୨୯ ଡିସେମ୍ବର, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ସତର୍କ ରହିବା ଉଚିତ

ମେଷ: ସକାଳଟି ଭଲରେ ଆରମ୍ଭ ହେବ। ଘରେ ଖୁସିର ମାହୋଲ ରହିବ। ଧନପ୍ରାପ୍ତି ଯୋଗ ରହିଛି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ହଠାତ୍ ସାକ୍ଷାତ ହୋଇପାରେ। ବୃଷ: ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ। କାହା ସହିତ ମତାନ୍ତର ହୋଇପାରେ। ସ୍ୱାସ୍ଥ୍ୟକୁ ନେଇ ଉଦାସ ରହିବେ। ପ୍ରତ୍ୟେକ କାମରେ ଧୈର୍ଯ୍ୟ ରଖନ୍ତୁ। ତରତର ହେଲେ କାମ ବିଗିଡ଼ି ଯାଇପାରେ। ମିଥୁନ: ସାମାଜିକ, ଆର୍ଥିକ ତଥା ପାରିବାରିକ କ୍ଷେତ୍ରରେ ଲାଭବାନ ହୋଇପାରନ୍ତି। ସମାଜରେ ମାନ-ପ୍ରତିଷ୍ଠା […]

zodaic

zodaic

Rakesh Mallick
  • Published: Friday, 29 December 2017
  • Updated: 29 December 2017, 07:41 AM IST

ମେଷ: ସକାଳଟି ଭଲରେ ଆରମ୍ଭ ହେବ। ଘରେ ଖୁସିର ମାହୋଲ ରହିବ। ଧନପ୍ରାପ୍ତି ଯୋଗ ରହିଛି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ହଠାତ୍ ସାକ୍ଷାତ ହୋଇପାରେ।

ବୃଷ: ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ। କାହା ସହିତ ମତାନ୍ତର ହୋଇପାରେ। ସ୍ୱାସ୍ଥ୍ୟକୁ ନେଇ ଉଦାସ ରହିବେ। ପ୍ରତ୍ୟେକ କାମରେ ଧୈର୍ଯ୍ୟ ରଖନ୍ତୁ। ତରତର ହେଲେ କାମ ବିଗିଡ଼ି ଯାଇପାରେ।

ମିଥୁନ: ସାମାଜିକ, ଆର୍ଥିକ ତଥା ପାରିବାରିକ କ୍ଷେତ୍ରରେ ଲାଭବାନ ହୋଇପାରନ୍ତି। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କଠାରୁ ଫାଇଦା ମିଳିବ। ଦିନଟି ଭଲରେ କଟିବ।

କର୍କଟ: ଉଭୟ ଚାକିରିଆ ଓ ବ୍ୟବସାୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିଛି। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କଠାରୁ ପ୍ରୋତ୍ସାହନ ପାଇବେ। ବେତନ ବଢ଼ିବାର ସଂକେତ ମିଳୁଛି। ମାନ-ପ୍ରତିଷ୍ଠା ବୃଦ୍ଧି ହେତୁ ଖୁସି ରହିବେ।

ସିଂହ: ଅଳସୁଆ ଲାଗିବ। ଥକାପଣ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଆଗ୍ରହ ହେବ ନାହିଁ। ପେଟରେ ସମସ୍ୟା ଦେଖାଯାଇପାରେ। ଅଫିସ୍‌ରେ ଉଚ୍ଚ ପଦାଧିକାରୀ ଅବା ସହକର୍ମୀଙ୍କ ସହ ଝଗଡ଼ା ହୋଇପାରେ। ତେଣୁ ଯଥା ସମ୍ଭବ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁମାନେ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ।

ତୁଳା: କାର୍ଯ୍ୟ ବୋଝରୁ ସମୟ କାଢ଼ି ବନ୍ଧୁମାନଙ୍କୁ ଭେଟିବାକୁ ଯୋଜନା କରିବେ। ଖୁସିରେ ଅଧିକ ବ୍ୟୟ କରିପାରନ୍ତି। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୋଇପାରନ୍ତି।

ବିଛା: ଦୁର୍ଘଟଣା ଯୋଗ ରହିଛି। ତେଣୁ ସତର୍କ ରୁହନ୍ତୁ। ପୂର୍ବନିର୍ଦ୍ଧାରିତ ଯୋଜନା ଅନୁଯାୟୀ କାର୍ଯ୍ୟ ସଂପାଦନ ହୋଇପାରିବ ନାହିଁ। ତେଣୁ ଦିନ ସାରା ଚିଡ଼ିଚିଡ଼ା ରହିବେ। ଭଲ ସୁଯୋଗ ହାତଛଡ଼ା ହୋଇଯାଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ।

ଧନୁ: ସନ୍ତାନସନ୍ତତିଙ୍କ ସ୍ୱାସ୍ଥ୍ୟ ଓ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କାର୍ଯ୍ୟରେ ବିଫଳତା ମନକୁ ଆଘାତ ଦେଇପାରେ।

ମକର: ଅସୁସ୍ଥ ଅନୁଭବ କରିବେ। ଚିନ୍ତିତ ରହିପାରନ୍ତି। କାହା ସହିତ ମତଭେଦ ହୋଇପାରେ। ଠିକ୍ ସମୟରେ ଭୋଜନ କରନ୍ତୁ। ମହିଳାଙ୍କ ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ: ଚିନ୍ତା ମୁକ୍ତ ରହିବେ। ଆତ୍ମବିଶ୍ୱାସ ବଢ଼ିବ। ସ୍ୱାଦିଷ୍ଟ ଭୋଜନ କରିବେ। ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି।

ମୀନ: ଆୟ ବଢ଼ାଇବା ପାଇଁ ନୂଆ ଯୋଜନା କରିପାରନ୍ତି। ନିର୍ଦ୍ଧାରିତ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଘରେ ସୁଖ,ଶାନ୍ତିର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ମନ ବି ଭଲ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos