ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ, ୭ଟି ଟ୍ରେନ୍ ବାତିଲ, ୧୦ଟିର ଗତିପଥ ପରିବର୍ତ୍ତନ

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ରାୟଗଡ଼ା-ବିଜୟନଗରମ ରୁଟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ୭ଟି ଟ୍ରେନ୍ ବାତିଲ କରାଯିବା ସହ ୧୦ଟି ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ରାୟଗଡ଼ାରୁ ଛାଡ଼ିବାକୁ ଥିବା ରାୟଗଡ଼ା-ବିଶାଖାପାଟଣା ଟ୍ରେନ୍‌କୁ ବାତିଲ କରାଯାଇଛି। ସେହିପରି ଦୁର୍ଗ-ବିଶାଖାପାଟଣା ପାସେଞ୍ଜର, କୋରବା-ବିଶାଖାପାଟଣା ଏକ୍କପ୍ରେସ, ବିଶାଖାପାଟଣା-କୋରାପୁଟ ପାସେଞ୍ଜର, ଭୁବନେଶ୍ୱର-ଜଗଦଲପୁର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସ ଓ ରାଣୀପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ବାତିଲ  କରାଯାଇଛି। ସେହିପରି ଧାନବାଦ- ଆଲେପ୍ସି, ହାତିଆ-ଯଶୋବନ୍ତପୁର ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି।  ଉଭୟ ଏକ୍ସପ୍ରେସ୍‌ ଟିଟିଲାଗଡ଼, […]

tttttttttttttttttttttttttttt

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 04:17 PM IST

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ରାୟଗଡ଼ା-ବିଜୟନଗରମ ରୁଟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ୭ଟି ଟ୍ରେନ୍ ବାତିଲ କରାଯିବା ସହ ୧୦ଟି ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ରାୟଗଡ଼ାରୁ ଛାଡ଼ିବାକୁ ଥିବା ରାୟଗଡ଼ା-ବିଶାଖାପାଟଣା ଟ୍ରେନ୍‌କୁ ବାତିଲ କରାଯାଇଛି।

ସେହିପରି ଦୁର୍ଗ-ବିଶାଖାପାଟଣା ପାସେଞ୍ଜର, କୋରବା-ବିଶାଖାପାଟଣା ଏକ୍କପ୍ରେସ, ବିଶାଖାପାଟଣା-କୋରାପୁଟ ପାସେଞ୍ଜର, ଭୁବନେଶ୍ୱର-ଜଗଦଲପୁର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସ ଓ ରାଣୀପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ବାତିଲ  କରାଯାଇଛି।

ସେହିପରି ଧାନବାଦ- ଆଲେପ୍ସି, ହାତିଆ-ଯଶୋବନ୍ତପୁର ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି।  ଉଭୟ ଏକ୍ସପ୍ରେସ୍‌ ଟିଟିଲାଗଡ଼, ରାୟପୁର ଓ ନାଗପୁର ଦେଇ ଯିବ।  ସେହିପରି ପୁରୀ –ଅହମ୍ମଦାବାଦ ଏକ୍ସପ୍ରେସ୍‌ ଗତିପଥ ପରିବର୍ତ୍ତନ କରାଯାଇଛି। ଏହା ବିଶାଖାପାଟଣା, ବିଜୟୱାଡା, ନାଗପୁର ଓ ଅହମ୍ମଦାବାଦ ଦେଇଯିବ। ଚେନ୍ନାଇ- ଆସାନସୋଲ ଏକ୍ସପ୍ରେସ୍‌ ଖୋର୍ଦ୍ଧା ରୋଡ୍‌, ଅନୁଗୋଳ ଓ ଝାରସୁଗୁଡ଼ା ଦେଇ ଯାତ୍ରା କରିବ।

ନାନ୍‌ଡେଡ-ସମ୍ବଲପୁର ଏକ୍ସପ୍ରେସ୍‌ ଖୋର୍ଦ୍ଧା ରୋଡ୍‌ ଦେଇ ଅନୁଗୋଳ ଯିବ। ବିଶାଖାପାଟଣା- ହଜରାତ ନିଜାମୁଦ୍ଦିନ ଏକ୍ସପ୍ରେସ୍‌ ଏବଂ ବିଶାଖାପାଟଣା ଲୋକମାନ୍ୟ ତିଲକ ଟର୍ମିନାଲ ଏକ୍ସପ୍ରେସ ଦୁଭାଡ-ବିଜୟୱାଡା-ନାଗପୁର ଦେଇଯିବ।

୧୩୩୫୨ ଆଲେକ୍ସ-ଧାନବାଦ ଏକ୍ସପ୍ରେସ ବିଜୟନଗରମ୍‌-ପଲସା-ଅନୁଗଳ-ସମ୍ବଲପୁର ଦେଇ ଯିବ। ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଟିଟିଲାଗଡ଼-ସମ୍ବଳପୁର-ଅନୁଗୋଳ-ଖୋର୍ଦ୍ଧା ରୋଡ଼-ପୁରୀ ଦେଇ ଯିବ।

Related story