Advertisment

ବିନା ଇଣ୍ଟରନେଟରେ ଦେଖିହେବ ଲାଇଭ୍ ଭିଡିଓ, ଲଞ୍ଚ ହେବାକୁ ଯାଉଛି D2M ଟେକ୍ନୋଲୋଜି

ଆଇଆଇଟି କାନପୁର ଏବଂ ସାଙ୍କିଆ ଲ୍ୟାବ ଦ୍ୱାରା D2M ଟେକ୍ନୋଲୋଜିକୁ ବିକଶିତ କରାଯାଇଛି। ଏହା FM ରେଡିଓ ପରି କାମ କରିବ। ଭିଡିଓ, ଅଡିଓ ଏବଂ ଡାଟା ସିଗନାଲକୁ ସିଧାସଳଖ ସ୍ମାର୍ଟ ମୋବାଇଲ୍ ଏବଂ ସ୍ମାର୍ଟ ଡିଭାଇସକୁ ପଠାଇବ।

ଅଦ୍ୟତନ ହୋଇଛି
Video streaming without internet connection

Video streaming without internet connection

Advertisment

ବିନା ଇଣ୍ଟରନେଟରେ ଦେଖିପାରିବେ ଭିଡିଓ। ଏଣିକି ବିନା ସିମ୍ କାର୍ଡ ଏବଂ ଇଣ୍ଟରନେଟରେ ମୋବାଇଲରେ ଚାଲିବ ଲାଇଭ୍ ଭିଡିଓ ଓ ଟିଭି। ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। କିନ୍ତୁ ଖୁବଶୀଘ୍ର ଏହି ସେବା ଆପଣଙ୍କ ହାତପାହାନ୍ତାରେ ପହଞ୍ଚିବ। ଏନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Advertisment

'ଡାଇରେକ୍ଟ-ଟୁ-ମୋବାଇଲ୍' ବ୍ରଡକାଷ୍ଟିଂ ଟେକ୍ନୋଲୋଜିରେ ଖୁବ୍ ଶୀଘ୍ର ସାରା ଦେଶରେ ଲଞ୍ଚ ହେବାକୁ ଯାଉଛି। ଏଥିରେ ସ୍ମାର୍ଟଫୋନ ବ୍ୟବହାରକାରୀମାନେ ସିମ୍ କାର୍ଡ କିମ୍ବା ଇଣ୍ଟରନେଟ୍ ସଂଯୋଗ ବିନା ଭିଡିଓ ଷ୍ଟ୍ରିମିଂ କରିପାରିବେ। ଉପଭୋକ୍ତାମାନଙ୍କୁ ସେମାନଙ୍କର ସ୍ମାର୍ଟ ଫୋନରେ ଲାଇଭ ଟିଭି ଚ୍ୟାନେଲ ଦେଖିବାକୁ ଅନୁମତି ଦିଆଯିବ। ଏହାର ନାମ ଡାଇରେକ୍ଟ-ଟୁ-ମୋବାଇଲ୍ ଟେକ୍ନୋଲୋଜି (D2M Technology) ରଖାଯାଇଛି।

ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ, ଖୁବ୍‌ଶୀଘ୍ର ଦେଶର ୧୯ଟି ସହରରେ ଡାଇରେକ୍ଟ-ଟୁ-ମୋବାଇଲ୍‌ ପ୍ରସାରଣର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ସାରା ଦେଶରେ ୮୦ କୋଟି ସ୍ମାର୍ଟଫୋନ୍ ବ୍ୟବହାରକାରୀ ରହିଛନ୍ତି । ସମସ୍ତ ୟୁଜର୍ସଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୬୯ ପ୍ରତିଶତ ଭିଡିଓ ଫର୍ମାଟ ରହିଛି । ଭିଡିଓର ବହୁଳ ବ୍ୟବହାର ହେତୁ ମୋବାଇଲ୍ ନେଟୱାର୍କରେ ସମସ୍ୟା ଉପୁଜିଥାଏ । ଏହି ଭିଡିଓ ଟ୍ରାଫିକ୍ ୨୫ରୁ ୩୦ ପ୍ରତିଶତ D2M ଟେକ୍ନୋଲୋଜିକୁ ସ୍ଥାନାନ୍ତର କରାଯିବ। ଏହା ଦ୍ବାରା ୫ଜି ନେଟଓ୍ବର୍କ ଉପରେ କମ୍‌ ପ୍ରଭାବ ପଡ଼ିବ।

Advertisment

ଏହି D2M ଟେକ୍ନୋଲୋଜି ମାଧ୍ୟମରେ ନେଟୱର୍କ ଉପରେ ଚାପ ନଦେଇ ଉପଭୋକ୍ତାମାନଙ୍କ ମୋବାଇଲ୍ ଫୋନକୁ ସିଧାସଳଖ ସୂଚନା ପ୍ରଦାନ କରାଯାଇପାରିବ। ଏହା ଜରୁରୀକାଳୀନ ଆଲର୍ଟ ଜାରି କରିବା ଏବଂ ବିପର୍ଯ୍ୟୟ ପରିଚାଳନାରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହେବ । ଯାହା ଦେଶରେ ଡିଜିଟାଲ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବ। ଦେଶର ୨୮ କୋଟି ପରିବାର ମଧ୍ୟରୁ କେବଳ ୧୯ କୋଟି ପରିବାରଙ୍କ ପଖରେ ଟେଲିଭିଜନ ସେଟ୍ ରହିଛି।

D2M ଟେକ୍ନୋଲୋଜି କିପରି କାର୍ଯ୍ୟ କରିବ?

ଆଇଆଇଟି କାନପୁର ଏବଂ ସାଙ୍କିଆ ଲ୍ୟାବ ଦ୍ୱାରା D2M ଟେକ୍ନୋଲୋଜିକୁ ବିକଶିତ କରାଯାଇଛି। ଏହା FM ରେଡିଓ ପରି କାମ କରିବ। ଭିଡିଓ, ଅଡିଓ ଏବଂ ଡାଟା ସିଗନାଲକୁ ସିଧାସଳଖ ସ୍ମାର୍ଟ ମୋବାଇଲ୍ ଏବଂ ସ୍ମାର୍ଟ ଡିଭାଇସକୁ ପଠାଇବ। ଏହି D2M ଟେକ୍ନୋଲୋଜି ପାଇଁ ୪୭୦ରୁ ୫୮୨ ମେଗାହର୍ଜ (MHz) ସ୍ପେକ୍ଟ୍ରମ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe