ଜିମ୍ବାୱେ କ୍ରିକେଟ୍ ଉପରୁ ହଟିଲା ନିଲମ୍ବନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଜିମ୍ବାୱେ ଓ ନେପାଳ କ୍ରିକେଟ୍ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛି। ଯାହା ଫଳରେ ଏବେ ଜିମ୍ବାୱେ ଓ ନେପାଳ କ୍ରିକେଟ୍ ଟିମ୍ ପୁଣିଥରେ ଆଇସିସିର ସଦସ୍ୟ ହୋଇ ରହିବେ। ସୋମବାର ଦୁବାଇରେ ଆୟୋଜିତ ଆଇସିସି ବୈଠକରେ ଏହି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ଏବଂ ଜିମ୍ବାୱେ କ୍ରିକେଟ୍ ଚେୟାରମ୍ୟାନ୍ ତାଭେଙ୍ଗୱା ମୁକୁଲାନି ଓ ଜିମ୍ବାୱେ କ୍ରୀଡ଼ା ମନ୍ତ୍ରୀ କିର୍ଷ୍ଟି କଭେଣ୍ଟ୍ରୀ ଏବଂ […]

zim

Ranjit Kumar Jena
  • Published: Monday, 14 October 2019
  • , Updated: 14 October 2019, 09:19 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଜିମ୍ବାୱେ ଓ ନେପାଳ କ୍ରିକେଟ୍ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛି। ଯାହା ଫଳରେ ଏବେ ଜିମ୍ବାୱେ ଓ ନେପାଳ କ୍ରିକେଟ୍ ଟିମ୍ ପୁଣିଥରେ ଆଇସିସିର ସଦସ୍ୟ ହୋଇ ରହିବେ। ସୋମବାର ଦୁବାଇରେ ଆୟୋଜିତ ଆଇସିସି ବୈଠକରେ ଏହି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ଏବଂ ଜିମ୍ବାୱେ କ୍ରିକେଟ୍ ଚେୟାରମ୍ୟାନ୍ ତାଭେଙ୍ଗୱା ମୁକୁଲାନି ଓ ଜିମ୍ବାୱେ କ୍ରୀଡ଼ା ମନ୍ତ୍ରୀ କିର୍ଷ୍ଟି କଭେଣ୍ଟ୍ରୀ ଏବଂ ଗେରାଲ୍ଡ ଲୋଟଶ୍ୱା ଉପସ୍ଥିତ ଥିଲେ। ନିଲମ୍ବନ ହଟିବା ପରେ ଶଶାଙ୍କ କହିଛନ୍ତି, ମୁଁ ଜିମ୍ବାୱେ କ୍ରିକେଟର ପୁନଃସ୍ଥାପନ ନେଇ ସେମାନଙ୍କର କ୍ରୀଡ଼ା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଜିମ୍ବାୱେ କ୍ରିକେଟର ସହଯୋଗ କରିବା ପାଇଁ ସେ ଇଚ୍ଛା ଜାହିର କରିଛନ୍ତି ଏବଂ ସେ ଆଇସିସି ବୋର୍ଡର ନିୟମକୁ ନିସର୍ତ୍ତ ପାଳନ କରିଛନ୍ତି।

ସୂଚନାଯୋଗ୍ୟ, ଜିମ୍ବାୱେ ଓ ନେପାଳକୁ ଚଳିତ ବର୍ଷ ଜୁଲାଇରେ ବୋର୍ଡର କାର୍ଯ୍ୟକଳାପରେ ସରକାରୀ ହସ୍ତକ୍ଷେପ ଯୋଗୁ ନିଲମ୍ବନ କରାଯାଇଥିଲା। ଏବେ ନିଲମ୍ବନ ହଟିବା ଦ୍ୱାରା ଜିମ୍ବାୱେ ଜାନୁଆରୀରେ ଆଇସିସି ପୁରୁଷ ଅଣ୍ଡର୍‌-୧୯ କ୍ରିକେଟ୍ ବିଶ୍ୱକପ୍ ଏବଯ ୨୦୨୦ ଶେଷଭାଗରେ ଆଇସିସି ସୁପର୍ ଲିଗରେ ଭାଗ ନେଇପାରିବ।

Related story