୫ ବର୍ଷ ହେଲା ହାତଗୋଡ଼ ବନ୍ଧା ହୋଇ ପଡିଛନ୍ତି ବୃଦ୍ଧା

ଢେଙ୍କାନାଳ: ବୟସର ଅପରାହ୍ନରେ ପୁଅ ବୋହୂଙ୍କ ସେବା ଯତ୍ନ ଓ ନାତି, ନାତୁଣୀଙ୍କ ଗହଣରେ ଶେଷ ସମୟ କାଟିବାକୁ ସମସ୍ତ ଇଚ୍ଛା। ହେଲେ ଢେଙ୍କାନାଳ ଜିଲ୍ଲା କଇଁଥପୋଲିଆ ଅଞ୍ଚଳର ୮୫ ବର୍ଷିଆ ସୁନାଦେଈ ମହାନ୍ତିଙ୍କ ଭାଗ୍ୟରେ ଏହି ସୁଖ ନାହିଁ। ହାତଗୋଡ଼ ବନ୍ଧା ଅବସ୍ଥାରେ ପଡିଛନ୍ତି ଘର ବାରଣ୍ଡାରେ। ନିଜ ଆପଣାର ପରିବାର ଲୋକେ ତାଙ୍କୁ ଏପରି ଅବସ୍ଥାରେ ରଖିଛନ୍ତି। ଗୋଟିଏ ଦିନ ନୁହେଁ କି ଦୁଇ ଦିନ ନୁହେଁ ଗତ ୫ ବର୍ଷ ହେଲା ସୁନା […]

denkanal

Rakesh Mallick
  • Published: Monday, 05 September 2016
  • , Updated: 05 September 2016, 09:17 PM IST

ଢେଙ୍କାନାଳ: ବୟସର ଅପରାହ୍ନରେ ପୁଅ ବୋହୂଙ୍କ ସେବା ଯତ୍ନ ଓ ନାତି, ନାତୁଣୀଙ୍କ ଗହଣରେ ଶେଷ ସମୟ କାଟିବାକୁ ସମସ୍ତ ଇଚ୍ଛା। ହେଲେ ଢେଙ୍କାନାଳ ଜିଲ୍ଲା କଇଁଥପୋଲିଆ ଅଞ୍ଚଳର ୮୫ ବର୍ଷିଆ ସୁନାଦେଈ ମହାନ୍ତିଙ୍କ ଭାଗ୍ୟରେ ଏହି ସୁଖ ନାହିଁ। ହାତଗୋଡ଼ ବନ୍ଧା ଅବସ୍ଥାରେ ପଡିଛନ୍ତି ଘର ବାରଣ୍ଡାରେ। ନିଜ ଆପଣାର ପରିବାର ଲୋକେ ତାଙ୍କୁ ଏପରି ଅବସ୍ଥାରେ ରଖିଛନ୍ତି। ଗୋଟିଏ ଦିନ ନୁହେଁ କି ଦୁଇ ଦିନ ନୁହେଁ ଗତ ୫ ବର୍ଷ ହେଲା ସୁନା ଦେଈଙ୍କୁ ଅମାନବୀୟ ଭାବେ ହାତଗୋଡ଼ ବାନ୍ଧି ରଖାଯାଇଛି।

ଜଣେ ପଡ଼ୋଶୀ କହିଛନ୍ତି, “ବୃଦ୍ଧାଙ୍କ ବୋହୂ ତାଙ୍କୁ ବହୁତ ନିର୍ଯାତନା ଦେଉଥିଲେ। ଠିକ୍‌ରେ ଖାଇବାକୁ ଦେଉ ନ ଥିଲେ। ଘରକୁ ନେଉ ନ ଥିଲେ, ରାତିଦିନ ସେ ବାହାରେ ପଡି ରହୁଥିଲେ।”

ସୁନା ଦେଈଙ୍କ ନାତୁଣୀ ବୋହୂ କହିଛନ୍ତି, “ଦୁଇଦିନ ତଳେ ଝାଡା କରିବା ସହ କାନ୍ଥ ଓ ଗେଟ୍‌ରେ ଲଗାଇ ଥିଲେ। ଘର ଅପରିଷ୍କାର କରୁଥିଲେ। ତେଣୁ ଆଜି ମୁଁ ତାଙ୍କୁ ବାନ୍ଧିକି ରଖିଥିଲି। ମୁଁ କେବେ ବି ତାଙ୍କୁ ବାନ୍ଧିକି ରଖି ନ ଥାଏ। ମୋତେ ଯାହା ଦଣ୍ଡ ମିଳିବ ମୁଁ ଭୋବିବାକୁ ପ୍ରସ୍ତୁତ ଅଛି।”

ସୁନା ଦେଈଙ୍କ ଏପରି ଅବସ୍ଥା ଖବର ପାଇ ଓଟିଭି ପ୍ରତିନିଧି ତାଙ୍କ ଘରେ ପହଞ୍ଚି ଫଟୋ ଉଠାଇ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ। ଜିଲ୍ଲାପାଳ ଘଟଣାର ସତ୍ୟତା ଜାଣିବାକୁ ଟାଉନ ଥାନା ପୋଲିସ ସହ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଅତିରିକ୍ତ ତହସିଲଦାରଙ୍କୁ କଇଁଥପୋଲିଆ ଗାଁକୁ ପଠାଇଥିଲେ। ସେଠାରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁନା ଦେଈଙ୍କୁ ବୃଦ୍ଧାଶ୍ରମ ପଠାଯିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।’

ଅତିରିକ୍ତ ତହସିଲଦାର ସରୋଜ ପଣ୍ଡା କହିଛନ୍ତି, “ଓଟିଭି ପ୍ରତିନିଧିଙ୍କ ଠାରୁ ଖବର ପାଇ ଜିଲ୍ଲାପାଳ ଆମକୁ ପଠାଇଥିଲେ। ଆମେ ଆସି ବୃଦ୍ଧାଙ୍କୁ ଉଦ୍ଧାର କରିଛୁ। ତାଙ୍କୁ ମହର୍ଷି ଦୟାନନ୍ଦ ସର୍ଭିସ ମିଶନରେ ତାଙ୍କୁ ରଖାଯିବ।

Related story