ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି  ପ୍ରକାଶ ପାଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଚଳିତବର୍ଷ ପାସହାର ୪୫.୫ ପ୍ରତିଶତ ରହିଛି। ରାଜ୍ୟର ମୋଟ ୪୫ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୧,୬୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୪,୯୧୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। A1ରେ ଜଣେ ପାସ୍ କରିଥିବା ବେଳେ A2ରେ ୬ଜଣ, B1ରେ ୧୨, B2ରେ ୫୮, c1ରେ ୩୩୨, Dରେ ୧୩୭୦ ଓ Eରେ ୨୧୬୩ ଜଣ  […]

10th

Rakesh Mallick
  • Published: Friday, 08 July 2016
  • , Updated: 08 July 2016, 03:58 PM IST

ଭୁବନେଶ୍ୱର: ଆଜି  ପ୍ରକାଶ ପାଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଚଳିତବର୍ଷ ପାସହାର ୪୫.୫ ପ୍ରତିଶତ ରହିଛି। ରାଜ୍ୟର ମୋଟ ୪୫ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୧,୬୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୪,୯୧୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। A1ରେ ଜଣେ ପାସ୍ କରିଥିବା ବେଳେ A2ରେ ୬ଜଣ, B1ରେ ୧୨, B2ରେ ୫୮, c1ରେ ୩୩୨, Dରେ ୧୩୭୦ ଓ Eରେ ୨୧୬୩ ଜଣ  ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ବୋର୍ଡର ଦୁଇଟି ୱେବସାଇଟ୍‌ www.bseodisha.ac.in  ଓ www.bseodisha.nic.in ରେ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ଦିନ ସାଢ଼େ ୧୨ଟାରୁ ଉପଲବ୍ଧ ହେଉଛି।

ଜୁନ୍‌ ୨ ତାରିଖରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଥିଲା।

ଆଜି ଓପନ୍‌ ସ୍କୁଲ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତବର୍ଷ ପାସହାର ୪୫.୧୧ ପ୍ରତିଶତ ରହିଛି। ରାଜ୍ୟର ୨,୯୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୨୦୪ ଜଣ ପାସ୍‌ କରିଛନ୍ତି। ବାର୍ଷିକ ପରୀକ୍ଷା ଉତ୍ତର ପତ୍ର କପି ୱେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି।

Related story