ନାରାୟଣପାଟଣା: ଜୀବନକୁ ବାଜି ଲଗାଇ ନଦୀର ପ୍ରଖର ସ୍ରୋତରୁ ୫ ପିଲାଙ୍କୁ ବଞ୍ଚାଇଲେ ଦୁଇ ଯୁବକ

ନାରାୟଣପାଟଣା: କୋରାପୁଟ ଜିଲ୍ଲାର ନାରାୟଣପାଟଣା ହରିଜନ ସାହି ନିକଟସ୍ଥ ଝଞ୍ଜ।ବାତୀ ନଈର ପ୍ରଖର ପାଣି ସୁଅରୁ ୫ ଜଣ ପିଲାଙ୍କ ପିଲାଙ୍କୁ ବଞ୍ଚାଇ ଦୁଇଜଣ ଯୁବକ ସାହସୀକତାର ପରିଚୟ ଦେଇଛନ୍ତି। ସେମାନେ ହେଲେ ହରିଶ୍ଚନ୍ଦ୍ର ହିଆଲ ଏବଂ ମୋହନ ଗରଡ଼ା। ନଦୀର ପ୍ରଖର ସ୍ରୋତକୁ ଖାତିର ନ କରି ନିଜ ଜୀବନକୁ ବାଜି ଲଗାଇ ୫ ପିଲାଙ୍କୁ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ସାହି ଠାରୁ ପ୍ରାୟ ୩୦୦ ମିଟର ଦୂର ଥିବା ନଦୀକୁ ବବୁଲ […]

5-saved

Rakesh Mallick
  • Published: Wednesday, 29 June 2016
  • , Updated: 29 June 2016, 04:34 PM IST

ନାରାୟଣପାଟଣା: କୋରାପୁଟ ଜିଲ୍ଲାର ନାରାୟଣପାଟଣା ହରିଜନ ସାହି ନିକଟସ୍ଥ ଝଞ୍ଜ।ବାତୀ ନଈର ପ୍ରଖର ପାଣି ସୁଅରୁ ୫ ଜଣ ପିଲାଙ୍କ ପିଲାଙ୍କୁ ବଞ୍ଚାଇ ଦୁଇଜଣ ଯୁବକ ସାହସୀକତାର ପରିଚୟ ଦେଇଛନ୍ତି। ସେମାନେ ହେଲେ ହରିଶ୍ଚନ୍ଦ୍ର ହିଆଲ ଏବଂ ମୋହନ ଗରଡ଼ା। ନଦୀର ପ୍ରଖର ସ୍ରୋତକୁ ଖାତିର ନ କରି ନିଜ ଜୀବନକୁ ବାଜି ଲଗାଇ ୫ ପିଲାଙ୍କୁ ଉଦ୍ଧାର କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ସାହି ଠାରୁ ପ୍ରାୟ ୩୦୦ ମିଟର ଦୂର ଥିବା ନଦୀକୁ ବବୁଲ ମହାନନ୍ଦିଆ, ଆତୁଲ ପାଢୀ, କାଳିଆ ପାଢୀ, ଜିତୁ ବିଡ଼ିକା ଓ ଲକ୍ଷଣ ବିଡ଼ିକା ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଉପର ମୁଣ୍ଡରେ ବର୍ଷା ହେବା ଯୋଗୁ ନଦୀର ସ୍ରୋତ ହଠାତ ବଢି ଯାଇଥିଲା। ଫଳରେ ପିଲାମାନେ ପାଣିରେ ଫସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ନଦୀ କୂଳରେ ଥିବା ସାହିର ଶତାଧିକ ମହିଳା ଓ ପୁରଷ ରୁଣ୍ଡ ହୋଇଯାଇଥିଲେ। ହରିଶ୍ଚନ୍ଦ୍ର ଓ ମୋହନ ପିଲାମାନଙ୍କୁ ବଞ୍ଚାଇବାକୁ ଫୁଲିଲା ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ।  ଏକ ବାଉଁଶ ଦ୍ୱାରା ସେମାନେ ସମସ୍ତଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ।

ଏପରି ସାହସୀକତାର କାର୍ଯ୍ୟ ପାଇଁ  ହରିଶ୍ଚନ୍ଦ୍ର ଏବଂ ମୋହନଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Related story