୫୦ ହଜାର ଏକର ଜମି ହଡ଼ପ ହୋଇଛି, ନେତା ଓ ମନ୍ତ୍ରୀ ବି ମାଡ଼ି ବସିଛନ୍ତି: ବିଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଜମି ହଡ଼ପ ଏବଂ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏଜିଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୦୯ରୁ ୫୦ହଜାର ଏକରରୁ ଅଧିକ ଜମି ହଡ଼ପ ହୋଇଛି। ନେତା, ମନ୍ତ୍ରୀ ଓ ବିଭିନ୍ନ କଂପାନୀ ବି ଏଥିରେ ସାମିଲ ଅଛନ୍ତି। ଏଜି କରିଥିବା ଆକଳନ ମୁତାବକ ହଡ଼ପ ହୋଇଥିବା ଏହି ଜମିଗୁଡ଼ିକର ମୂଲ୍ୟ ସାଢ଼େ […]

bijay

bijay

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 08:52 AM IST

Sports

Latest News

[caption id="attachment_30010" align="alignleft" width="269"]bijay ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିଜୟ ମହାପାତ୍ର[/caption]

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଜମି ହଡ଼ପ ଏବଂ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏଜିଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୦୯ରୁ ୫୦ହଜାର ଏକରରୁ ଅଧିକ ଜମି ହଡ଼ପ ହୋଇଛି। ନେତା, ମନ୍ତ୍ରୀ ଓ ବିଭିନ୍ନ କଂପାନୀ ବି ଏଥିରେ ସାମିଲ ଅଛନ୍ତି। ଏଜି କରିଥିବା ଆକଳନ ମୁତାବକ ହଡ଼ପ ହୋଇଥିବା ଏହି ଜମିଗୁଡ଼ିକର ମୂଲ୍ୟ ସାଢ଼େ ୩ହଜାର କୋଟି ଟଙ୍କାରୁ ଅଧିକ ହେବ। ତା'ମଧ୍ୟରୁ ୨୯ଟି କଂପାନୀ ୧୦୯ .୯ କୋଟି ଟଙ୍କାର ୪୦୪.୬୨ ଏକର ଜମିକୁ ବେଆଇନ ଭାବେ ଅକ୍ତିଆର କରିଛନ୍ତି। ଭୁବନେଶ୍ୱରରେ ମଧ୍ୟ ଅନେକ ବଡ଼ ବଡ଼ ଅଫିସର ସରକାରୀ ଜମିକୁ ହାତେଇ ଘର କରିଛନ୍ତି। ନିଜ ନାଁରେ ତଥା ନିଜ ପରିବାର ଲୋକଙ୍କ ନାଁରେ ସରକାରୀ ଜମି ହାତେଇଛନ୍ତି। କିନ୍ତୁ ଏହି ୬ ବର୍ଷରେ ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ହଡ଼ପ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଅନ୍ୟପକ୍ଷରେ ସରକାରୀ ଜମି ଉପରେ ମନ୍ଦିର ହୋଇଥିବା କହି ସରକାର ୨୪ ଘଣ୍ଟା ମଧ୍ୟ ଖାଲି କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକପାଖିଆ କାର୍ଯ୍ୟାନୁଷ୍ଠାନ। ସମସ୍ତ ସରକାରୀ ଜମି ହଡ଼ପ ଘଟଣା ପାଇଁ ସମାନ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍। ପୁଣି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଯେଉଁ କଥା କହୁଛନ୍ତି ତାହା ମୂଲ୍ୟହୀନ। କାରଣ ଯଦି ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉ ଥାଆନ୍ତା ତା’ହେଲେ ଜଗନ୍ନାଥଙ୍କ ଜମି ହଡ଼ପ କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଥାଆନ୍ତା।

ହମି ହଡ଼ପ ଘଟଣାରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜୟ ମହାପାତ୍ର। ସେ କହିଛନ୍ତି ଯେ କେତେ ହଡ଼ପ ଜମି ସରକାରୀ ଖାତାକୁ ଫେରିଛି, କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ କଥା ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଏହା ସହିତ ମୁଖ୍ୟମନ୍ତ୍ରୀ ନିଜେ ଲିଙ୍ଗରାଜଙ୍କ ଜମି ମାଡ଼ି ବସିଛନ୍ତି ବୋଲି ବିଜୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନରେ ରହୁଛନ୍ତି ତାହା ଲିଙ୍ଗରାଜଙ୍କ ଜମି। ତାହାକୁ ଦୁଇ ଗୁଣା ଅଧିକ ଟଙ୍କା ଦେଇ କିଣା ହୋଇଛି। ଏସବୁ ସତ କି ନୁହେଁ ମୁଖ୍ୟମନ୍ତ୍ରୀ ତାହା ବି ସ୍ପଷ୍ଟ କରନ୍ତୁ ବୋଲି ଏହି ବରିଷ୍ଠ ନେତା କହିଛନ୍ତି।

ରାଜ୍ୟରେ ଦେଖାଯାଇଥିବା ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସେ କହିଛନ୍ତି ଯେ, ଆସନ୍ତାକାଲିଠାରୁ ୯ ତାରିଖ ଯାଏଁ ବିଜେପିର ଏକ ଟିମ୍ ମରୁଡ଼ି ପ୍ରଭାବିତ ଜିଲ୍ଲା ଗୁଡ଼ିକ ପରିଦର୍ଶନରେ ଯିବ। ଏହି ଟିମର ରିପୋର୍ଟ ଆସିବା ପରେ ଆସନ୍ତା ୧୦ ତାରିଖରେ ଏକ ବୈଠକ କରାଯିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯିବ।

ଅନ୍ୟପକ୍ଷରେ ଜମି ହଡ଼ପ ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ସେ କହିଛନ୍ତି, ଏଜିଙ୍କ ରିପୋର୍ଟ ଆଧାରରେ ବିଜୟ ମହାପାତ୍ର ଏ ଅଭିଯୋଗ କରୁଛନ୍ତି। କିନ୍ତୁ ଏଜି ରିପୋର୍ଟ ହିଁ ଭିତ୍ତିହୀନ। ଏଜିଙ୍କ ଆକଳନ ଠିକ୍ ନୁହେଁ କି ଏଜି କହିଥିବା କଥା ସରକାରୀ ଗାଇଡଲାଇନ୍ ନୁହେଁ। ବିଭିନ୍ନ କଂପାନୀ ନେଇଥିବା ଜମି ନେଇ ଶିଳ୍ପ ବିଭାଗ ନିଜ ଜବାବ ଦେଇ ସାରିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ବାସଭବନ ସଂପର୍କରେ ଦିଆଯାଇଥିବା ମନ୍ତବ୍ୟର ଜବାବରେ ପ୍ରତାପ ଦେବ କହିଛନ୍ତି ଯେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ହାତ ଧରି ବିଜୟ ମହାପାତ୍ର ରାଜନୀତି ଶିଖିଥିଲେ। ତାଙ୍କ ଦଳରେ ଥିଲେ ଓ ତାଙ୍କ ସହିତ କାମ କରିଥିଲେ। ସେତେବେଳେ ସେ କାହିଁକି ଏ ଜମି ସଂପର୍କରେ ପ୍ରଶ୍ନ କରି ନଥିଲେ। ଏବେ କ’ଣ ଦଳ ବଦଳି ଯିବାରୁ ପ୍ରଶ୍ନ କରୁଛନ୍ତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story