୭ ମାସ ପରେ ନୂଆ ଟିମ୍ ଘୋଷଣା କଲେ ପ୍ରସାଦ ହରିଚନ୍ଦନ: ୧୦ ଉପସଭାପତି, ୨୫ ସାଧାରଣ ସଂପାଦକ

ଭୁବନେଶ୍ୱର: ଦାୟିତ୍ୱ ନେବାର ୭ ମାସ ପରେ ଶନିବାର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଘୋଷଣା କରିଛନ୍ତି ତାଙ୍କର ନୂଆ ଟିମ୍। ଏହି ଟିମରେ ୧୦ ଜଣ ଉପ-ସଭାପତି, ୨୫ ଜଣ ସାଧାରଣ ସଂପାଦକ, ୫୫ ଜଣ ସଂପାଦକ ଓ ୫ ଜଣ ରାଜନୈତିକ ସଂପାଦକ ରହିଛନ୍ତି। ସେହିପରି ୩୭ ଜଣଙ୍କୁ ସଂଗଠନ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ଥର ପାଇଁ ପିସିସି କାର୍ଯ୍ୟକର୍ତ୍ତା ଟିମରେ ରାଜନୈତିକ ସଂପାଦକ ପଦବୀ ସୃଷ୍ଟି କରାଯାଇଛି। ରାଜ୍ୟ କଂଗ୍ରେସରେ ବିଭିନ୍ନ […]

prasad

Rakesh Mallick
  • Published: Saturday, 01 August 2015
  • , Updated: 02 August 2015, 02:38 AM IST

ଭୁବନେଶ୍ୱର: ଦାୟିତ୍ୱ ନେବାର ୭ ମାସ ପରେ ଶନିବାର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଘୋଷଣା କରିଛନ୍ତି ତାଙ୍କର ନୂଆ ଟିମ୍। ଏହି ଟିମରେ ୧୦ ଜଣ ଉପ-ସଭାପତି, ୨୫ ଜଣ ସାଧାରଣ ସଂପାଦକ, ୫୫ ଜଣ ସଂପାଦକ ଓ ୫ ଜଣ ରାଜନୈତିକ ସଂପାଦକ ରହିଛନ୍ତି। ସେହିପରି ୩୭ ଜଣଙ୍କୁ ସଂଗଠନ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ଥର ପାଇଁ ପିସିସି କାର୍ଯ୍ୟକର୍ତ୍ତା ଟିମରେ ରାଜନୈତିକ ସଂପାଦକ ପଦବୀ ସୃଷ୍ଟି କରାଯାଇଛି। ରାଜ୍ୟ କଂଗ୍ରେସରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଯୋଗୁ ପ୍ରସାଦ ହରିଚନ୍ଦନ ନୂତନ କର୍ମକର୍ତ୍ତାଙ୍କ ତାଲିକା ଘୋଷଣା କରିବାରେ ବିଳମ୍ବ ଘଟୁଥିଲା ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଥିଲା। ଗତ ବର୍ଷ ଡିସେମ୍ବର ମାସରେ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରସାଦ ହରିଚନ୍ଦନ ଦଳର ସବୁ ନେତାକୁ ସାଙ୍ଗରେ ନେଇ କାର୍ଯ୍ୟ କରିବେ ବୋଲି ଆଭାସ ଦେଇଥିଲେ।  ‘ମୁଁ ନୁହେଁ ଆମେ’ ନୀତି ଆପଣାଇ କାର୍ଯ୍ୟ କରିବେ ବୋଲି ପ୍ରସାଦ ହରିଚନ୍ଦନ ଗଣମାଧ୍ୟମକୁ କହିଥିଲେ। ତେବେ ରାଜ୍ୟ କଂଗ୍ରେସର ବିଭିନ୍ନ ଗୋଷ୍ଠୀକୁ କିଭଳି ସନ୍ତୁଷ୍ଟ କରିବେ ସେ ନେଇ ପ୍ରସାଦ ହରିଚନ୍ଦନଙ୍କୁ ବେଶ କସରତ କରିବାକୁ ପଡ଼ିଥିଲା। ପିସିସି କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ଖୁବଶୀଘ୍ର ବୋଲି ପ୍ରସାଦ ହରିଚନ୍ଦନ ଗଣମାଧ୍ୟମକୁ ବାରମ୍ବାର କହିଥିଲେ ହେଁ ତାହା ସମ୍ଭବ ହୋଇ ପାରି ନଥିଲା। ଇତି ମଧ୍ୟରେ ଦଳର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବାକୁ ନେଇ ଦଳରେ ସୃଷ୍ଟି ହୋଇଥିବା କନ୍ଦଳ ଯୋଗୁ କାର୍ଯ୍ୟକର୍ତ୍ତା ତାଲିକା ଘୋଷଣାରେ ଆହୁରି ବିଳମ୍ବ ଘଟିବ ବୋଲି ଆଶଙ୍କା କରାଯାଉଥିଲା। ତେବେ ଆଜି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରସାଦ ହରିଚନ୍ଦନ ତାଙ୍କର ନୂଆ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟି ଆଲୋଚନା କରିଥିଲେ।

ପ୍ରସାଦ ତାଙ୍କ ନୂଆ ଟିମରେ ବିଜେପି ଛାଡ଼ି କଂଗ୍ରେସକୁ ଆସିଥିବା ଭୀମସେନ ଚୌଧରୀ, ବିଜେଡି ଛାଡ଼ି ଆସିଥିବା ହମିଦ ହୁସେନ ଓ ସିପିଆଇରୁ ଆସିଥିବା ବିଭୂ ତରାଇଙ୍କୁ ସାମିଲ କରିଛନ୍ତି। ଏହି ତିନି ଜଣଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି। ସେହିପରି ତାଙ୍କ ଟିମରେ ୮୦ ପ୍ରତିଶତ ନୂଆ ମୁହଁ ସ୍ଥାନ ପାଇଛନ୍ତି। ତାଙ୍କ ଟିମର ସଦସ୍ୟମାନଙ୍କ ମଧ୍ୟରୁ ୧୧ ଜଣ ଆଦିବାସୀ, ୧୪ ଦଳିତ ଓ ୧୨ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ନେତା ସ୍ଥାନ ପାଇଛନ୍ତି। କମିଟିରେ ସ୍ଥାନ ପାଇଥିବା ୭୭ ଜଣଙ୍କ ବୟସ ୪୦ ବର୍ଷରୁ କମ୍। ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ୧୬ ଜଣ ବିଧାୟକଙ୍କୁ ମଧ୍ୟ ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଯାଇଛି। ଏହା ସହିତ ୪୨ ଜଣ ପୂବୟତନ ବିଧାୟକଙ୍କୁ କର୍ମକର୍ତ୍ତା ତଥା କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଇଛି।  ନବ କିଶୋର ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି।

୧୦ ଉପ-ସଭାପତି: ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା, ନାରାୟଣ ଦାସ, ରବୀନ୍ଦ୍ର ସେଠୀ, ସଦନ ନାୟକ, ପ୍ରଦୀପ ମାଝୀ, ରଂଜୀବ ବିଶ୍ୱାଳ, ସୁରେଶ ମହାପାତ୍ର, ସୁଚରିତା ମହାନ୍ତି ଓ ସନ୍ଧ୍ୟା ମହାପାତ୍ର

କୋଷାଧ୍ୟକ୍ଷ: ମହମ୍ମଦ ମୋକିମ୍

୨୫ ସାଧାରଣ-ସଂପାଦକ: ଯୋଗେଶ ସିଂହ, ଦେବାଶିଷ ପଟ୍ଟନାୟକ, ଗିରିବାଳା ବେହେରା, ବିଭୂ ପ୍ରସାଦ ତରାଇ, ଭୀମସେନ ଚୌଧରୀ,  ହମିଦ ହୁସେନ, ସୁଲୋଚନା ଦାସ, ସଂଗ୍ରାମ କେଶରୀ ଜେନା, ଶ୍ୟାମସୁନ୍ଦର ହାଁସଦା, ଅଶ୍ୱିନୀ ଗୁରୁ, ଅଶୋକ ମଲ୍ଲିକ, ବିକ୍ରମ କୁମାର ପଣ୍ଡା, ବିଶ୍ୱରଂଜନ ମହାନ୍ତି, ଚିନ୍ମୟ ପ୍ରସାଦ ବେହୁରା, ଦାଶରଥୀ ଗମାଙ୍ଗୋ, ଗୋବର୍ଦ୍ଧନ ଦାସ, ହରିଶ ଗୌରାଙ୍ଗ, ଜୟନ୍ତ ମହାନ୍ତି, କିଶୋର ଜେନା, ପ୍ରମୋଦ କୁମାର ପ୍ରଧାନ, ସସ୍ମିତା ବେହେରା, ଶ୍ରୀନାଥ ମିଶ୍ର, ଶୁଭେନ୍ଦୁ ମହାନ୍ତି, ସୁମିତ୍ରା ଜେନା ଓ ସ୍ୱାଗତିକା ପଟ୍ଟନାୟକ।

୫ ରାଜନୈତିକ ସଂପାଦକ: ବିକାଶ ଗରାବଡୁ (ଭୁବନେଶ୍ୱର), ବୀଣାପାଣି ସାମଲ (ଭୁବନେଶ୍ୱର), ମନୋଜ ପ୍ରଧାନ (ଖୋର୍ଦ୍ଧା), ପ୍ରକାଶ ଚନ୍ଦ୍ର ମିଶ୍ର (କଟକ) ଓ ରବୀନ୍ଦ୍ର କୁମାର ରାୟ (ରାଉରକେଲା)।

୧୧ଟି ଜିଲ୍ଲାରେ ଡିସିସି ସଭାପତି ମଧ୍ୟ ନିଯୁକ୍ତି କରାଯାଇଛି। ସେମାନେ ହେଲେ- ଏସ୍ ଗଜପତି ରାଓ (ଗଜପତି), ଘାସିରାମ ମାଝି (ନୂଆପଡ଼ା), ଲାଲା ମନୋଜ ରାୟ (ନୟାଗଡ଼), ଶଙ୍କର ଦାସ (ସୋନପୁର), ସୁରେଶ୍ୱର ମିଶ୍ର (ସମ୍ବଲପୁର), ନବ କିଶୋର ଦାସ (ଝାରସୁଗୁଡ଼ା), ବୀରେନ ସେନାପତି (ରାଉରକେଲା), ଉମାବଲ୍ଲଭ ରଥ (ପୁରୀ), ପ୍ରଦୀପ କୁମାର ରଥ (ମୟୂରଭଞ୍ଜ), ଜାକୋବ ପ୍ରଧାନ (କନ୍ଧମାଳ) ଓ ନାରାୟଣ ପରିଜା (ବୌଦ୍ଧ)।

ଶୃଙ୍ଖଳାଗତ କମିଟି: ଡମ୍ବରୁଧର ଉଲ୍ଲାକା (ଅଧ୍ୟକ୍ଷ), ହରିଶ ଗୌରାଙ୍ଗ, ଜୟନ୍ତ ମହାନ୍ତି, କିଶୋର ଜେନା, ରବୀନ୍ଦ୍ର  କୁମାର ସେଠୀ, ସନତ ଦାସ ଓ ସନ୍ଧ୍ୟା ମହାପାତ୍ର।

ସମନ୍ୱୟ କମିଟି: ପିସିସି ସଭାପତି, ବିଧାୟକ ଦଳ ନେତା, ବିଧାୟକ ଦଳ ଉପନେତା, ରାମଚନ୍ଦ୍ର ରଥ, କାହ୍ନୁଚରଣ ଲେଙ୍କା, କାମାକ୍ଷା ପ୍ରସାଦ ସିଂହଦେଓ, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ଶ୍ରୀକାନ୍ତ ଜେନା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଭକ୍ତ ଚରଣ ଦାସ, ରମାକାନ୍ତ ମିଶ୍ର, ସୁରେନ୍ଦ୍ର ସିଂହ ଭୋଇ, ମତଲବ ଅଲ୍ଲୀ, କିଶୋର ଚରଣ ପଟେଲ, ଶିବାନନ୍ଦ ରାୟ, ସମୀର ରାଉତରାୟ, ଗୁରୁପଦ ନନ୍ଦ ଓ ହେମାନନ୍ଦ ବିଶ୍ୱାଳ।

କାର୍ଯ୍ୟକାରୀ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଅନନ୍ତ ପ୍ରସାଦ ସେଠୀ, ଅମୀୟ ପଟ୍ଟନାୟକ, ଅରୁଣ ଦେ, ବନ ମହାନ୍ତି, ଭାଗବତ ପ୍ରସାଦ ମହାନ୍ତି, ଡମ୍ବରୁଧର ଉଲ୍ଲାକା, ଜଗନ୍ନାଥ ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ, କୈଳାସ ଆଚାର୍ଯ୍ୟ, କିଶୋର ଚନ୍ଦ୍ର ପଣ୍ଡା ଓ ଶରତ ରାଉତ।

ମୁଖପାତ୍ର: ସୌଗତ ମହାନ୍ତି, ପ୍ରିୟଦର୍ଶନ ପଟ୍ଟନାୟକ ଓ ସୁଧାଂଶୁ ରାୟ ମହାପାତ୍ର।

ସୋସିଆଲ ମିଡିଆ ଦାୟିତ୍ୱ: ପ୍ରିୟବର୍ତ୍ତ ସାହୁ, ଶମସିଦା ତାୟାବ

 

Related story