବା ଜାହିରଙ୍କ ଉପରେ ଭାରି ପଡ଼ିଲେ ୫ଟି ୱିକେଟ୍ ନେଇଥିବା ଭରତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ନିଯୁକ୍ତିକୁ ନେଇ ଚାଲିଥିବା ନାଟକୀୟ ଘଟଣାକ୍ରମର ଅନ୍ତ ଘଟିଛି। ଭରତ ଅରୁଣଙ୍କୁ ଗତକାଲି ବୋଲିଂ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି। ବିସିସିଆଇର ଏହି ନିଷ୍ପତ୍ତି ପରେ ୬୧୦ ଅନ୍ତର୍ଜାତୀୟ ୱିକେଟ୍ ନେଇଥିବା ଜାହିର ଖାନଙ୍କ ଉପରେ ମାତ୍ର ୫ଟି ଅନ୍ତର୍ଜାତୀୟ ୱିକେଟ୍ ନେଇଥିବା ଭରତ ଅରୁଣ ଭାରି ପଡ଼ିଛନ୍ତି। ବୋଲର ଭାବେ ଜାହିର ଖାନଙ୍କ ଅନୁଭବ ଢେର ଅଧିକ। ଜାହିର ୨୦୦ଟି ଦିନିକିଆ ମ୍ୟାଚ୍‌ ଖେଳି ୨୮୨ଟି ୱିକେଟ୍ ନେଇଛନ୍ତି। […]

zaheer

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 12:08 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ନିଯୁକ୍ତିକୁ ନେଇ ଚାଲିଥିବା ନାଟକୀୟ ଘଟଣାକ୍ରମର ଅନ୍ତ ଘଟିଛି। ଭରତ ଅରୁଣଙ୍କୁ ଗତକାଲି ବୋଲିଂ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି। ବିସିସିଆଇର ଏହି ନିଷ୍ପତ୍ତି ପରେ ୬୧୦ ଅନ୍ତର୍ଜାତୀୟ ୱିକେଟ୍ ନେଇଥିବା ଜାହିର ଖାନଙ୍କ ଉପରେ ମାତ୍ର ୫ଟି ଅନ୍ତର୍ଜାତୀୟ ୱିକେଟ୍ ନେଇଥିବା ଭରତ ଅରୁଣ ଭାରି ପଡ଼ିଛନ୍ତି।

ବୋଲର ଭାବେ ଜାହିର ଖାନଙ୍କ ଅନୁଭବ ଢେର ଅଧିକ। ଜାହିର ୨୦୦ଟି ଦିନିକିଆ ମ୍ୟାଚ୍‌ ଖେଳି ୨୮୨ଟି ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ ଭାରତ ଅରୁଣ ମାତ୍ର ଚାରୋଟି ଦିନିକିଆ ମ୍ୟାଚ୍ ଖେଳି ଗୋଟିଏ ୱିକେଟ୍ ନେଇଛନ୍ତି।

ଜାହିର ଖାନ ଟେଷ୍ଟରେ ୩୧୧ଟି ୱିକେଟ୍ ନେଇଥିବା ବେଳେ ଟିଟ୍ୱେଣ୍ଟିରେ ୧୭ଟି ୱିକେଟ୍ ନେଇଛନ୍ତି। ଭରତ ଅରୁଣ ଦୁଇଟି ଟେଷ୍ଟ ଖେଳି ୪ଟି ୱିକେଟ୍ ନେଇଛନ୍ତି।

୨୦୧୪ରେ ଭରତ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ଥିଲେ। ସେତେବେଳେ ରବି ଶାସ୍ତ୍ରୀ ଟିମ୍‌ର ନିର୍ଦ୍ଦେଶକ ଥିଲେ। କୁମ୍ବଲେ ଟିମ୍ ଇଣ୍ଡିଆର କୋଚ୍ ହେବା ପରେ ଭରତଙ୍କୁ ହଟାଇ ଦିଆଯାଇଥିଲା।

ରବି ଶାସ୍ତ୍ରୀଙ୍କ ଦାବି ଅନୁଯାୟୀ ଭରତଙ୍କୁ ଏ ନିଯୁକ୍ତି ପୁଣି ମିଳିଛି। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କୁ ନେଇ ଗଠିତ ଉଚ୍ଚକ୍ଷମତା ସଂପନ୍ନ ପରାମର୍ଶଦାତା ସମିତି (ସିଏସି) ଜାହିର ଖାନଙ୍କୁ ବୋଲିଂ କୋଚ୍ ଭାବେ ବାଛି ଥିଲେ।

Related story