୧୧ ଜିଲ୍ଲାର ୬୨ ବୁଥ୍‌ରେ ୧୮ରୁ ୨୧ରେ ସାନି ଭୋଟ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଜବରଦଖଲ ଓ ହିଂସାକାଣ୍ଡ ଘଟିଥିବା ବୁଥ୍‌ରେ ସାନି ନିର୍ବାଚନ କରାଯିବ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ୧୧ଟି ଜିଲ୍ଲାର ୬୨ଟ ବୁଥ୍‌ରେ ସାନି ଭୋଟ ଗ୍ରହଣ କରାଯିବ। ଆସନ୍ତା ୧୮ରୁ ୨୧ ତାରିଖ ମଧ୍ୟରେ ଏହି ସବୁ ବୁଥ୍‌ରେ ସାନି ନିର୍ବାଚନ କରାଯିବ। ବାଲେଶ୍ୱର, କଟକ ଓ ଢେଙ୍କାନାଳରେ ଯେଉଁ ସବୁ ବୁଥ୍‌ ଜବରଦଖଲ ହୋଇଥିଲା ଓ ହିଂସାକାଣ୍ଡ ଘଟିଥିଲା ସେଠାରେ ୧୮ […]

state election

state election

Rakesh Mallick
  • Published: Tuesday, 14 February 2017
  • Updated: 14 February 2017, 07:58 PM IST

Sports

Latest News

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଜବରଦଖଲ ଓ ହିଂସାକାଣ୍ଡ ଘଟିଥିବା ବୁଥ୍‌ରେ ସାନି ନିର୍ବାଚନ କରାଯିବ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ୧୧ଟି ଜିଲ୍ଲାର ୬୨ଟ ବୁଥ୍‌ରେ ସାନି ଭୋଟ ଗ୍ରହଣ କରାଯିବ। ଆସନ୍ତା ୧୮ରୁ ୨୧ ତାରିଖ ମଧ୍ୟରେ ଏହି ସବୁ ବୁଥ୍‌ରେ ସାନି ନିର୍ବାଚନ କରାଯିବ।

ବାଲେଶ୍ୱର, କଟକ ଓ ଢେଙ୍କାନାଳରେ ଯେଉଁ ସବୁ ବୁଥ୍‌ ଜବରଦଖଲ ହୋଇଥିଲା ଓ ହିଂସାକାଣ୍ଡ ଘଟିଥିଲା ସେଠାରେ ୧୮ ତାରିଖରେ ସାନି ନିର୍ବାଚନ କରାଯିବ। ସେହିପରି ଯାଜପୁର, କେନ୍ଦ୍ରାପଡ଼ା ଓ ନୂଆପଡ଼ାରେ ମଧ୍ୟ ଉକ୍ତ ଦିନ ସାନି ଭୋଟ ଗ୍ରହଣ କରାଯିବ।

୧୯ ତାରିଖରେ ବୌଦ୍ଧର କଣ୍ଟାମାଳ ବ୍ଲକରେ ଓ ୨୦ ତାରିଖରେ ପୁରୀର ୧୩ଟି ବୁଥ୍‌ରେ ସାନି ନିର୍ବାଚନ ହେବ। ୨୧ରେ କୋରାପୁଟର ୪ଟି ଓ ଭଦ୍ରକର ୪ଟି ବୁଥ୍‌ରେ ସାନି ନିର୍ବାଚନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos