ଦଳବଳ ସହ ବିଜେପିରେ ମିଶିବେ ସୁନ୍ଦରଗଡ଼ର ଦୁଇ ବରିଷ୍ଠ ବିଜେଡି ନେତା

ସୁନ୍ଦରଗଡ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ ଓଡ଼ିଶା ୧୨୦ ପ୍ଲସକୁ ସାକାର ପାଇଁ ଅଣ୍ଟା ଭିଡିଛି ବିଜେପି। ଭୁବନେଶ୍ୱର ପରେ ଆଜି ସୁନ୍ଦରଗଡ଼ରେ ବିଜେପିର ମିଶ୍ରଣ ପର୍ବ ହେବ।  ଆଜିର ମିଶ୍ରଣ ପର୍ବରେ ସାମିଲ ହେବେ ସୁନ୍ଦରଗଡ଼ ବିଜେଡିରୁ ଦୁଇ ଟାଣୁଆ ନେତା। ୨୦୦୯ରେ ସଦର ବିଧାନସଭା ଆସନର ବିଜେଡି  ପ୍ରାର୍ଥୀ ତଥା ହେମଗିରି ରାଜା ସୁନୀଲ କୁମାର ସିଂଦେଓ ଏବଂ ବରିଷ୍ଠ ବିଜେଡି ନେତା ଗିରିଶ ସାହୁ ବିଜେପିରେ ମିଶିବେ। ଏମାନଙ୍କ ସହ […]

nn

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 08:50 AM IST

ସୁନ୍ଦରଗଡ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ ଓଡ଼ିଶା ୧୨୦ ପ୍ଲସକୁ ସାକାର ପାଇଁ ଅଣ୍ଟା ଭିଡିଛି ବିଜେପି। ଭୁବନେଶ୍ୱର ପରେ ଆଜି ସୁନ୍ଦରଗଡ଼ରେ ବିଜେପିର ମିଶ୍ରଣ ପର୍ବ ହେବ।  ଆଜିର ମିଶ୍ରଣ ପର୍ବରେ ସାମିଲ ହେବେ ସୁନ୍ଦରଗଡ଼ ବିଜେଡିରୁ ଦୁଇ ଟାଣୁଆ ନେତା। ୨୦୦୯ରେ ସଦର ବିଧାନସଭା ଆସନର ବିଜେଡି  ପ୍ରାର୍ଥୀ ତଥା ହେମଗିରି ରାଜା ସୁନୀଲ କୁମାର ସିଂଦେଓ ଏବଂ ବରିଷ୍ଠ ବିଜେଡି ନେତା ଗିରିଶ ସାହୁ ବିଜେପିରେ ମିଶିବେ। ଏମାନଙ୍କ ସହ ଶହ ଶହ କର୍ମୀ ମଧ୍ୟ ବିଜେପିର ସାମିଲ ହେବେ।  ଏହି ମିଶ୍ରଣ  ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ କେ.ଭି ସିଂଦେଓ ଓ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗଦେବେ।

Related story