୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷାର ପ୍ରକୋପ ବଢିବ: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ୨୪ ଘଣ୍ଟା ମଧ୍ୟରେ ବର୍ଷାର ପ୍ରକୋପ ଆହୁରି ବଢିବ। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୨୪୦ମିମି ବର୍ଷା ରେକର୍ଡ କରାଯାଇ। ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀରେ ଲଗାଣ ବର୍ଷା ଜାରି ରହିଛି। ୨୪ ଘଣ୍ଟା ମଧ୍ୟରେ ହୀରାକୁଦରେ ୧୬୯.୬ ମିମି, ଅନୁଗୋଳରେ ୧୧୧.୬ ମିମି, ତାଳଚେରରେ ୧୧୦ ମିମି, ମାର୍ଶାଘାଇରେ ୧୦୮ ମିମି, କଟକରେ ୫୩.୮ […]

smb

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 03:09 PM IST

ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ୨୪ ଘଣ୍ଟା ମଧ୍ୟରେ ବର୍ଷାର ପ୍ରକୋପ ଆହୁରି ବଢିବ। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୨୪୦ମିମି ବର୍ଷା ରେକର୍ଡ କରାଯାଇ। ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀରେ ଲଗାଣ ବର୍ଷା ଜାରି ରହିଛି।

୨୪ ଘଣ୍ଟା ମଧ୍ୟରେ ହୀରାକୁଦରେ ୧୬୯.୬ ମିମି, ଅନୁଗୋଳରେ ୧୧୧.୬ ମିମି, ତାଳଚେରରେ ୧୧୦ ମିମି, ମାର୍ଶାଘାଇରେ ୧୦୮ ମିମି, କଟକରେ ୫୩.୮ ମିମି ଓ ଭୁବନେଶ୍ୱରରେ ୪୪ ମିମି ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “୬ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଗତକାଲି ରାତିରେ ସମ୍ବଲପୁର, ବରଗଡ଼ ଅଞ୍ଚଳରେରେ ଲଗାଣ ବର୍ଷା ହୋଇଥିଲା। ଆଜି ସକାଳୁ ଖୋର୍ଦ୍ଦା, ଜଗତସିଂହପୁର ଓ ପୁରୀରେ ଲଗଣା ବର୍ଷା ହେଉଛି। ବିଶେଷ କରି ମହାନଦୀ ତଳମୁଣ୍ଡରେ ବର୍ଷାର ପରିମାଣ ଅଧିକ ରହିବ।”

ସେ କହିଛନ୍ତି, “ଗତ ୨୪ ଘଣ୍ଟା ହେଲା ଲଘୁଚାପର ଗତି ସ୍ଥିର ରହିଛି। ଏହା ସ୍ଥାଳଭାଗକୁ ଚାଲି ଆସିଲେ ବର୍ଷାର ପରିମାଣ କମିଯିବ। ଏଥିରେ କୌଣସି ପରିବର୍ତ୍ତନ ନ ହେଲେ ମହାନଦୀ ତଳମୁଣ୍ଡ, ଋଷିକୂଲ୍ୟା, ବଂଶଧାରା ଓ ବ୍ରାହ୍ମଣୀ ତଳମୁଣ୍ଡରେ ଅଧିକ ପରିମାଣରେ ବର୍ଷା ହେବ। ଏହାଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।”

ଲଗାଣ ବର୍ଷାରେ ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ଅନେକ ଅଞ୍ଚଳରେ ପାଣି ପଶି ଯାଇଛି। ବହୁ ଲୋକଙ୍କ ଘରେ ମଧ୍ୟ ପାଣି ପଶିଛି। ଏପରିକି କିଛି ଅଞ୍ଚଳରେ ଲୋକଙ୍କ ଆସବାବପତ୍ର ଭାସିଯାଇଛି। ନୂଆପଡ଼ା ବସ୍ତି, ହାଉସିଂ ବୋର୍ଡ କଲୋନୀ, ମୋଦିପଡ଼ା, ଜଗନ୍ନାଥ କଲୋନୀ, କ୍ଷେତ୍ରରାଜପୁର ସମେତ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

ଗତରାତିରୁ ଭୁବନେଶ୍ୱରରେ ବର୍ଷା ଲାଗି ରହିଥିବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚାରେ ପାଣି ଚାଲି ଥିବାରୁ ଯାତାୟତରେ ସମସ୍ୟା ଦେଖା ଦେଇଛି। ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ନୟାପଲ୍ଲୀ, ବମିଖାଲ, ଲକ୍ଷ୍ମୀସାଗର ଅଞ୍ଚଳରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଜଳ ଠିକ ଭାବେ ନିଷ୍କାସିତ ହୋଇ ପାରୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି।

କେନ୍ଦୁଝରର ମାଇନିଂ ରୋଡରେ ଥିବା ଏକ ଘରୋଇ ସ୍କୁଲରେ ପାଣି ପଶି ଯିବାରୁ ଛାତ୍ରଛାତ୍ରୀଙ୍କୁ ହଟହଟ୍ଟା ହେବାକୁ ପଡିଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି।

Related story