ଏନ୍‌ସେଫାଲାଇଟିସ୍‌ ଆତଙ୍କ: ୨୨ ଜଣ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଜି ଜିଲ୍ଲାପାଳ ୨୨ ଜଣ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। କେଉଁ କାରଣରୁ ସେମାନେ ଠିକ୍‌ ସମୟରେ ତଥ୍ୟ ଦେଇ ପାରୁନାହାନ୍ତି ତାହାର ଜବାବ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ଗାଁର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ୧୦୮ ପଞ୍ଚାୟତରେ ୬୪ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କର କାମ ହେଲା […]

malkangiri

Rakesh Mallick
  • Published: Wednesday, 12 October 2016
  • , Updated: 12 October 2016, 10:35 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଜି ଜିଲ୍ଲାପାଳ ୨୨ ଜଣ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। କେଉଁ କାରଣରୁ ସେମାନେ ଠିକ୍‌ ସମୟରେ ତଥ୍ୟ ଦେଇ ପାରୁନାହାନ୍ତି ତାହାର ଜବାବ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ଗାଁର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ୧୦୮ ପଞ୍ଚାୟତରେ ୬୪ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କର କାମ ହେଲା ଗାଁରେ କେତେ ସଫେଇ କଲେ, କେତେ ଲୋକଙ୍କୁ ମଶାରୀ ବାଣ୍ଟିଲେ, କେତେ ଘୁଷୁରି ଗାଁଠାରୁ ଦୂରକୁ ନେଲେ ଓ କେତେ ଘୁଷୁରି ଏନ୍‌କ୍ଲୋଜରରେ ରଖିଲେ ସେ ସମ୍ପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ। ମାତ୍ର ସେମାନେ ଠିକ୍‌ ସମୟରେ ଜିଲ୍ଲାପାଳଙ୍କ ଅଫିସ୍‌କୁ ତଥ୍ୟ ଦେଇପାରୁ ନାହାନ୍ତି। ଫଳରେ ଜିଲ୍ଲା ପ୍ରଶାସନ ଠିକଣା ସମୟରେ ପ୍ରକୃତ ତଥ୍ୟ ଜାଣିପାରୁ ନାହାନ୍ତି। ସେଥିପାଇଁ ଜିଲ୍ଲାପାଳ ୨୨ ଜଣ ନୋଡାଲ ଅଫିସରଙ୍କୁ ଏହି ନୋଟିସ୍‌ ଜାରି କରିଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ମାଲକାନଗିରି ଗସ୍ତରେ ଯାଇ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଜାପାନିଜ୍‌ ସେଫାଲାଇଟିସ୍‌ ରୋଗକୁ କିପରି ରୋକା ଯାଇପାରିବ ସେ ନେଇ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ବୈଠକ ପରେ ସ୍ୱାସ୍ଥ୍ୟ ସଚିବ ଆହୁଜା କହିଛନ୍ତି,“ପ୍ରଥମ ପର୍ଯ୍ୟାୟରେ ଡିସେମ୍ୱରରୁ ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟୀକା ଦିଆଯିବ। ବର୍ତ୍ତମାନ ସୁଦ୍ଧା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗ ୭୯ ଗାଁରେ ବ୍ୟାପିଛି, ୮୦ ପିଲା ଚିକିତ୍ସିତ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି।”

Related story