୧୧ ତାରିଖରେ ଶିଶୁଭବନ ପରିଦର୍ଶନ କରିବେ ରାହୁଲ ଗାନ୍ଧି

କଟକ: କଟକ ଶିଶୁଭବନ ପରିଦର୍ଶନ କରିବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଆସନ୍ତା ୧୧ ତାରିଖରେ ସେ କଟକ ଶିଶୁଭବନ ଯିବାର କାର୍ଯ୍ୟକ୍ରମ ରହିଛି।  ସେହିପରି  ରାହୁଲ ଭୁବନେଶ୍ୱରରେ ଏକ ସାମାଜିକ ନ୍ୟାୟ କର୍ମଶାଳାରେ ଯୋଗ ଦେବେ। ରାହୁଲ ଦୁଇ ଦିନିଆ ଗସ୍ତରେ ୧୦ ତାରିଖରେ ଓଡିଶା ଆସିବେ। ୧୦ ତାରିଖରେ ସେ ବରଗଡ଼ ଜିଲ୍ଲାରେ ଚାଷୀ ବଞ୍ଚାଅ ପଦଯାତ୍ରାରେ ଯୋଗ ଦେବେ। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସୂଚନା […]

rahul-gandhi

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 01:27 PM IST

କଟକ: କଟକ ଶିଶୁଭବନ ପରିଦର୍ଶନ କରିବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଆସନ୍ତା ୧୧ ତାରିଖରେ ସେ କଟକ ଶିଶୁଭବନ ଯିବାର କାର୍ଯ୍ୟକ୍ରମ ରହିଛି।  ସେହିପରି  ରାହୁଲ ଭୁବନେଶ୍ୱରରେ ଏକ ସାମାଜିକ ନ୍ୟାୟ କର୍ମଶାଳାରେ ଯୋଗ ଦେବେ। ରାହୁଲ ଦୁଇ ଦିନିଆ ଗସ୍ତରେ ୧୦ ତାରିଖରେ ଓଡିଶା ଆସିବେ। ୧୦ ତାରିଖରେ ସେ ବରଗଡ଼ ଜିଲ୍ଲାରେ ଚାଷୀ ବଞ୍ଚାଅ ପଦଯାତ୍ରାରେ ଯୋଗ ଦେବେ। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

୧୦ ତାରିଖରେ ରାହୁଲ ଓଡ଼ିଶା ଆସୁଥିବା ନେଇ ପୂର୍ବରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଥିଲେ। ତେବେ ତାଙ୍କର କଟକ ଶିଶୁ ଭବନ ଗସ୍ତ ସଂପର୍କରେ ଆଜି ସୂଚନା ଦିଆଯାଇଛି। କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ତାଙ୍କୁ ପୂର୍ବରୁ ଅବଗତ କରାଇଥିଲେ। ଶିଶୁ ମୃତ୍ୟୁ ଘଟଣା ନେଇ ରାହୁଲ ଉଦବେଗ ପ୍ରକାଶ କରିଥିଲେ।

ରାହୁଲ ଗାନ୍ଧୀଙ୍କ ଶିଶୁ ଭବନ ଗସ୍ତ ସଂପର୍କରେ କଂଗ୍ରେସ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳୀୟ ମୁଖପାତ୍ର ସମୀର ଦାସ କହିଛନ୍ତି ଯେ ବର୍ତ୍ତମାନ କଟକ ଶିଶୁ ଭବନରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ ଏତେ ଦିନ ପରେ ରାହୁଲଙ୍କ କଟକ ଶିଶୁ ଭବନ ଗସ୍ତ ପଛରେ ରହିଛି କେବଳ ରାଜନୈତିକ ଉଦ୍ଦେଶ୍ୟ।

ଅନ୍ୟପକ୍ଷରେ କଟକ ଶିଶୁଭବନରେ ଶିଶୁମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ତଦନ୍ତକାରୀ ଟିମ୍ ତାର ରିପୋର୍ଟ ପ୍ରଦାନ କରିଛି। ଡିଏମଇଟିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଘଟଣାର ତଦନ୍ତ କରିବା ପରେ ଆଜି ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟ ବିସ୍ତୃତ ଆକାରରେ ଥିବାରୁ ଏହାର  ଅନୁଧ୍ୟାନ କରାଯିବ। ପରେ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଆରିତ ଆହୁଜା କହିଛନ୍ତି।

Related story