Advertisment

ଜାଣିଛନ୍ତି କି ? ଏହି ଶବ୍ଦ ଲେଖି ଗୁଗଲ୍‌ରେ ସର୍ଚ୍ଚ କଲେ ସ୍କ୍ରିନ୍‌ ବଙ୍କା ହୋଇଯିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଯଦି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି କିମ୍ବା ଏହା ଉପରେ ନିର୍ଭରଶୀଳ ତେବେ ‘ଗୁଗଲ୍’ ହିଁ ଆପଣଙ୍କ ପରମ ବନ୍ଧୁ ହୋଇଥିବ ନିଶ୍ଚୟ। କାରଣ ଏହା ହେଉଛି ଇଣ୍ଟରନେଟ୍‌ ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ୍‌। ପ୍ରତ୍ୟେକ ଦିନ ବିଶ୍ୱର କୋଟି କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ, ନିଜ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ‘ଗୁଗଲ୍‌’ର ସହାୟତା ନିଅନ୍ତି। ‘ଗୁଗୁଲ୍‌’ରେ ଯେକୌଣସି କଥା ଲେଖି ସର୍ଚ୍ଚ କଲେ ଯଦି ଗୁଗଲ୍‌ ପାଖରେ ତତ୍‌ସମ୍ପର୍କିତି କିଛି […]

ଅଦ୍ୟତନ ହୋଇଛି
ଜାଣିଛନ୍ତି କି ? ଏହି ଶବ୍ଦ ଲେଖି ଗୁଗଲ୍‌ରେ ସର୍ଚ୍ଚ କଲେ ସ୍କ୍ରିନ୍‌ ବଙ୍କା ହୋଇଯିବ

cnbc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଯଦି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି କିମ୍ବା ଏହା ଉପରେ ନିର୍ଭରଶୀଳ ତେବେ ‘ଗୁଗଲ୍’ ହିଁ ଆପଣଙ୍କ ପରମ ବନ୍ଧୁ ହୋଇଥିବ ନିଶ୍ଚୟ। କାରଣ ଏହା ହେଉଛି ଇଣ୍ଟରନେଟ୍‌ ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ୍‌। ପ୍ରତ୍ୟେକ ଦିନ ବିଶ୍ୱର କୋଟି କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ, ନିଜ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ‘ଗୁଗଲ୍‌’ର ସହାୟତା ନିଅନ୍ତି।

Advertisment

‘ଗୁଗୁଲ୍‌’ରେ ଯେକୌଣସି କଥା ଲେଖି ସର୍ଚ୍ଚ କଲେ ଯଦି ଗୁଗଲ୍‌ ପାଖରେ ତତ୍‌ସମ୍ପର୍କିତି କିଛି ତଥ୍ୟ ଥାଏ, ତେବେ ତାହା ତୁରନ୍ତ ଆପଣଙ୍କୁ ମିଲିଯାଏ। କିନ୍ତୁ ଆପଣ ଜାଣନ୍ତି କି, କିଛି ଶବ୍ଦ ଏମିତି ଅଛି, ଜାଣତରେ ହେଉ କି ଅଜାଣତରେ, ଯାହାକୁ ଗୁଗଲ୍‌ରେ ସର୍ଚ୍ଚ କଲେ ଆପଣଙ୍କ କମ୍ପ୍ୟୁଟର୍‌ କିମ୍ବା ମୋବାଇଲ୍‌ର ସ୍କ୍ରିନ୍‌ ବଦଳି ଯିବ। କଥାଟା ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଏହା ସତ।

[caption id="attachment_269215" align="aligncenter" width="1178"]startuptalks.in photo-startuptalks.in[/caption]

Advertisment

'ଣ ସେହି ଶବ୍ଦ? ଆପଣ ଯଦି ଗୁଗଲ୍‌ରେ ଇଂରାଜୀ ଶବ୍ଦ askew ଲେଖି ସର୍ଚ୍ଚ କରନ୍ତି, ତେବେ ଆପଣଙ୍କ ଗୁଗଲ୍‌ ସ୍କ୍ରିନ୍‌ ଡାହାଣ ପଟକୁ ସାମାନ୍ୟ ବଙ୍କା ହୋଇଯିବ। ଏହି ଟ୍ରିକ୍‌ଟିକୁ ଏବେ ହିଁ ଚେଷ୍ଟା କରି ଦେଖନ୍ତୁ, ଆପଣ ଜାଣିପାରିବେ।

ଏବେ ଭାବୁଥିବେ, ସ୍କ୍ରିନ୍ ବଙ୍କା ହୋଇଗଲେ ଆପଣ ଏହାକୁ ପୁଣି ସିଧା କରିବେ କେମିତି? ତା’ର ବି ଉପାୟ ପଢ଼ନ୍ତୁ।

ପୁଣିଥରେ ଗୁଗଲ୍‌ ସ୍କ୍ରିନ୍‌କୁ ସିଧା କରିବାକୁ ହେଲେ askew ସ୍ଥାନରେ ଅନ୍ୟ କିଛି ଶବ୍ଦ ଲେଖି ସର୍ଚ୍ଚ କରନ୍ତୁ କିମ୍ବା ସେହି ପେଜ୍‌କୁ ଡିଲିଟ୍‌ କରିଦିଅନ୍ତୁ।

‘ଗୁଗଲ୍‌’ ବିଷୟରେ ଆଉ କିଛି ରୋଚକ କଥା ଆସନ୍ତୁ ଜାଣିବା

  • ବିଶ୍ୱର ନାମୀଦାମୀ କମ୍ପାନୀଗୁଡ଼ିକ ମଧ୍ୟରେ ‘ଗୁଗଲ୍‌’ ବେଶ୍‌ ପ୍ରତିଷ୍ଠିତ।
  • କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗୁଗଲ୍‌ କମ୍ପାନୀରେ ମଣିଷମାନଙ୍କ ସହିତ ଛେଳିମାନେ ବି ଚାକିରି କରନ୍ତି। ଏକଥା ଶୁଣି ଆପଣଙ୍କୁ ହୁଏତ ହସ ଲାଗିପାରେ। କିନ୍ତୁ କଥାଟି ସତ।
  • ଗୁଗଲ୍‌ ଅଫିସ୍‌ରେ ଘାସ କାଟିବା ପାଇଁ ପାଖାପାଖି ୨୦୦ଟି ଛେଳିଙ୍କୁ କାମରେ ଲଗାଯାଇଛି। ଏହା ପଛରେ ଏକ କାରଣ ବି ରହିଛି।
  • ପ୍ରକୃତ କଥା ହେଲା, ପୂର୍ବରୁ ମେସିନ୍‌ରେ ଘାସ କାଟିବା ଦ୍ୱାରା ମେସିନ୍‌ର ଗର୍ଜନ ଓ ସେଥିରୁ ବାହାରୁଥିବା ଧୂଆଁ ଅଫିସ୍‌ରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଅସହ୍ୟ ହେଉଥିଲା।
  • ତେଣୁ ଏହାର ନିରାକରଣ ପାଇଁ ଗୁଗଲ୍‌ ମେସିନ୍‌ ସ୍ଥାନରେ ଛେଳିକୁ କାମରେ ଲଗାଇଛି।

[caption id="attachment_269216" align="aligncenter" width="1106"]youngisthan.in photo-youngisthan.in[/caption]

  • ଗୁଗଲ୍‌ ଏକ ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ। ୧୯୯୮ ମସିହା ସେପ୍ଟେମ୍ବର ୪ ତାରିଖରେ ଏହାକୁ ‘ଲେରୀ ପେଜ୍‌’ ଓ ‘ସର୍ଗଇ ବ୍ରିନ୍‌’ ଦୁଇଜଣ ବ୍ୟକ୍ତି ପ୍ରତିଷ୍ଠା କରିଥିଲେ।
  • ତେଣୁ ଏହି ଦୁଇଜଣଙ୍କୁ ‘ଗୁଗଲ୍‌ ଗାଏଜ୍‌’ ବୋଲି କୁହାଯାଏ।
  • ଗୁଗଲ୍‌ ଇଣ୍ଟର୍‌ନେଟ୍‌ ସର୍ଚ୍ଚ, କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ୍ ଓ ବିଜ୍ଞାପନ କ୍ଷେତ୍ରରେ କୋଟି କୋଟି ଟଙ୍କା ଆୟ କରେ। ଏଥିସହିତ ହାର୍ଡୱୟାର୍‌ରେ ବି ଅର୍ଥ ରୋଜଗାର କରେ।

[caption id="attachment_269214" align="alignnone" width="1063"]oceanblueworld photo-oceanblueworld[/caption]

  • ଗୁଗଲ୍‌ କମ୍ପାନୀ ବିଗତ ୧୨ ବର୍ଷ ଭିତରେ ୮୨୭ଟି କମ୍ପାନୀକୁ କିଣି ସାରିଲାଣି।
  • ଏହି କମ୍ପାନୀଗୁଡ଼ିକ ମଧ୍ୟରେ ୟୁଟ୍ୟୁବ୍‌ ବି ସାମିଲ୍‌ ଅଛି।
  • ବିଶ୍ୱବ୍ୟାପୀ ନିଜର ଡାଟା କେନ୍ଦ୍ରରୁ ୧୦ ଲକ୍ଷରୁ ଅଧିକ ସର୍ଭର୍‌ ଚଲାଉଛି।
  • ବର୍ତ୍ତମାନ ସମୟରେ ଗୁଗଲ୍‌ ଲୋକମାନଙ୍କ ପାଖରେ ଏକ ବିଶ୍ୱାସଯୋଗ୍ୟ କମ୍ପାନୀ ହୋଇପାରିଛି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe