୧୧ ତାରିଖକୁ ଘୁଞ୍ଚିଲା ପପୁ ପମ୍‌ପମ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣି

ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଗିରଫ ହୋଇ ଜେଲରେ ଥିବା ପପୁ ପମ୍‌ପମ୍‌ଙ୍କ ଜାମିନ୍ ଆବେଦନର ଶୁଣାଣି ଆସନ୍ତା ୧୧ ତାରିଖକୁ ଘୁଞ୍ଚିଲା। କେସ୍‌ ଡାଏରୀ ଦାଖଲ ହୋଇ ନ ଥିବାରୁ ପପୁଙ୍କ ଜାମିନ୍‌ ଆବେଦନ ଘୁଞ୍ଚିଛି।  କେସ୍‌ ଡାଏରୀ ଦାଖଲ କରିବା ପାଇଁ  ପୋଲିସ୍ ମାଗିଥିବା ୭ଦିନ ସମୟକୁ କୋର୍ଟ ଗ୍ରହଣ କରି ଏହି ରାୟ ଶୁରାଇଛନ୍ତି। ଗତ ୩୦ ତାରିଖରେ ପପୁ ପମ୍‌ପମ୍‌ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁକୁ କମିଶନରେଟ୍‌ […]

papu pam pam

Rakesh Mallick
  • Published: Monday, 04 July 2016
  • , Updated: 04 July 2016, 03:52 PM IST

ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଗିରଫ ହୋଇ ଜେଲରେ ଥିବା ପପୁ ପମ୍‌ପମ୍‌ଙ୍କ ଜାମିନ୍ ଆବେଦନର ଶୁଣାଣି ଆସନ୍ତା ୧୧ ତାରିଖକୁ ଘୁଞ୍ଚିଲା। କେସ୍‌ ଡାଏରୀ ଦାଖଲ ହୋଇ ନ ଥିବାରୁ ପପୁଙ୍କ ଜାମିନ୍‌ ଆବେଦନ ଘୁଞ୍ଚିଛି।  କେସ୍‌ ଡାଏରୀ ଦାଖଲ କରିବା ପାଇଁ  ପୋଲିସ୍ ମାଗିଥିବା ୭ଦିନ ସମୟକୁ କୋର୍ଟ ଗ୍ରହଣ କରି ଏହି ରାୟ ଶୁରାଇଛନ୍ତି।

ଗତ ୩୦ ତାରିଖରେ ପପୁ ପମ୍‌ପମ୍‌ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁକୁ କମିଶନରେଟ୍‌ ପୋଲିସ ଗିରଫ କରି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଆବାସ କୋର୍ଟରେ ହାଜର କରିବା ପରେ ଜେଲ ପଠାଇ ଦିଆଯାଇଥିଲା। ଏହି ମାମଲାରେ ପପୁଙ୍କ ବିରୋଧରେ  ଦଫା ୩୫୪(କ), ୫୦୬, ୫୦୯ ସହ ପ୍ରିଭେନସନ୍‌ ଅଫ୍ ଚାଇଲ୍ଡ ସେକ୍‌ସୁଆଲ୍‌ ହାରାସ୍‌ମେଣ୍ଟ୍‌ ଆଇନ୍‌ର ଧାରା ୮, ୧୨ ଓ ୧୭ ମଧ୍ୟ ଲଗାଯାଇଛି। ପପୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ନାବାଳିକା ଓ ତାଙ୍କ ମା’ଙ୍କ ବୟାନ୍‌ ସିଆର୍‌ପିସି ଧାରା ୧୬୪ ଅନୁଯାୟୀ କୋର୍ଟରେ ବୟାନ୍‌ ରେକର୍ଡ କରାଯାଇଛି।

Related story