୧୧ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ: ବଢ଼ିଲା ମୋଟର ଯାନ ଟିକସ, କଟକରେ ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ  

ଭୁବନେଶ୍ୱର: ମୋଟର୍ ଭେଇକିଲ୍ ଟାକ୍ସ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହା ଫଳରେ ରାଜ୍ୟରେ ମୋଟର ଯାନ ଟିକସ ବୃଦ୍ଧି ପାଇବ। ମୋଟର ସାଇକେଲଠାରୁ ଆରମ୍ଭ କରି କାର, ଜିପ୍, ସ୍କୁଲ ବସ୍ ଆଦି ଉପରେ ଟିକସ ବୃଦ୍ଧି ହେବ। ୫ଲକ୍ଷରୁ ୧୦ ଲକ୍ଷ ଟଙ୍କାର ମୋଟର ଯାନ ଉପରେ ୮ ପ୍ରତିଶତ, ୧୦ରୁ ୨୦ ଲକ୍ଷ ଟଙ୍କାର ମୋଟର ଯାନ ଉପରେ ୧୦ ପ୍ରତିଶତ, ୨୦ରୁ ୪୦ ଲକ୍ଷ ଟଙ୍କାର ମୋଟର ଯାନ […]

baithka

baithka

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 02:00 PM IST

Sports

Latest News

[caption id="attachment_31128" align="alignleft" width="300"]baithka କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି[/caption]

ଭୁବନେଶ୍ୱର: ମୋଟର୍ ଭେଇକିଲ୍ ଟାକ୍ସ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହା ଫଳରେ ରାଜ୍ୟରେ ମୋଟର ଯାନ ଟିକସ ବୃଦ୍ଧି ପାଇବ। ମୋଟର ସାଇକେଲଠାରୁ ଆରମ୍ଭ କରି କାର, ଜିପ୍, ସ୍କୁଲ ବସ୍ ଆଦି ଉପରେ ଟିକସ ବୃଦ୍ଧି ହେବ। ୫ଲକ୍ଷରୁ ୧୦ ଲକ୍ଷ ଟଙ୍କାର ମୋଟର ଯାନ ଉପରେ ୮ ପ୍ରତିଶତ, ୧୦ରୁ ୨୦ ଲକ୍ଷ ଟଙ୍କାର ମୋଟର ଯାନ ଉପରେ ୧୦ ପ୍ରତିଶତ, ୨୦ରୁ ୪୦ ଲକ୍ଷ ଟଙ୍କାର ମୋଟର ଯାନ ଉପରେ ୧୨ ପ୍ରତିଶତ ଓ ୪୦ଲକ୍ଷରୁ ଅଧିକ ଟଙ୍କାର ଯାନ ଉପରେ ୨୦ ପ୍ରତିଶତ ଟିକସ ପଡ଼ିବ। ଏହା ସହିତ ଆଜି ରାଜ୍ୟ କ୍ୟାବିନେଟ୍ ୧୧ଟି ପ୍ରସ୍ତାବକୁ ମଂଜୁରୀ ଦେଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଜି କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଉଚ୍ଛେଦ ହେବ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବେ। ଏହି ଟ୍ରିବ୍ୟୁନାଲର ସରକାରୀ କର୍ମଚାରୀମାନେ ମାମଲା ଦାଏର କରି ପାରୁଥିଲେ। ଆବଶ୍ୟକ ପଡ଼ିଲେ ହାଇକୋର୍ଟରେ ଏହି ମାମଲାଗୁଡ଼ିକର ବିଚାର ପାଇଁ ବିଚାରପତି ସଂଖ୍ୟା ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ମହାନଦୀ ଉପରେ ଆଉ ଏକ ସେତୁ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କଟକ ଚହଟା ଘାଟରୁ ନୂଆପାଟଣାକୁ ଏହି ସେତୁ ସଂଯୋଗ କରିବ।

ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଆକ୍ଟରେ ସଂଶୋଧନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ବୈଠକରେ ମଂଜୁରୀ  ଦିଆଯାଇଛି। ଫଳରେ ରାଜ୍ୟ ସରକାର ଚାହିଁଲେ ପ୍ରଚଳିତ ପାଠ୍ୟକ୍ରମ ଉଚ୍ଛେଦ କରିପାରିବେ। ସେହିପରି ସରକାର ଚାହିଁଲେ ଡିପ୍ଲୋମା ଏଣ୍ଟ୍ରାସକୁ ମଧ୍ୟ ଉଚ୍ଛେଦ କରିପାରିବେ।

ଓଡ଼ିଶା ସୂଚନା ଓ ଲୋକ ସଂପର୍କ ବିଭାଗ କର୍ମଚାରୀଙ୍କ ପାଇଁ ନିଯୁକ୍ତି ରୁଲରେ ସଂଶୋଧନକୁ  ଅନୁମୋଦନ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos