Advertisment

'ଫେସ୍‌ବୁକ୍‌' ପାଖରେ ରହିଛି ଆପଣଙ୍କ ଲୋକେସନ୍‌ ବିବରଣୀ, ଜାଣନ୍ତୁ କେମିତି କରିବେ ଡିଲିଟ୍‌

ନୂଆଦିଲ୍ଲୀ: ଆପଣଙ୍କ ଅଜାଣତରେ ସୋଶାଲ୍‌ ମିଡିଆ ୱେବ୍‌ସାଇଟ୍‌ରେ ଆପଣଙ୍କ ଲୋକେସନ୍‌ ଷ୍ଟୋର୍‌ ହୋଇପାରେ। ଯଦି ଆପଣ ଏଥିପାଇଁ ଅନୁମତି ଦେଇଛନ୍ତି, ତେବେ ‘ଫେସ୍‌ବୁକ୍‌’ ଅନ୍‌ କରିବା ଦ୍ୱାରା ଆପଣ କେଉଁ କେଉଁ ସ୍ଥାନରେ କେଉଁ ସମୟରେ ରହୁଛନ୍ତି, ତା’ର ସମ୍ପୂର୍ଣ୍ଣ ତଥ୍ୟ ରଖୁଛି ‘ଫେସବୁକ୍‌’। ଆଉ ଆପଣଙ୍କ ସ୍ମାର୍ଟଫୋନ୍‌ରେ ଯଦି ‘ଫେସ୍‌ବୁକ୍‌’ର ଆପ୍‌ ଇନ୍‌ଷ୍ଟଲ୍‌ ଅଛି. ତେବେ ଏପରି ଲୋକେସନ୍‌ ଷ୍ଟୋର୍‌ ହେବାର ଆଶଙ୍କା ଯଥେଷ୍ଟ ଅଧିକ। ‘ଫେସ୍‌ବୁକ୍‌’ ଅନୁଯାୟୀ ଯଦି ଆପଣଙ୍କ ଆପ୍‌ରେ ଲୋକେସନ୍‌ ହିଷ୍ଟ୍ରି ଅନ୍‌ […]

ଅଦ୍ୟତନ ହୋଇଛି
ଫେସ୍‌ବୁକ୍‌ରେ ଆଉ ଦେଖାଯିବନି ଆପଣଙ୍କ ପୋଷ୍ଟରେ କେତେ ମିଳିଲା ଲାଇକ୍‌

facebook (1)

Advertisment

ନୂଆଦିଲ୍ଲୀ: ଆପଣଙ୍କ ଅଜାଣତରେ ସୋଶାଲ୍‌ ମିଡିଆ ୱେବ୍‌ସାଇଟ୍‌ରେ ଆପଣଙ୍କ ଲୋକେସନ୍‌ ଷ୍ଟୋର୍‌ ହୋଇପାରେ। ଯଦି ଆପଣ ଏଥିପାଇଁ ଅନୁମତି ଦେଇଛନ୍ତି, ତେବେ 'ଫେସ୍‌ବୁକ୍‌' ଅନ୍‌ କରିବା ଦ୍ୱାରା ଆପଣ କେଉଁ କେଉଁ ସ୍ଥାନରେ କେଉଁ ସମୟରେ ରହୁଛନ୍ତି, ତା'ର ସମ୍ପୂର୍ଣ୍ଣ ତଥ୍ୟ ରଖୁଛି 'ଫେସବୁକ୍‌'। ଆଉ ଆପଣଙ୍କ ସ୍ମାର୍ଟଫୋନ୍‌ରେ ଯଦି 'ଫେସ୍‌ବୁକ୍‌'ର ଆପ୍‌ ଇନ୍‌ଷ୍ଟଲ୍‌ ଅଛି. ତେବେ ଏପରି ଲୋକେସନ୍‌ ଷ୍ଟୋର୍‌ ହେବାର ଆଶଙ୍କା ଯଥେଷ୍ଟ ଅଧିକ।

Advertisment

'ଫେସ୍‌ବୁକ୍‌' ଅନୁଯାୟୀ ଯଦି ଆପଣଙ୍କ ଆପ୍‌ରେ ଲୋକେସନ୍‌ ହିଷ୍ଟ୍ରି ଅନ୍‌ ରହିଛି, ତେବେ କମ୍ପାନୀ ଆପଣଙ୍କ ଲୋକେସନ୍‌ ହିଷ୍ଟ୍ରି ଷ୍ଟୋର୍‌ କରିବା ନିଶ୍ଚିତ। ଆପଣ ଆପ୍‌ର ବ୍ୟବହାର କରନ୍ତୁ ବା ନକରନ୍ତୁ, କୌଣସି ଫରକ ପଡିବ ନାହିଁ। ଯଦି 'ଫେସ୍‌ବୁକ୍‌' ଆପ୍‌ରେ ଲୋକେସନ୍‌ ଅନ୍ ରହିଛି, ତେବେ ଲୋକେସନ୍‌ ସମ୍ପର୍କରେ 'ଫେସ୍‌ବୁକ୍‌'କୁ ସୂଚନା ମିଳିବ ଏବଂ ଏହି ସୂଚନା ଆଧାରରେ ଲୋକେସନ୍‌ ଷ୍ଟୋର୍‌ ହେବାକୁ ଆରମ୍ଭ କରିବ। ଏହାଦ୍ୱାରା ଆପଣଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେଉଥିବାରୁ ଏହାର ମୁକାବିଲା କରିବାର ଆବଶ୍ୟକତା ରହିଛି।

publive-imageଲୋକେସନ୍‌ ହିଷ୍ଟ୍ରି ଦେଖିବାର ଉପାୟ

ବ୍ରାଉଜର୍‌ରେ ପ୍ରଥମେ 'ଫେସ୍‌ବୁକ୍‌' ଲଗଇନ୍‌ କରନ୍ତୁ। ସେଟିଂକୁ ଯାଇ ଲୋକେସନ୍ କ୍ଲିକ୍‌ କରନ୍ତୁ। ଏଠାରେ ‘ଭ୍ୟୁ ୟୋର୍‌ ଲୋକେସନ୍‌ ହିଷ୍ଟ୍ରି’ ବିକଳ୍ପ ରହିଥିବ। ଏହାକୁ କ୍ଲିକ୍‌ କରିବା ପରେ ପାସୱାର୍ଡ ଦେବାକୁ କୁହାଯିବ। ଏଠାରେ ଆପଣ ଦିନ, ମାସ ଏବଂ ବର୍ଷ ସିଲେକ୍ଟ କରି ମ୍ୟାପ୍‌ରେ ଲୋକେସନ୍‌ ଦେଖିପାରିବେ। ଯଦି ଆପଣଙ୍କ ଲୋକେସନ୍‌ ପୂର୍ବରୁ ଅନ୍‌ ଥିବ, ତେବେ ଆପଣ ସେଠାରେ କେଉଁଦିନ କେଉଁଠି କେତେ ସମୟ ବିତାଇଥିଲେ, ତାର ଏକ ବିବରଣୀ ପାଇପାରିବେ।

Advertisment

ଫେସ୍‌ବୁକ୍‌ ଲୋକେସନ୍‌ କେମିତି କରିବେ ଅଫ୍‌

ବ୍ରାଉଜର୍‌ରେ ପ୍ରଥମେ ଫେସ୍‌ବୁକ୍‌ ଲଗଇନ୍‌ କରନ୍ତୁ। ସେଟିଂ ଯାଇ ଲୋକେସନ୍ କ୍ଲିକ୍‌ କରନ୍ତୁ। ଏଠାରେ ଲୋକେସନ୍‌ ଅନ୍‌ ଏବଂ ଅଫ୍‌ର ବିକଳ୍ପ ଆସିବ। ଏଠାରେ ଲୋକେସନ୍‌କୁ ଅଫ୍‌ କରିଦିଅନ୍ତୁ।

publive-imageଫେସ୍‌ବୁକ୍‌ ଲୋକେସନ୍‌ କେମିତି କରିବେ ଡିଲିଟ୍‌

ବ୍ରାଉଜର୍‌ରେ ପ୍ରଥମେ ଫେସ୍‌ବୁକ୍‌ ଲଗଇନ୍‌ କରନ୍ତୁ। ସେଟିଂ ଯାଇ ଲୋକେସନ୍ କ୍ଲିକ୍‌ କରନ୍ତୁ। ଏବେ ଏହାର ଡାହାଣ ପାର୍ଶ୍ୱରେ ଡିଲିଟ୍‌ ଲୋକେସନ୍‌ର ବିକଳ୍ପ ରିହଛି। ଏହି ବିକଳ୍ପରେ କ୍ଲିକ୍‌ କରି ଲୋକେସନ୍‌ ହିଷ୍ଟ୍ରି ଡିଲିଟ୍‌ କରନ୍ତୁ। ଅନ୍ୟ ୱେବ୍‌ସାଇଟ୍‌ ଏବଂ ଆପ୍ଲିକେସନ୍‌ ସହିତ ଫେସବୁକ୍‌ ଲିଙ୍କ୍‌ କରିବା ସମୟରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe