ଜ୍ୱରରେ ପିଡିତ ଶ୍ରୀଜୀଉ ଅଣସର ଘରେ: ଉପଶମ ଲାଗି ଗୁପ୍ତସେବା ଆରମ୍ଭ

ପୁରୀ: ଦିବ୍ୟସ୍ନାନ ପରେ ମହାପ୍ରଭୁ ଏବେ ଅସୁସ୍ଥ। ଖଇ ଫୁଟୁଛି ଶ୍ରୀଜୀଉଙ୍କ ଅଙ୍ଗରେ। ତେଣୁ ରତ୍ନ ସିଂହାସହ ଛାଡ଼ି ଅଣସର ପିଣ୍ଡିରେ ମହାପ୍ରଭୁ। ଦଇତାପତି ଆରମ୍ଭ କରିଛନ୍ତି ଗୁପ୍ତସେବା। ଜ୍ୱରର ଉପଶମ ପାଇଁ ଦଇତାପତିମାନେ ସେବା କରିବା ସହ କ୍ଷୀର, ସର, ଛେନାରେ ତିଆରି ପଣା ଓ ବିଭିନ୍ନ  ପ୍ରକାର ଫଳ ବ୍ୟଞ୍ଜନ ଭୋଗ ଲଗାଉଛନ୍ତି। ସେପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟିଦିଅଁ ପୂଜା। ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ଭୂବନେଶ୍ୱରୀ, […]

jagannath

jagannath

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 01:47 AM IST

Sports

Latest News

ପୁରୀ: ଦିବ୍ୟସ୍ନାନ ପରେ ମହାପ୍ରଭୁ ଏବେ ଅସୁସ୍ଥ। ଖଇ ଫୁଟୁଛି ଶ୍ରୀଜୀଉଙ୍କ ଅଙ୍ଗରେ। ତେଣୁ ରତ୍ନ ସିଂହାସହ ଛାଡ଼ି ଅଣସର ପିଣ୍ଡିରେ ମହାପ୍ରଭୁ। ଦଇତାପତି ଆରମ୍ଭ କରିଛନ୍ତି ଗୁପ୍ତସେବା। ଜ୍ୱରର ଉପଶମ ପାଇଁ ଦଇତାପତିମାନେ ସେବା କରିବା ସହ କ୍ଷୀର, ସର, ଛେନାରେ ତିଆରି ପଣା ଓ ବିଭିନ୍ନ  ପ୍ରକାର ଫଳ ବ୍ୟଞ୍ଜନ ଭୋଗ ଲଗାଉଛନ୍ତି। ସେପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟିଦିଅଁ ପୂଜା। ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ଭୂବନେଶ୍ୱରୀ, ଜଗନ୍ନାଥଙ୍କ ସ୍ଥାନରେ ନାରାୟଣଙ୍କ ପଟ୍ଟଚିତ୍ର। ଏହି ପିଟିଦିଅଁଙ୍କୁ ଶ୍ରୀମନ୍ଦିରର ଚିତ୍ରକର ସେବାୟତ ତିଆରି କରିଥାନ୍ତି। ବନ୍ଦାପନା ନୀତି ପରେ ଶ୍ରୀମନ୍ଦିରକୁ ପଟୁଆରରେ ଅଣାଯାଇଥାଏ । ଏହି ପଟିଦିଅଁଙ୍କ ସହ ପୂଜାପାଇବେ ବଳଭଦ୍ରଙ୍କ ବାଡରେ ଦୋଳଗୋବିନ୍ଦ, ରାମ, ନୃସିଂହ । ଦେବୀ ସୁଭଦ୍ରାଙ୍କ ବାଡରେ ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀଜଗନ୍ନାଥ ବାଡରେ ମଦନମୋହନ, କୃଷ୍ଣ। ଶ୍ରୀମନ୍ଦିରରେ ପ୍ରତିଦିନ ଭଳି ଅଣସର ସମୟରେ ଦଶବତାର ଠାକୁରଙ୍କ ଆଗରେ ସମସ୍ତ ଦୈନିକ ନୀତି ଓ ମହାପ୍ରସାଦ ଭୋଗ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos