୧୨୫ ଟଙ୍କା ପାଇଁ ନେଇ ଗଲେ ଜୀବନ

ଭୁବନେଶ୍ୱର: ଟୋଲ୍ ଗେଟରେ ମାତ୍ର ୧୨୫ ଟଙ୍କା ଫାଙ୍କିବାକୁ ଜଣେ ମଣିଷର ଜୀବନ ନେଇଯାଇଛି ଜଣେ ଟ୍ରକ୍ ଡ୍ରାଇଭର। ଆଉ ଦୁର୍ଘଟଣାର ଏ ଭୟାନକ ଦୃଶ୍ୟ କଏଦ୍ ହୋଇଯାଇଛି ଟୋଲ୍ ଗେଟରେ ଲାଗିଥିବା ସିସି କ୍ୟାମେରାରେ। ‘ଓଟିଭି’ ପକ୍ଷରୁ ଆଜି ଏହି ରିପୋର୍ଟ ପ୍ରସାରଣ କରାଯାଇଥିଲା।

murder for 125

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 03:28 PM IST

ଭୁବନେଶ୍ୱର: ଟୋଲ୍ ଗେଟରେ ମାତ୍ର ୧୨୫ ଟଙ୍କା ଫାଙ୍କିବାକୁ ଜଣେ ମଣିଷର ଜୀବନ ନେଇଯାଇଛି ଜଣେ ଟ୍ରକ୍ ଡ୍ରାଇଭର। ଆଉ ଦୁର୍ଘଟଣାର ଏ ଭୟାନକ ଦୃଶ୍ୟ କଏଦ୍ ହୋଇଯାଇଛି ଟୋଲ୍ ଗେଟରେ ଲାଗିଥିବା ସିସି କ୍ୟାମେରାରେ। ‘ଓଟିଭି’ ପକ୍ଷରୁ ଆଜି ଏହି ରିପୋର୍ଟ ପ୍ରସାରଣ କରାଯାଇଥିଲା।

ଶୁକ୍ରବାର ଅପରାହ୍ଣ ୩ଟା ୩ ମିନିଟ୍। ୫ ନମ୍ୱର ଗେଟରେ ଠିଆ ହୋଇଥିଲେ ଜଣେ କିନ୍ନର। ଆଗରେ ଥିଲା ଲୁହା ରେଲିଂ। ତାଙ୍କ ଦୁଇ ପଟରେ ଥିଲା ଦୁଇଟି ଗାଡ଼ି। ଗୋଟି ପଟରେ ଟ୍ରକ୍ ଓ ଅନ୍ୟ ପଟରେ କାରଟିଏ। ଏତିକି ଜାଗାରେ ଆଉ ଗୋଟେ ଗାଡ଼ି ଯିବା ଅସମ୍ଭବ। ଆଉ ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ମିନି ଟ୍ରକ ଟିକସ ଫାଙ୍କି ମାଡ଼ିଗଲା ଉକ୍ତ କିନ୍ନରଙ୍କ ଉପରେ। ପ୍ରାୟ ୧୦ ଫୁଟ ଦୂରକୁ ଘୋଷାଡ଼ି ହୋଇ ଯାଇଥିଲେ କିନ୍ନର ଜଣଙ୍କ। ପୁଣି ତଳେ ପଡ଼ିଯିବା ପରେ ମିନି ଟ୍ରକଟିର ଉଭୟ ଆଗ ଓ ପଛ ଚକ ତାଙ୍କ ଉପରେ ମାଡ଼ି ଯାଇଥିଲା। ଅଟକିବା ବଦଳରେ ମିନି ଟ୍ରକଟି ଦ୍ରୁତ ଗତିରେ ସେଠାରୁ ଚାଲି ଯାଇଥିଲା।

ଖବର ପାଇ ମାତ୍ର ୫ ମିନିଟ୍ ଭିତରେ ଘଟଣାସ୍ଥଳରେ ପହଞ୍ଚିଲା ୧୦୮ ଆମ୍ବୁଲାନ୍ସ। ତୁରନ୍ତ କିନ୍ନରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ତାଙ୍କୁ ବଞ୍ଚା ଯାଇ ପାରିଲାନି। ମୃତ କିନ୍ନରଙ୍କ ନାଁ ଟିକିନା ଓ ତାଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛି- ଟୋଲ୍ ଗେଟ୍ରେ ଏତେ ଦ୍ରୁତ ଗତିରେ ଗାଡ଼ିଟି ଯିବାର କାରଣ କଣ? ମିନିଟ୍ରକ୍ ପାଇଁ ଏଠି ଟୋଲ୍ ଟାକ୍ସ ରହିଛି ୧୨୫ ଟଙ୍କ।। ତେବେ ମାତ୍ର ୧୨୫ ଟଙ୍କ।ର ଟିକସ ଫ।ଙ୍କିବାକୁ କ'ଣ ଡ୍ରାଇଭର ଜଣେ ମଣିଷର ଜୀବନ ନେଇଗଲା? ନା ଗାଡ଼ିରେ ଅନ୍ୟକିଛି ବେଆଇନ୍ ସାମଗ୍ରୀ ଥିଲା? ତେବେ ସିସିଟିଭି ଚିତ୍ରରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ନମ୍ୱର ସ୍ପଷ୍ଟ ହୋଇ ନଥିବାରୁ ତଦନ୍ତରେ ବାଧା ଉପୁଜିଥିବା ପୋଲିସ୍ କହିଛି।

Related story