ମାତା ପାର୍ବତୀଙ୍କୁ ଭଗବାନ ଶିବ କହିଥିଲେ ଏହି ୫ଟି ଗୋପନୀୟ କଥା

ଭଗବାନ ଶିବ ହିଁ ଇଶ୍ୱର। ନା ସେ ଆଲୋକ ନା ହିଁ ସେ ଅନ୍ଧାର। ସେ ଶୂନ୍ୟ ବି ଆଉ ପଦାର୍ଥ ବି। ସେ ହିଁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ। ସେ ଶକ୍ତିର ଶ୍ରୋତ। ସେ ହିଁ ଶକ୍ତି। ଶିବ ପୂରାଣ ଅନୁଯାୟୀ ଶିବ ଓ ଶକ୍ତିର ସଂଯୋଗ ହିଁ ପରମାତ୍ମା ଅଟେ। ଶିବ ପୁରାଣ ଅନୁଯାୟୀ ପାର୍ବତୀ ମାଆ ସତୀଙ୍କର ଅବତାର। ସେ ପିଲାଟିବେଳୁ ଶିବ ଭକ୍ତ ଥିଲେ। ପାର୍ବତୀଙ୍କ ଜନ୍ମ ମାତ୍ରେ ନାରଦ ମୁନି ଭବିଷ୍ୟବାଣୀ […]

shiv-parvat copy

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 10:21 AM IST

ଭଗବାନ ଶିବ ହିଁ ଇଶ୍ୱର। ନା ସେ ଆଲୋକ ନା ହିଁ ସେ ଅନ୍ଧାର। ସେ ଶୂନ୍ୟ ବି ଆଉ ପଦାର୍ଥ ବି। ସେ ହିଁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ। ସେ ଶକ୍ତିର ଶ୍ରୋତ। ସେ ହିଁ ଶକ୍ତି। ଶିବ ପୂରାଣ ଅନୁଯାୟୀ ଶିବ ଓ ଶକ୍ତିର ସଂଯୋଗ ହିଁ ପରମାତ୍ମା ଅଟେ।

ଶିବ ପୁରାଣ ଅନୁଯାୟୀ ପାର୍ବତୀ ମାଆ ସତୀଙ୍କର ଅବତାର। ସେ ପିଲାଟିବେଳୁ ଶିବ ଭକ୍ତ ଥିଲେ। ପାର୍ବତୀଙ୍କ ଜନ୍ମ ମାତ୍ରେ ନାରଦ ମୁନି ଭବିଷ୍ୟବାଣୀ କରିଥିଲେ ଯେ ସେ ଭଗବାନ ଶିବଙ୍କୁ ବିବାହ କରିବେ। ବଡ଼ ହୋଇ ମାତା ପାର୍ବତୀଙ୍କ ଶିବଙ୍କ ପ୍ରତି ଭକ୍ତି ଆହୁରି ଗଭୀର ହେବାକୁ ଲାଗିଲା। ଅନେକ ବର୍ଷର ତପସ୍ୟା ଓ ଅନେକ ବାଧା ବିଘ୍ନ ଅତିକ୍ରମ କରିବା ପରେ ଶିବ ଓ ପାର୍ବତୀଙ୍କର ବିବାହ ହୋଇପାରିଥିଲା।

ଭଗବାନ ଶିବ ଅନେକ ଥର ମାତା ପାର୍ବତୀଙ୍କୁ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ରହସ୍ୟ ସମ୍ପର୍କରେ ବତାଇଛନ୍ତି।  ଶିବ ଶକ୍ତିଙ୍କୁ ଏପରି ୫ ଟି ଜିନିଷ ବତାଇଛନ୍ତି ଯେ ସେଗୁଡ଼ିକ ଯଦି ଆପଣ ବୁଝିଯାଆନ୍ତି ତେବେ ଆପଣଙ୍କ ଜୀବନ ବଦଳିଯିବ।

ସବୁଠୁ ବଡ଼ ଗୁଣ- ଅନ୍ୟକୁ ସମ୍ମାନ କରିବା ନିଜର ସମ୍ମାନ ରକ୍ଷା କରିବା ସବୁବେଳେ ସତ୍ୟର ମାର୍ଗରେ ଚାଲିବା ହିଁ ସବୁଠୁ ବଡ଼ ଗୁଣ।

ସବୁଠୁ ବଡ଼ ପାପ- ଦୁନିଆରେ ସବୁଠୁ ବଡ଼ ପାପ ହେଉଛି ବୋଇମାନୀ କରିବା ବା ଧୋକା ଦେବା। ଯେଉଁ ଭୁଲ ମଣିଷ ପ୍ରାୟ ସବୁବେଳେ କରିଥାଏ। ତେଣୁ ସବୁବେଳେ ବିଶ୍ୱସ୍ତ ହେବା ଉଚିତ୍।

ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ- ମଣିଷକୁ ପରିଶ୍ରମ କରିବା ସହ ନିଜର ମୂଲ୍ୟାଙ୍କନ କରିବା ଉଚିତ୍। ସବୁବେଳେ ନିଜ କାର୍ଯ୍ୟ ଓ ବ୍ୟବହାର ଉପରେ ନଜର ରଖିବା ଉଟିତ୍। ଏମିତି କୌଣସି କାମ ସହ ଲିପ୍ତ ହୁଅନ୍ତୁ ନାହିଁ ଯାହା ନୈତିକ ଦୃଷ୍ଟିରୁ ଭୁଲ।

ଏହି କାମ କରନ୍ତୁ ନାହିଁ- କେବେ ହେଲେ ଅଶୁଦ୍ଧ ଭାଷାର ପ୍ରୟୋଗ କରନ୍ତୁ ନାହିଁ। ପାପ କର୍ମ ସହ ବିଚାର ଓ ବାଣୀରେ ଅଶୁଦ୍ଧତା ଆଣିବା ଉଚିତ ନୁହେଁ।

ସଫଳତାର ମନ୍ତ୍ର- ମୋହ ହିଁ ସଂସାରର ସମସ୍ତ ସସ୍ୟାର ମୂଳ। ମୋହ-ମାୟା ମଣିଷର ସଫଳତାର ରାସ୍ତାରେ ବାଧା ସୃଷ୍ଟି କରିଥାଏ। ଯଦି ମନୁଷ୍ୟ ସଂସାରର ମୋହ-ମାୟାରୁ ମୁକ୍ତ ହୋଇଯାଏ, ତେବେ ତା’ର ସଫଳତାରେ ଆଉ କୌଣସି ବାଧା ଆସିବ ନାହିଁ। ମଣିଷକୁ ଗୋଟିଏ ପରେ ଗୋଟିଏ ଜିନିଷ ପଛରେ ନ ଦୌଡ଼ି ଧ୍ୟାନରେ ମନ ଲଗାଇବା ଉଚିତ୍। କର୍ମର ଚକ୍ର ଓ ଶରୀରର ବନ୍ଧନରୁ ମୁକ୍ତି ପାଇଁ ମଣିଷକୁ ଧ୍ୟାନର ଅଭ୍ୟାସ କରିବା ଉଚିତ୍।

 

 

 

 

 

Related story