୩ ଡିଗ୍ରୀ କମିଲା ରାଜଧାନୀର ତାପମାତ୍ରା

ଭୁବନେଶ୍ୱର: ତାତିରୁ ମିଳୁନି ତ୍ରାହି। ଡ଼ଡ ଡ଼ହ ଖରାରେ ସିଜୁଛି ସାରା ଓଡ଼ିଶା। ରାଜଧାନୀରେ ତାପମାତ୍ରା ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଳିଛି। ଗତକାଲି ରାଜଧାନୀ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ହୋଇଥିବା ବେଳେ ଆଜି କିଛିଟା ହ୍ରାସ ପାଇଛି। ଆଜି ରାଜଧାନୀର ତାପମାତ୍ରା ୪୨.୯ ଡିଗ୍ରୀକୁ ଖସି ଆସିଛି। ତେବେ ଗୁଳୁଗୁଳି ସହ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପାକାଇଛି। ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଆସନ୍ତା […]

heat-wave

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 05:34 PM IST

ଭୁବନେଶ୍ୱର: ତାତିରୁ ମିଳୁନି ତ୍ରାହି। ଡ଼ଡ ଡ଼ହ ଖରାରେ ସିଜୁଛି ସାରା ଓଡ଼ିଶା। ରାଜଧାନୀରେ ତାପମାତ୍ରା ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଳିଛି। ଗତକାଲି ରାଜଧାନୀ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ହୋଇଥିବା ବେଳେ ଆଜି କିଛିଟା ହ୍ରାସ ପାଇଛି। ଆଜି ରାଜଧାନୀର ତାପମାତ୍ରା ୪୨.୯ ଡିଗ୍ରୀକୁ ଖସି ଆସିଛି। ତେବେ ଗୁଳୁଗୁଳି ସହ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପାକାଇଛି।

ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ହୋଇଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, “ତାପମାତ୍ରା କିଛିଟା ହ୍ରାସ ପାଇଛି। ତଥାପି ୪୧ରୁ ୪୨ ଡିଗ୍ରୀ ତାପମାତ୍ରା ମଧ୍ୟ ଅସହ୍ୟ ହେଉଛି। ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ।”

Related story