୭ ମନ୍ତ୍ରୀଙ୍କ ବାସଭବନ ଘେରିଲେ ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ

ଭୁବନେଶ୍ୱର:  ବ୍ଲକ୍‌ଗ୍ରାଣ୍ଟ୍  ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ  ଗଠିତ  ମନ୍ତ୍ରୀସ୍ତରୀୟ କମିଟିର ୭ ଜଣ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଶନିବାର ଶିକ୍ଷକମାନେ ଘେରାଉ କରିଛନ୍ତି। ମନ୍ତ୍ରୀ ପ୍ରଦୀପ ଅମାତ, ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ବିକ୍ରମ କେଶରୀ ଆରୁଖ ଏବଂ ଅତ୍ୟୁନ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଆଗରେ ବ୍ଲକ ଗ୍ରାଣ୍ଟ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତକାଲି ୧୦ ଦଫା ଦାବିରେ  ବ୍ଲକ ଗ୍ରାଣ୍ଟ ଶିକ୍ଷକମାନେ ନବୀନ ନିବାସ […]

teacher

Rakesh Mallick
  • Published: Saturday, 06 February 2016
  • , Updated: 06 February 2016, 09:03 AM IST

ଭୁବନେଶ୍ୱର:  ବ୍ଲକ୍‌ଗ୍ରାଣ୍ଟ୍  ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ  ଗଠିତ  ମନ୍ତ୍ରୀସ୍ତରୀୟ କମିଟିର ୭ ଜଣ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଶନିବାର ଶିକ୍ଷକମାନେ ଘେରାଉ କରିଛନ୍ତି। ମନ୍ତ୍ରୀ ପ୍ରଦୀପ ଅମାତ, ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ବିକ୍ରମ କେଶରୀ ଆରୁଖ ଏବଂ ଅତ୍ୟୁନ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଆଗରେ ବ୍ଲକ ଗ୍ରାଣ୍ଟ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଗତକାଲି ୧୦ ଦଫା ଦାବିରେ  ବ୍ଲକ ଗ୍ରାଣ୍ଟ ଶିକ୍ଷକମାନେ ନବୀନ ନିବାସ ଘେରାଉ କରିବା ପାଇଁ  ଉଦ୍ୟମ କରୁଥିବା ବେଳେ ପୋଲିସ, ବ୍ଲକଗ୍ରାଣ୍ଟ୍ ଶିକ୍ଷକ ମୁହାଁମୁହିଁ  ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା। ଏଥିରେ କିଛି ଆନ୍ଦୋଳନକାରୀ ଶିକ୍ଷକ ଆହତ ହୋଇଥିଲେ। ପୋଲିସ ବହୁ ଶିକ୍ଷକଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୫ ତାରିଖଠାରୁ ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ଅନିର୍ଦ୍ଦିଷ୍ଟକାଳ ପାଇଁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶିକ୍ଷକଙ୍କ ସମସ୍ୟା ସମାଧାନ କରିବାକୁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ହେଲେ ଏହି କମିଟି ଏଯାଏଁ କୌଣସି ଆଖିଦୃଶିଆ ନିଷ୍ପତ୍ତି  ନେଇନାହିଁ। ପୂର୍ଣ୍ଣ ଅନୁଦାନ ପରିବର୍ତ୍ତେ ଶିକ୍ଷକ ପାଉଥିବା ଭତ୍ତାର ୨୦ ପ୍ରତିଶତ ଅଧିକ ଦିଆଯିବାକୁ ସରକାରୀ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ସଂଘ ବିରୋଧ କରିଛି। ଶୀଘ୍ର ଦାବି ପୂରଣ ନ ହେଲେ ସଂଘ ହାଇସ୍କୁଲ ପରୀକ୍ଷା ଖାତା ମୂଲାୟନକୁ ମଧ୍ୟ ବର୍ଜନ କରିବ ବୋଲି ଚେତାବନୀ ଦେଇଛି।

Related story