ପଞ୍ଚାୟତ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ

ଭୁବନେଶ୍ୱର: କାଁ ଭାଁ ହିଂସାକାଣ୍ଡକୁ ଛାଡି ଦେଲେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନର ରବି ନାରାୟଣ ସେନାପତି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୮୩ ପ୍ରତିଶତ ମତଦାନ ହୋଇଥିବା ବେଳେ ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୪ ପ୍ରତିଶତ ମତଦାନ ହୋଇଛି।” ପ୍ରଥମ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ହୋଇଥିଲା। ଦେବଗଡ଼ ବ୍ୟତୀତ ରାଜ୍ୟର ୨୯ଟି […]

panchayat election 2nd fage

Rakesh Mallick
  • Published: Wednesday, 15 February 2017
  • , Updated: 15 February 2017, 08:38 PM IST

ଭୁବନେଶ୍ୱର: କାଁ ଭାଁ ହିଂସାକାଣ୍ଡକୁ ଛାଡି ଦେଲେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନର ରବି ନାରାୟଣ ସେନାପତି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୮୩ ପ୍ରତିଶତ ମତଦାନ ହୋଇଥିବା ବେଳେ ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୪ ପ୍ରତିଶତ ମତଦାନ ହୋଇଛି।”

ପ୍ରଥମ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ହୋଇଥିଲା।

ଦେବଗଡ଼ ବ୍ୟତୀତ ରାଜ୍ୟର ୨୯ଟି ଜିଲ୍ଲାର ୬୫ଟି ବ୍ଲକରେ ୧୭୫ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହୋଇଛି। ଆଜି ୧୩୮୬ଟି ପଞ୍ଚାୟତରେ ୫୩,୬୨,୮୧୪ ଜଣ ଭୋଟର ସେମାନଙ୍କ ମତଦାନ ସ୍ୟବସ୍ତ କରିଛନ୍ତି।

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ଗୋଟିଏ ଜୋନ୍‌ରେ ଜିଲ୍ଲାପରିଷଦ ଭୋଟ୍‌ ହୋଇନି। ଏଠାରେ ଜିଲ୍ଲାପରିଷଦ ସଦସ୍ୟ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ମାଓ ପ୍ରବଣ କୋରାପୁଟ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମ୍ୱେଦନଶୀଳ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ  ଓ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଥିଲା। ଆକାଶ ମାର୍ଗରୁ ହେଲିକପ୍ଟର ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖା କରାଯାଇଥିଲା। ଏହାଛଡ଼ା ସମ୍ୱେଦନଶୀଳ ବୁଥ୍‌ରେ ସିସିଟିଭି ଓ ଭିଡିଓଗ୍ରାଫି ମାଧ୍ୟମରେ ପୁରା ପ୍ରକ୍ରିୟା ଉପରେ ନଜର ରଖାଯାଇଥିଲା। ପ୍ରତି କେନ୍ଦ୍ରରେ ଦୁଇ ପୋଲିଂ ଅଫିସର, ଜଣେ ପ୍ରିଜାଇଡିଂ ଅଫିସର, ଜଣେ କିମ୍ୱା ଦୁଇ ଜଣ ପୋଲିସ ଅଧିକାରୀ ମୁତୟନ ହୋଇଥିଲେ।

Related story