୧୨ ଡିସେମ୍ବର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କ ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ

ମେଷ: ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିଛି। ଉଭୟ ଶରୀର ଓ ମନ ଭଲ ରହିବ। ପରିବାର ସହିତ ଆନନ୍ଦରେ ଦିନଟି ଅତିବାହିତ କରିବେ। ନୂଆ ନୂଆ ଲୋକଙ୍କ ସହିତ ସଂପର୍କ ଗଢ଼ିବେ। ଆର୍ଥିକ ସ୍ଥିତି ଦୃଢ଼ ରହିବ। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ଦିନଟି ଭଲ ଅଛି। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ମାନ-ସମ୍ମାନ ବଢ଼ିବ। ବାପାଙ୍କଠାରୁ ଲାଭବାନ ହୋଇପାରନ୍ତି। ମିଥୁନ: କଥା ଓ ବ୍ୟବହାର ଉପରେ […]

12deczodaic

12deczodaic

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 06:51 AM IST

Sports

Latest News

ମେଷ: ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିଛି। ଉଭୟ ଶରୀର ଓ ମନ ଭଲ ରହିବ। ପରିବାର ସହିତ ଆନନ୍ଦରେ ଦିନଟି ଅତିବାହିତ କରିବେ। ନୂଆ ନୂଆ ଲୋକଙ୍କ ସହିତ ସଂପର୍କ ଗଢ଼ିବେ। ଆର୍ଥିକ ସ୍ଥିତି ଦୃଢ଼ ରହିବ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ଦିନଟି ଭଲ ଅଛି। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ମାନ-ସମ୍ମାନ ବଢ଼ିବ। ବାପାଙ୍କଠାରୁ ଲାଭବାନ ହୋଇପାରନ୍ତି।

ମିଥୁନ: କଥା ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ହୋଇପାରନ୍ତି। ତେଣୁ ଶରୀର ପ୍ରତି ବିଶେଷ ଭାବେ ଯତ୍ନବାନ ହୁଅନ୍ତୁ। ଅଧିକ ଖର୍ଚ୍ଚ ହେବ।

କର୍କଟ: ଅନେକ ଗୁଡ଼ିଏ ଲାଭ ପାଇବେ। ବ୍ୟବସାୟ ବଢ଼ିବ। ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀମାନଙ୍କୁ ଖୁସି ଖବର ମିଳିପାରେ। ସୁଖସମୃଦ୍ଧି ଯୋଗ ରହିଛି।

ସିଂହ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦେହ ଭଲ ରହି ନପାରେ। ଚିନ୍ତାଗ୍ରସ୍ତ ରହିବେ। କାହା ସହିତ ଝଗଡ଼ା କରନ୍ତୁ ନାହିଁ।

କନ୍ୟା: ନୂଆ ସାଙ୍ଗ ତିଆରି କରିବେ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। ସୁସ୍ୱାଦୁ ଭୋଜନ ଖାଇବେ। ଦାମୀ ଜିନିଷ କିଣିପାରନ୍ତି। ବୌଦ୍ଧିକ ଆଲୋଚନା ପ୍ରତି ରୁଚି ବଢ଼ିବ।

ତୁଳା: କାହା ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ ବିବାଦରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। କାହାର ଉପକାର କରିବାକୁ ସୁଯୋଗ ମିଳିପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ।

ବିଛା: କୌଣସି କଥାକୁ ନେଇ ଭାବପ୍ରବଣ ହୋଇଯିବେ। ମଧ୍ୟାହ୍ନ ପରେ ଆତ୍ମବିଶ୍ୱାସ ବଢ଼ିବ। ଆୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଏଥିପାଇଁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେଇପାରନ୍ତି।

ଧନୁ: ଯୋଜନା ଫଳପ୍ରଦ ହେବ। କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନର ସମ୍ଭାବନା ରହିଛି। ମାନ-ସମ୍ମାନ ବଢ଼ିବ।

ମକର: କୌଣସି ବିପଜ୍ଜନକ କାର୍ଯ୍ୟ କରନ୍ତୁ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖିଲେ ଭଲ। ମଧ୍ୟାହ୍ନ ପରେ ବହୁତ ସଫଳତା ମିଳିବ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

କୁମ୍ଭ: କୌଣସି ପ୍ରକାର ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କାହାରି କଥାକୁ ସଙ୍ଗେ ସଙ୍ଗେ ବିଶ୍ୱାସ କରନ୍ତୁ ନାହିଁ। ଅଧିକ ଖର୍ଚ୍ଚ ହେବ। ତେଣୁ ଚିନ୍ତିତ ରହିବ।

ମୀନ: ଦିନଟି ଭଲରେ କଟିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ଧନପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ କାହା ସହିତ ମତାନ୍ତର ହୋଇପାରେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos