- Videos
- Odisha
- ରୋଗ ପୋକ ଯୋଗୁଁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୦ଟି ବ୍ଳକ୍ ପ୍ରଭାବିତ
ରୋଗ ପୋକ ଯୋଗୁଁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୦ଟି ବ୍ଳକ୍ ପ୍ରଭାବିତ
- Published: Sunday, 05 November 2017
- , Updated: 05 November 2017, 01:36 PM IST
<p>ଭୁବନେଶ୍ୱର: ରୋଗ ପୋକ ଖାଇଦେଇଛନ୍ତି ରାଜ୍ୟର ୧, ୭୮, ୯୩୨ ହେକ୍ଟର ଜମିରେ ହୋଇଥିବା ଫସଲ। ରୋଗ ପୋକ ଦ୍ୱାରା ପ୍ରଭାବିତ ହୋଇଛି ୯ଟି ଜିଲ୍ଲାର ୯୨ଟି ବ୍ଲକ ଓ ୧୯ଟି ପୌରାଞ୍ଚଳ। ଆଜି ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଜାରି ରିପୋର୍ଟରେ ଏହା କୁହାଯାଇଛି।</p>
<p>ଏହି ରିପୋର୍ଟରେ ଉଲ୍ଲେଖ ରହିଛି,“ ଗଂଜାମ ଜିଲ୍ଲାରେ ସର୍ବାଧିକ ୨୦ଟି ବ୍ଲକର ଧାନ ଚାଷ ରୋଗ ପୋକରେ ନଷ୍ଟ ହୋଇଛି। ସେହିପରି କୋରାପୁଟର ୧୪ଟି ବ୍ଲକ, ବଲାଙ୍ଗିରର ୧୪ଟି ଓ ବରଗଡ଼ ଜିଲ୍ଲାର ୧୧ଟି ବ୍ଲକ ରୋଗ ପୋକ ଦ୍ୱାରା ପ୍ରଭାବିତ ହୋଇଛି। ମୋଟ ୮, ୨୧୧ଟି ଗାଁ ଓ ୭୧ଟି ପୌର ଓ୍ୱାର୍ଡର ଧାନ ଚାଷରେ ରୋଗ ପୋକ ଲାଗିଛନ୍ତି। ୯ଟି ଜିଲ୍ଲାର ମୋଟ ୧, ୭୮, ୯୩୨ ହେକ୍ଟର ଧାନ ଚାଷରେ ପୋକ ଲାଗିଛି। ସେଥିମଧ୍ୟରୁ ୧ ଲକ୍ଷ ୧୨ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଛି।”</p>