ଓଡ଼ିଶା ଛାଡ଼ିଲେ ୧୦ ଚୀନ୍ ନାଗରିକ

ଭୁବନେଶ୍ୱର/ଭଦ୍ରକ: ଧାମରା ବନ୍ଦରରେ କାମ କରୁଥିବା ୧୦ ଜଣ ଚୀନ ନାଗରିକ ଓଡ଼ିଶା ଛାଡ଼ିଛନ୍ତି। ଗତକାଲି ରାତିରେ ସେମାନେ ୨ଟି ଗାଡ଼ିରେ କୋଲକାତାସ୍ଥିତ ଚୀନ୍ କନ୍‌ସୁଲେଟ୍ ଅଭିମୁଖେ ଯାତ୍ରା କରିଥିଲେ। ଏହା ପୂର୍ବରୁ ସମସ୍ତ ୧୦ ଜଣ ଚୀନ ନାଗରିକଙ୍କୁ ଧାମରାରୁ ଭଦ୍ରକ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ଅଣାଯାଇ ୧୭ ତାରିଖ ସୁଦ୍ଧା ଦେଶ ଛାଡ଼ି ଚାଲିଯିବା ପାଇଁ ନୋଟିସ୍ ଦିଆଯାଇଥିଲା। ଏମ୍ପ୍ଲୟମେଣ୍ଟ୍ ଭିସା ନ ଥାଇ ବିଜ୍‌ନେସ୍ ଭିସାରେ କାମ କରୁଥିବାରୁ ସେମାନଙ୍କୁ ଭାରତ ଛାଡ଼ […]

china-citizens

Rakesh Mallick
  • Published: Tuesday, 14 June 2016
  • , Updated: 14 June 2016, 09:51 AM IST

ଭୁବନେଶ୍ୱର/ଭଦ୍ରକ: ଧାମରା ବନ୍ଦରରେ କାମ କରୁଥିବା ୧୦ ଜଣ ଚୀନ ନାଗରିକ ଓଡ଼ିଶା ଛାଡ଼ିଛନ୍ତି। ଗତକାଲି ରାତିରେ ସେମାନେ ୨ଟି ଗାଡ଼ିରେ କୋଲକାତାସ୍ଥିତ ଚୀନ୍ କନ୍‌ସୁଲେଟ୍ ଅଭିମୁଖେ ଯାତ୍ରା କରିଥିଲେ। ଏହା ପୂର୍ବରୁ ସମସ୍ତ ୧୦ ଜଣ ଚୀନ ନାଗରିକଙ୍କୁ ଧାମରାରୁ ଭଦ୍ରକ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ଅଣାଯାଇ ୧୭ ତାରିଖ ସୁଦ୍ଧା ଦେଶ ଛାଡ଼ି ଚାଲିଯିବା ପାଇଁ ନୋଟିସ୍ ଦିଆଯାଇଥିଲା। ଏମ୍ପ୍ଲୟମେଣ୍ଟ୍ ଭିସା ନ ଥାଇ ବିଜ୍‌ନେସ୍ ଭିସାରେ କାମ କରୁଥିବାରୁ ସେମାନଙ୍କୁ ଭାରତ ଛାଡ଼ ନୋଟିସ୍ ଜାରି କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଳାୟ ନିର୍ଦ୍ଦେଶ ଦେଇଥିଲା। ଧାମରା ବନ୍ଦର କ୍ଷେପଣାସ୍ତ୍ର ପରୀକ୍ଷଣ ହେଉଥିବା ଅବଦୁଲ କଲାମ ଦ୍ୱୀପର ନିକଟବର୍ତ୍ତୀ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଭାରତ ଛାଡ଼ିବାକୁ କୁହାଯାଇଥିଲା। ଧାମରା ବନ୍ଦରର ସଂପ୍ରସାରଣ କାମ ଥାଇଲାଣ୍ଡର ଏକ କଂପାନୀ କରୁଛି। ଏହି କଂପାନୀ ଏହି ଚୀନ ଇଂଜିନିୟରମାନଙ୍କୁ ନିଯୁକ୍ତ କରିଥିଲା।

ଚୀନ ନାଗରିକମାନେ ଯେଉଁ ଘରେ ଭଡ଼ାରେ ରହୁଥିଲେ ତା’ର ମାଲିକ କହିଛନ୍ତି ଯେ ସେମାନେ ଗତ ଫେବ୍ରୁଆରୀ ମାସରୁ ସେଠାରେ ରହୁଥିଲେ। ଭଦ୍ରକର ଏସ୍‌ଏସ୍ କନ୍‌ଷ୍ଟ୍ରକ୍ସନ୍ ନାମକ ଏକ ସଂସ୍ଥା ଏହି ଘର ଭଡ଼ାରେ ନେଇଥିଲା।

Related story