ଠକ ପୋଲିସ ବାବୁଙ୍କୁ ସାବାଡ଼ କରିବାକୁ ନୂଆ ଫର୍ମୁଲା: ଏଣିକି ଦୈନିକ ଥାନାରେ ନିଆଯିବ ହାଜିରା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡ୍ୟୁଟିରେ ଠକୁଥିବା ପୋଲିସ ବାବୁଙ୍କ ପାଇଁ କଡ଼ା ପଦକ୍ଷେପ ନିଆଯିବ। ଏଣିକି ପ୍ରତିଦିନ ସକାଳ ସାଢେ ୯ଟାରେ ଥାନାରେ ହାଜିରା ନିଆଯିବ। ପ୍ରତିଦିନର ହାଜିରାକୁ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ। ହାଜିରା ବେଳେ ପୂର୍ବ ଦିନର ଘଟଣା ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଓ୍ୱାଇ.ବି ଖୁରାନିଆ କହିଛନ୍ତି।</p> <p>ଟ୍ରାଫିକ୍&zwnj; ନିନ୍ତ୍ରଣ ପାଇଁ ଦ୍ୱିତୀୟ ଥାନା ପ୍ରତିଷ୍ଠା ନେଇ ଓ୍ୱାଇ.ବି ଖୁରାନିଆ କହିଛନ୍ତି,-&ldquo;ଭୁବନେଶ୍ୱର ଏକ କ୍ରମବିକଶିତ ସହର। ବର୍ତ୍ତମାନ ୧୨ ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି। ଯାହାକୁ ନିୟନ୍ତ୍ରଣ କରିବା ଟ୍ରାଫିକ୍&zwnj; ପୋଲିସ ପାଇଁ କାଠିକର ପାଠ ହେଉଛି। ଏହାଛଡ଼ା ତ୍ରିସୂଳିଆ ବ୍ରିଜ୍&zwnj; ଖୋଲିବା ପରେ କଟକରୁ ଅଧିକ ସଂଖ୍ୟକ ଗାଡ଼ି ପ୍ରତି ଦିନ ଯାଆସ କରୁଛି। ଏଥିପାଇଁ ଚନ୍ଦ୍ରଶେଖର, ନନ୍ଦନକାନନ ଓ ଇନ୍&zwnj;ଫୋସିଟି ଥାନା ପାଇଁ କଷ୍ଟକର ହେଉଛି। ତେଣୁ ଚନ୍ଦ୍ରଶେଖରପୁର ଟ୍ରାଫିକ ୟୁନିଟ୍&zwnj;କୁ ଥାନାରେ ରୂପାନ୍ତର କରାଯିବ। ଏଠାରେ ଜଣେ ଇନ୍ସପେକ୍ଟରଙ୍କ ସମେତ ୧୭୦ ଷ୍ଟାଫ୍ ରହିବେ। ଏଥିସହ ଟ୍ରାଫିକ୍ ଥାନାରେ ୨ଟି ଜିପ୍ ଓ ୧୫ଟି ବାଇକ ରହିବ।&nbsp; ଏଥିପାଇଁ ୧ କୋଟି ୯୧ ଲକ୍ଷର ବ୍ୟୟ ଅଟକଳ କରାଯାଇଛି। ଏହି ଟ୍ରାଫିକ ଥାନା ଅଧୀନରେ ୮ଟି ଥାନା ରହିବ।&nbsp; ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ରାଜ୍ୟ ସରକାର ମଞ୍ଜୁର କଲେ ଟ୍ରାଫିକ୍&zwnj; ବ୍ୟବସ୍ଥାର ବହୁ ଉନ୍ନତି ହୋଇପାରିବ।&rdquo;</p>

Ordigital Desk
  • Published: Saturday, 02 September 2017
  • Updated: 02 September 2017, 05:37 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡ୍ୟୁଟିରେ ଠକୁଥିବା ପୋଲିସ ବାବୁଙ୍କ ପାଇଁ କଡ଼ା ପଦକ୍ଷେପ ନିଆଯିବ। ଏଣିକି ପ୍ରତିଦିନ ସକାଳ ସାଢେ ୯ଟାରେ ଥାନାରେ ହାଜିରା ନିଆଯିବ। ପ୍ରତିଦିନର ହାଜିରାକୁ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ। ହାଜିରା ବେଳେ ପୂର୍ବ ଦିନର ଘଟଣା ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଓ୍ୱାଇ.ବି ଖୁରାନିଆ କହିଛନ୍ତି।</p><p>ଟ୍ରାଫିକ୍&zwnj; ନିନ୍ତ୍ରଣ ପାଇଁ ଦ୍ୱିତୀୟ ଥାନା ପ୍ରତିଷ୍ଠା ନେଇ ଓ୍ୱାଇ.ବି ଖୁରାନିଆ କହିଛନ୍ତି,-&ldquo;ଭୁବନେଶ୍ୱର ଏକ କ୍ରମବିକଶିତ ସହର। ବର୍ତ୍ତମାନ ୧୨ ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି। ଯାହାକୁ ନିୟନ୍ତ୍ରଣ କରିବା ଟ୍ରାଫିକ୍&zwnj; ପୋଲିସ ପାଇଁ କାଠିକର ପାଠ ହେଉଛି। ଏହାଛଡ଼ା ତ୍ରିସୂଳିଆ ବ୍ରିଜ୍&zwnj; ଖୋଲିବା ପରେ କଟକରୁ ଅଧିକ ସଂଖ୍ୟକ ଗାଡ଼ି ପ୍ରତି ଦିନ ଯାଆସ କରୁଛି। ଏଥିପାଇଁ ଚନ୍ଦ୍ରଶେଖର, ନନ୍ଦନକାନନ ଓ ଇନ୍&zwnj;ଫୋସିଟି ଥାନା ପାଇଁ କଷ୍ଟକର ହେଉଛି। ତେଣୁ ଚନ୍ଦ୍ରଶେଖରପୁର ଟ୍ରାଫିକ ୟୁନିଟ୍&zwnj;କୁ ଥାନାରେ ରୂପାନ୍ତର କରାଯିବ। ଏଠାରେ ଜଣେ ଇନ୍ସପେକ୍ଟରଙ୍କ ସମେତ ୧୭୦ ଷ୍ଟାଫ୍ ରହିବେ। ଏଥିସହ ଟ୍ରାଫିକ୍ ଥାନାରେ ୨ଟି ଜିପ୍ ଓ ୧୫ଟି ବାଇକ ରହିବ।&nbsp; ଏଥିପାଇଁ ୧ କୋଟି ୯୧ ଲକ୍ଷର ବ୍ୟୟ ଅଟକଳ କରାଯାଇଛି। ଏହି ଟ୍ରାଫିକ ଥାନା ଅଧୀନରେ ୮ଟି ଥାନା ରହିବ।&nbsp; ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ରାଜ୍ୟ ସରକାର ମଞ୍ଜୁର କଲେ ଟ୍ରାଫିକ୍&zwnj; ବ୍ୟବସ୍ଥାର ବହୁ ଉନ୍ନତି ହୋଇପାରିବ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos