ହାଡ଼ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଆମ ଶରୀର ଓ ମାଂସପେଶୀର ଆଧାର ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହାଡ଼ ମଜଭୁତ ରହିବା ଜରୁରୀ। କିନ୍ତୁ ଜୀବନଶୈଳୀ ଉପରେ ଠିକ୍ରେ ଧ୍ୟାନ ନ ଦେବା ଯୋଗୁଁ ହାଡ଼ ଦୁର୍ବଳ ହୋଇଯାଏ। ଆମର କେଉଁ ଅଭ୍ୟାସଗୁଡିକ ହାଡ଼କୁ ଦୁର୍ବଳ କରିଦିଏ ସେ ବିଷୟରେ ଜାଣିବା ନିହାତି ଜରୁରୀ। ଯେଉଁ ସବୁ କାରଣରୁ ହାଡ଼ ଦୁର୍ବଳ ହୋଇଯାଏ, ସେଥିରୁ ୫ଟି ବିଷୟରେ ଆମେ ଏଠାରେ ଉଲ୍ଲେଖ କରିଛୁ।
୧. ଆରାମଦାୟକ ଜୀବନଶୈଳୀ ହାଡ଼କୁ କ୍ଷତି ପହଞ୍ଚାଇଥାଏ। ହାଡକୁ ମଜଭୁତ ପ୍ରଦାନ କରିବା ପାଇଁ ସର୍ବଦା ନିଜକୁ ସକ୍ରିୟ ରଖନ୍ତୁ। ଆରାମଦାୟକ ଜୀବନଶୈଳୀ କାରଣରୁ ହାଡ଼ ସମ୍ୱନ୍ଧୀୟ ସମସ୍ୟା, ଯେପରକି ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଅଧିକ ରହିଥାଏ।
୩. ଅତ୍ୟଧିକ ମଦ ଓ ଧୂମପାନ କଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଯାଏ। ଏଭଳି ଅଭ୍ୟାସ ଦ୍ୱାରା ଅଷ୍ଟିଓପୋରସିସ୍ ଭଳି ସମସ୍ୟାର ଆଶଙ୍କା ବଢ଼ିଯାଏ।
୪. ଥାଏରଏଡ୍ ସମ୍ୱନ୍ଧୀୟ ସମସ୍ୟା ଥିଲେ ଅବା ଥାଏରଏଡ୍ ଗ୍ରନ୍ଥି ସଠିକ୍ କାମ କରୁନଥିଲେ, ଏହାର ପ୍ରଭାବ ହାଡ ଉପରେ ପଡିଥାଏ। ଥାଏରଏଡ୍ ଗ୍ରନ୍ଥିରୁ ନିର୍ଗତ ହେଉଥିବା ଥାଇରାକ୍ସିନ୍ ହାଡକୁ ଦୁର୍ବଳ କରିଦିଏ।