ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଆହତଙ୍କ ମଧ୍ୟରେ ଅଛନ୍ତି ୫ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଆହତଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଅଛନ୍ତି। ଦୁର୍ଘଟଣାରେ ବାଲେଶ୍ୱର ନୂଆପଡ଼ାର ଜଣେ ମହିଳା ଆହତ ହୋଇଛନ୍ତି। ମହିଳା ଜଣକ ହେଲେ ସବିତା ମଲ୍ଲିକ (୫୦)। ତାଙ୍କର ଗୋଡ ଏବଂ ମୁହଁରେ ଆଘାତ ଲାଗିଛି। ମୁବାରକ ଅଲ୍ଲୀ ନାମକ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ସେ ୪୧ ITBP ବାଟାଲିୟନର କର୍ମଚାରୀ ବୋଲି ଜଣାପଡିଛି। ଅନ୍ୟ ଜଣେ ଆହତ ହେଲେ ୪୫ ବର୍ଷୀୟା ମଧୁ ମଣ୍ଡଳ। ସେ […]

utkal-express

Rakesh Mallick
  • Published: Sunday, 20 August 2017
  • , Updated: 20 August 2017, 05:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଆହତଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଅଛନ୍ତି। ଦୁର୍ଘଟଣାରେ ବାଲେଶ୍ୱର ନୂଆପଡ଼ାର ଜଣେ ମହିଳା ଆହତ ହୋଇଛନ୍ତି। ମହିଳା ଜଣକ ହେଲେ ସବିତା ମଲ୍ଲିକ (୫୦)। ତାଙ୍କର ଗୋଡ ଏବଂ ମୁହଁରେ ଆଘାତ ଲାଗିଛି। ମୁବାରକ ଅଲ୍ଲୀ ନାମକ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ସେ ୪୧ ITBP ବାଟାଲିୟନର କର୍ମଚାରୀ ବୋଲି ଜଣାପଡିଛି। ଅନ୍ୟ ଜଣେ ଆହତ ହେଲେ ୪୫ ବର୍ଷୀୟା ମଧୁ ମଣ୍ଡଳ। ସେ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି। ଏହି ୩ ଜଣ ପୁରୀ, ବାଲେଶ୍ୱର ଓ ଭୁବନେଶ୍ୱରରୁ ଟ୍ରେନରେ ଉଠିଥିଲେ। ଇଷ୍ଟକୋଷ୍ଟ ରେଲେୱେ ପକ୍ଷରୁ ଆହତ ୩ ଜଣ ଯାତ୍ରୀଙ୍କ ବିଷୟରେ ସୂଚନା ଦିଆଯାଇଛି। ଅନ୍ୟ ଦୁଇ ଆହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ।

ଓଡ଼ିଶାରୁ ଆହତ ହୋଇଥିବା ୫ ଜଣ ଯାତ୍ରୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣ ଓଡିଆ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି ବୋଲି ନବୀନ କହିଛନ୍ତି। ଏହାସହ ସମସ୍ତ ଆହତ ଶୀଘ୍ର ଆରୋଗ୍ୟ ହେବା କାମନା କରିଛନ୍ତି ନବୀନ।

ମୁଜାଫରନଗରରେ ବିଜେପି ଓ ବିଜେଡି ଟିମ୍‌

ମୁଜାଫରନଗରରେ ହୋଇଥିବା ଟ୍ରେନ ଦୁର୍ଘଟଣାସ୍ଥଳ ଗସ୍ତ କରିଛି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ। ବିଜେପି ବିଧାୟକ ରବି ନାୟକ ଏହି ଟିମରେ ଅଛନ୍ତି। ପ୍ରତିନିଧି ମଣ୍ଡଳି ମୁଜାଫନଗରରେ ଆହତଙ୍କୁ ଭେଟିବା ସହ ସେମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ରବି ନାୟକ ମୁଜାଫରନଗର ମେଡିକାଲ କଲେଜରେ ବାଲେଶ୍ୱରର ଆହତ ସବିତା ମଲ୍ଲିକ ଏବଂ ଖୋର୍ଦ୍ଧାର ମଧୁ ମଣ୍ଡଳଙ୍କୁ ଭେଟିଛନ୍ତି।

ସେହିପରି ବିଜେଡିର ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ମୁଜାଫରନଗର ଯାଇଛି। ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ଆଜି ଘଟଣାସ୍ଥଳକୁ ଯାଇଛନ୍ତି। ନୃସିଂହଙ୍କ ସମେତ ଟିମରେ ପ୍ରତାପ ଦେବ, ପର୍ଶୁରାମ ଧଡ଼ା, ମୁକ୍ତିକାନ୍ତ ମଣ୍ଡଳ ଓ ସୁକାନ୍ତ ନାୟକ ଅଛନ୍ତି।

Related story