Advertisment

ଦିଅଁଙ୍କ ପାଖରେ ଭୋଗ ହୁଏ ନୁଡୁଲସ୍, ଜୁଆର ଆସିଲେ ବୁଡ଼ିଯାଏ ଶିବଲିଙ୍ଗ

ଦୁନିଆରେ ବହୁତ କିଛି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଜିନିଷ ଅଛି। ସେଗୁଡ଼ିକୁ ଦେଖିଲେ ଅବା ସେ ବିଷୟରେ ସହଜରେ ବିଶ୍ୱାସ କରି ହୁଏ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ମନ୍ଦିର ବିଷୟରେ କହିବୁ ଯାହା ବାକି ମନ୍ଦିରମାନଙ୍କଠୁ ନିଆରା। ସେଥିପାଇଁ ଏଠାରେ ଲାଗେ ଭକ୍ତଙ୍କ ଭିଡ଼। ଚାଇନିଜ କାଳୀ ମନ୍ଦିର- କୋଲକାତାର ଟାଙ୍ଗରାରେ ଏକ ୬୦ ବର୍ଷ ପୁରୁଣା ଚାଇନିଜ କାଳୀ ମନ୍ଦିର ରହିଛି। ଏହି ସ୍ଥାନକୁ ଚାଇନା ଟାଉନ ମଧ୍ୟ କହନ୍ତି। ଏହି […]

ଅଦ୍ୟତନ ହୋଇଛି
ଦିଅଁଙ୍କ ପାଖରେ ଭୋଗ ହୁଏ ନୁଡୁଲସ୍, ଜୁଆର ଆସିଲେ ବୁଡ଼ିଯାଏ ଶିବଲିଙ୍ଗ

Temple

Advertisment

ଦୁନିଆରେ ବହୁତ କିଛି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଜିନିଷ ଅଛି। ସେଗୁଡ଼ିକୁ ଦେଖିଲେ ଅବା ସେ ବିଷୟରେ ସହଜରେ ବିଶ୍ୱାସ କରି ହୁଏ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ମନ୍ଦିର ବିଷୟରେ କହିବୁ ଯାହା ବାକି ମନ୍ଦିରମାନଙ୍କଠୁ ନିଆରା। ସେଥିପାଇଁ ଏଠାରେ ଲାଗେ ଭକ୍ତଙ୍କ ଭିଡ଼।

Advertisment

publive-imageଚାଇନିଜ କାଳୀ ମନ୍ଦିର- କୋଲକାତାର ଟାଙ୍ଗରାରେ ଏକ ୬୦ ବର୍ଷ ପୁରୁଣା ଚାଇନିଜ କାଳୀ ମନ୍ଦିର ରହିଛି। ଏହି ସ୍ଥାନକୁ ଚାଇନା ଟାଉନ ମଧ୍ୟ କହନ୍ତି। ଏହି ମନ୍ଦିରରେ ସ୍ଥାନୀୟ ଚାଇନିଜମାନେ ପୂଜା କରନ୍ତି। ଦୁର୍ଗା ପୂଜା ସମୟରେ ପ୍ରବାସୀ ଚିନାମାନେ ମଧ୍ୟ ଏଠାକୁ ଦର୍ଶନ କରିବାକୁ ଆସନ୍ତି। ଏଠାକୁ ଦର୍ଶନ ଲାଗି ଆସୁଥିବା ଅଧିକାଂଶ ଲୋକ ବୌଦ୍ଧ ଓ ଖ୍ରିଷ୍ଟିଆନ ଧର୍ମର ହୋଇଥାନ୍ତି। ଏହି ମନ୍ଦିରର ବିଶେଷତ୍ୱ ହେଉଛି, ଏଠାକୁ ଆସୁଥିବା ଭକ୍ତମାନଙ୍କୁ ପ୍ରସାଦ ଆକାରରେ ନୁଡୁଲସ୍,ଭାତ ଓ ତରକାରୀ ଦିଆଯାଏ।

publive-imageସ୍ତମ୍ଭେଶ୍ୱର ମହାଦେବ ମନ୍ଦିର- ଏହି ମନ୍ଦିରଟି  ବଡୋଦରାରୁ ୪୦ମାଇଲ ଦୂରରେ ଆରବସାଗରର ସାମ୍ନାରେ ଅବସ୍ଥିତ। ଏହି ମନ୍ଦିରର ବିଶେଷତ୍ୱ ହେଉଛି, ଆପଣ ଏଠି ଦିଅଁ ଦର୍ଶନ ସେତିକିବେଳେ କରିପାରିବେ ଯେତେବେଳେ ସମୁଦ୍ର ଜୁଆର କମ୍ ଥିବ। କାରଣ ଜୁଆର ସମୟରେ ଶିବଲିଙ୍ଗ ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ିଯାଏ।

Advertisment

publive-imageକରନୀ ମାତା ମନ୍ଦିର- ରାଜସ୍ଥାନ ବିକାନେରରୁ ୩୦ କିଲୋମିଟର ଦୂରରେ ସ୍ଥିତ ଦେଶନୋକ ସହରରେ କରନୀ ମାତାଙ୍କ ମନ୍ଦିର ଅବସ୍ଥିତ। ଏଠାରେ ପହଞ୍ଚିବା ପରେ ଆପଣଙ୍କୁ ମଣିଷଠୁ ଅଧିକ ମୂଷା ଦେଖାଦେବେ। ଏହି ମୂଷାମାନେ ହେଉଛନ୍ତି କରନୀ ମାତାଙ୍କର ସନ୍ତାନ ଓ ବଂଶଜ। କୁହାଯାଏ ଯେ କରନୀ ମାତା ହେଉଛନ୍ତି ମା ଦୁର୍ଗାଙ୍କର ଅବତାର। ସେ ପିଲାବେଳୁ ହିଁ ଲୋକକଲ୍ୟାଣ କାର୍ଯ୍ୟ କରୁଥିଲେ। ସେଥିପାଇଁ ତାଙ୍କ ନାଁ କରନୀ ମାତା ହୋଇଛି।

publive-imageହଣ୍ଡିବା ମନ୍ଦିର- ହିମାଚଳ ପ୍ରଦେଶର ମନାଲିରେ ଥିବା ହଣ୍ଡିବା ମନ୍ଦିର ଦେଶର ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରେ ଗୋଟିଏ। ଏହି ମନ୍ଦିରର ଆକର୍ଷଣ ଏହାର ନିର୍ମାଣ ଯାହା ଜାପାନର ଏକ ଶୈଳୀ 'ପଗୋଡ଼ା'ରୁ ନିଆଯାଇଛି। ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ କାଠରେ ତିଆରି ହୋଇଛି। ପୁରାତନତତ୍ତ୍ୱ ବିଭାଗ ଅନୁଯାୟୀ ଏହି ମନ୍ଦିରଟି ୧୫୫୩ ମସିହାରେ ନିର୍ମାଣ ହୋଇଥିଲା।

publive-imageବ୍ରହ୍ମା ମନ୍ଦିର- ରାଜସ୍ଥାନ ପୁଷ୍କରରେ ଅବସ୍ଥିତ ଏହି ମନ୍ଦିର ଦୁନିଆର ଏକମାତ୍ର ବ୍ରହ୍ମା ମନ୍ଦିର। କୁହାଯାଏ ମୋଗଲ ଶାସକ ଔରଙ୍ଗଜେବଙ୍କ ଶାସନ କାଳରେ ମନ୍ଦିର ନଷ୍ଟ କରିବାର ଆଦେଶ ପରେ ଯେଉଁ ଏକ ମାତ୍ର ମନ୍ଦିର ବଞ୍ଚିଯାଇଥିଲା, ସେ ହେଉଛି ଏହି ମନ୍ଦିର। ଏହି ମନ୍ଦିରର ନିର୍ମାଣ ୧୪ଶହ ଶତାବ୍ଦୀରେ ହୋଇଥିଲା। ମନ୍ଦିରର ପାର୍ଶ୍ୱରେ ଏକ ହ୍ରଦ ରହିଛି ଯାହାର ନାମ ପୁଷ୍କର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe