୨୦ ନଭେମ୍ବର, ସୋମବାର: ଜାଣନ୍ତୁ କେଉଁ ରାଶିର ଲୋକେ ଚିନ୍ତିତ ରହିବେ

ମେଷ: ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିଛି। ଆୟ ବୃଦ୍ଧିର ଯୋଗ ଖୋଲିଛି। ପଢ଼ାପଢ଼ି ପ୍ରତି ରୁଚି ବଢ଼ିବ। ଦାମ୍ପତ୍ୟ ସୁଖ ବଢ଼ିବ। ବୃଷ: ଆଜି ଆୟ ତୁଳନାରେ ବ୍ୟୟ ଅଧିକ ହେବ। ତେଣୁ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ବାଧିଲା ପରି କଥା କୁହନ୍ତୁ ନାହିଁ। ବନ୍ଧୁମାନଙ୍କ ସହଯୋଗ ମିଳିବ। ମିଥୁନ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମନ ଅଶାନ୍ତ ରହିବ। କୌଣସି ପାରିବାରିକ ସମସ୍ୟାକୁ […]

zodaic

zodaic

Rakesh Mallick
  • Published: Monday, 20 November 2017
  • Updated: 20 November 2017, 07:46 AM IST

Sports

Latest News

ମେଷ: ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିଛି। ଆୟ ବୃଦ୍ଧିର ଯୋଗ ଖୋଲିଛି। ପଢ଼ାପଢ଼ି ପ୍ରତି ରୁଚି ବଢ଼ିବ। ଦାମ୍ପତ୍ୟ ସୁଖ ବଢ଼ିବ।

ବୃଷ: ଆଜି ଆୟ ତୁଳନାରେ ବ୍ୟୟ ଅଧିକ ହେବ। ତେଣୁ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ବାଧିଲା ପରି କଥା କୁହନ୍ତୁ ନାହିଁ। ବନ୍ଧୁମାନଙ୍କ ସହଯୋଗ ମିଳିବ।

ମିଥୁନ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମନ ଅଶାନ୍ତ ରହିବ। କୌଣସି ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚ ମଧ୍ୟ ବଢ଼ିବ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ମନ ଶାନ୍ତ ରହିବ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି।

ସିଂହ: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅର୍ଥପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଘରକୁ ଅତିଥି ଆସିପାରନ୍ତି।

କନ୍ୟା: ବାଦ-ବିବାଦରେ ପଡ଼ନ୍ତୁ ନାହିଁ। କାହା ସହ କଳିଝଗଡ଼ା କରନ୍ତୁ ନାହିଁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବନ୍ଧୁ ସହାୟତାର ହାତ ବଢ଼ାଇ ପାରନ୍ତି।

ତୁଳା: ଅଫିସ୍‌ ଅବା ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମନକୁ ନକାରାତ୍ମକ ଭାବନା କବଳିତ କରି ରଖିବ। ଅନାବଶ୍ୟକ ଖର୍ଚ୍ଚ ହେବ।

ବିଛା: ବାପାମା’ଙ୍କ ଆଡ଼ୁ ସହଯୋଗ ମିଳିବ। କାର୍ଯ୍ୟକାରୀ କରିବା ପୂର୍ବରୁ କାହାରିକୁ ଯୋଜନା ସଂପର୍କରେ କୁହନ୍ତୁ ନାହିଁ। କୌଣସି ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି।

ଧନୁ: ଆଜି ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅଳସୁଆ ହୋଇପାରନ୍ତି। ବ୍ୟବସାୟକୁ ବଢ଼ାଇବାକୁ ଯୋଜନା କରିପାରନ୍ତି।

ମକର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମନ ଅଶାନ୍ତ ରହିବ। ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଅଫିସ୍‌ରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ।

କୁମ୍ଭ: ଦିନ ସାରା କାର୍ଯ୍ୟବ୍ୟସ୍ତ ରହିବେ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ଶିକ୍ଷା କ୍ଷେତ୍ରରେ ଥିବା ଲୋକେ ନୂଆ ଦାୟିତ୍ୱ ପାଇବେ।

ମୀନ: ଦିନର ଆରମ୍ଭ ଭଲରେ ହେବ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଥକି ଯିବେ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେଉ ନଥିବା ଯୋଗୁଁ ହତାଶ ଅନୁଭବ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos