ମାଟ୍ରିକ୍ ପରୀକ୍ଷା ଆରମ୍ଭ

କଟକ: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିଲା। ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୪୦ରେ ଏହା ଶେଷ ହୋଇଥିଲା। ପ୍ରଥମ ଦିନରେ କପି କରି ୧୫୧ଜଣ ଧରାପଡିଛନ୍ତି। ସେହିପରି ଚଳିତବର୍ଷ ୩ଜଣ କଏଦୀ ପରୀକ୍ଷା ଦେଉଛନ୍ତି। ଚୌଦ୍ୱାରରେ ଜଣେ ଓ ଅନୁଗୋଳରେ ୨ ଜଣ ନାବାଳକ କଏଦୀ ଏହି ପରୀକ୍ଷା ଦେଉଛନ୍ତି। ଆଜି ଛାତ୍ରଛାତ୍ରୀମାନେ ଆଡ୍‌ମିଟ୍ କାର୍ଡ ଦେଖାଇ ପରୀକ୍ଷା ହଲ୍ ଭିତରକୁ ଯିବା ପରେ ୮ଟା ୩୦ […]

10th exam

Rakesh Mallick
  • Published: Monday, 22 February 2016
  • , Updated: 22 February 2016, 05:21 PM IST

କଟକ: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିଲା। ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୪୦ରେ ଏହା ଶେଷ ହୋଇଥିଲା। ପ୍ରଥମ ଦିନରେ କପି କରି ୧୫୧ଜଣ ଧରାପଡିଛନ୍ତି। ସେହିପରି ଚଳିତବର୍ଷ ୩ଜଣ କଏଦୀ ପରୀକ୍ଷା ଦେଉଛନ୍ତି। ଚୌଦ୍ୱାରରେ ଜଣେ ଓ ଅନୁଗୋଳରେ ୨ ଜଣ ନାବାଳକ କଏଦୀ ଏହି ପରୀକ୍ଷା ଦେଉଛନ୍ତି।

ଆଜି ଛାତ୍ରଛାତ୍ରୀମାନେ ଆଡ୍‌ମିଟ୍ କାର୍ଡ ଦେଖାଇ ପରୀକ୍ଷା ହଲ୍ ଭିତରକୁ ଯିବା ପରେ ୮ଟା ୩୦ ମିନିଟ୍‌ରେ ଓଏମ୍‌ଆର୍ ସିଟ୍ ଦିଆଯାଇଥିଲା। ୮ଟା ୪୫ ମିନିଟ୍‌ରେ ଉଭୟ ଅବ୍‌ଜେକ୍‌ଟିଭ୍ ଓ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନପତ୍ର ଦିଆଯାଇଥିଲା। ନିୟମ ଅନୁଯାୟୀ ପରୀକ୍ଷାର୍ଥୀ ପ୍ରଥମେ ୯ଟାରୁ ୧୦ଟା ମଧ୍ୟରେ ଅବ୍‌ଜେକ୍‌ଟିଭ୍‌ ପ୍ରଶ୍ନର ଉତ୍ତର ଦେଇଥିଲେ। ତା’ପରେ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନର ଉତ୍ତର ଲେଖିଥିଲେ। ଗଣିତ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୦ରେ ଶେଷ ହେବ। ତେବେ ଗଣିତ ପାଇଁ ପିଲାମାନଙ୍କୁ ଅଧିକ ୧୫ ମିନିଟ୍‌ ଦିଆଯିବ। ସେହିଦିନ ପରୀକ୍ଷା ୧୧ଟା ୫୫ରେ ଶେଷ ହେବ।

ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଶେଷ ହେବ।

ଚଳିତ ବର୍ଷ ରାଜ୍ୟରେ ୬ଲକ୍ଷ ୧ହଜାର ୩୪୮ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୨୮୮୨ଟି କେନ୍ଦ୍ର କରାଯାଇଛି।

ସୂଚନାଯୋଗ୍ୟ, ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା ପାଇଁ ବୋର୍ଡ ଏଥର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପରୀକ୍ଷାର୍ଥୀମାନଙ୍କୁ ଯେଉଁମାନେ କପି ଯୋଗାଇବେ କିମ୍ୱା କପି କରିବାରେ ସହଯୋଗ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ଥାନାରେ ଏତଲା ଦିଆଯିବ। ଏହାଛଡ଼ା ପରୀକ୍ଷା କେନ୍ଦ୍ରର ୨୦୦ ମିଟର ପରିଧି ମଧ୍ୟରେ ବାହାର ବ୍ୟକ୍ତି ରହି ନ ପାରିବାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ମାଟ୍ରିକ୍ ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ।

Related story