ଝିଅକୁ ବାହା ହେଲେ ବାପା କହିଥିଲେ ୧୨ ଶହ କୋଟି ଦେବେ, ଏବେ ୪ ଶହ କୋଟିକୁ ଖସିଲେ 

ବଲିଉଡ୍ ଫିଲ୍ମ ‘ଜୋରୁ କା ଗୁଲାମ୍‌’ ଆପଣ ଦେଖିଥିବେ ନିଶ୍ଚୟ। ସେଥିରେ କାଦର ଖାନ୍ ତାଙ୍କର ୪ ଜଣ ଝିଅଙ୍କର ବାହାଘର କରିବା ପାଇଁ ବହୁତ ଚିନ୍ତିତ ଥିଲେ। ବୁଢ଼ା ବୟସରେ ଝିଅମାନଙ୍କୁ ବାହା ଦେବା ପାଇଁ ବରପାତ୍ର ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ ମଧ୍ୟ କୌଣସି ପୁଅ ତାଙ୍କ ଝିଅକୁ ବାହା ହେବାକୁ ରାଜି ହେଉ ନ ଥିଲେ। ଆଜି ଆମେ ଆପଣଙ୍କୁ  ଏମିତି ଜଣେ ବାପାଙ୍କ ବିଷୟରେ ଜଣାଇବୁ ଯିଏ ତାଙ୍କ ଝିଅକୁ ବାହା […]

daughter

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 10:44 PM IST

ବଲିଉଡ୍ ଫିଲ୍ମ 'ଜୋରୁ କା ଗୁଲାମ୍‌' ଆପଣ ଦେଖିଥିବେ ନିଶ୍ଚୟ। ସେଥିରେ କାଦର ଖାନ୍ ତାଙ୍କର ୪ ଜଣ ଝିଅଙ୍କର ବାହାଘର କରିବା ପାଇଁ ବହୁତ ଚିନ୍ତିତ ଥିଲେ। ବୁଢ଼ା ବୟସରେ ଝିଅମାନଙ୍କୁ ବାହା ଦେବା ପାଇଁ ବରପାତ୍ର ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ ମଧ୍ୟ କୌଣସି ପୁଅ ତାଙ୍କ ଝିଅକୁ ବାହା ହେବାକୁ ରାଜି ହେଉ ନ ଥିଲେ। ଆଜି ଆମେ ଆପଣଙ୍କୁ  ଏମିତି ଜଣେ ବାପାଙ୍କ ବିଷୟରେ ଜଣାଇବୁ ଯିଏ ତାଙ୍କ ଝିଅକୁ ବାହା ହେବା ପାଇଁ ବର ପାତ୍ରକୁ  ଆଗରୁ ୧୨୦୦ କୋଟି ଟଙ୍କା ଯାଚୁଥିଲେ। କିନ୍ତୁ କୌଣସି ପୁଅ ତାଙ୍କ ଝିଅକୁ ବାହା ହେବାକୁ ରାଜି ହେଉ ନାହାଁନ୍ତି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣିବା ପାଇଁ ପଢ଼ନ୍ତୁ ପୂରା ଘଟଣା।

ଏହି ଦୁଃଖୀ ବାପା ଜଣକ ହେଉଛନ୍ତି ହଂକଂର ବହୁତ ବଡ଼ ଜାହାଜ ବ୍ୟବସାୟୀ ଜିଗି ଚାଓ। ତାଙ୍କୁ ଏବେ ୭୭ ବର୍ଷ। ସବୁ ବାପା ପରି ସିଏ ବି ଚାହାଁନ୍ତି ତାଙ୍କ ଝିଅ ବାହା ହୋଇ ଶାଶୁ ଘରକୁ ଯାଉ। ଏଥିପାଇଁ ସେ ଅନେକ ସମୟଧରି ଝିଅ ସେସିଲ ପାଇଁ ବରପାତ୍ର ଖୋଜୁଛନ୍ତି। ଝିଅକୁ ଯିଏ ବାହା ହେବ ତାକୁ ୧୨୦୦ କୋଟି ଟଙ୍କା ଦେବା ପାଇଁ ମଧ୍ୟ ଚିଗ୍‌ ରାଜି ଅଛନ୍ତି । କିନ୍ତୁ ଦୁଃଖର କଥା ଯେ ତାଙ୍କ ଝିଅକୁ କେହି ଜଣେ ବି ବିବାହ କରିବାକୁ ରାଜି ହେଉ ନାହାଁନ୍ତି।

ତାଙ୍କ ଝିଅ ସେସିଲଙ୍କୁ ଏବେ ୩୨ ବର୍ଷ। ଦେଖିବାକୁ ସେ ଖୁବ ସୁନ୍ଦର ମଧ୍ୟ। ଜିଗ୍‌ଙ୍କର ଏହି ପ୍ରସ୍ତାବ ପରେ ତାଙ୍କ ଝିଅକୁ ବିବାହ କରିବାକୁ ବାହାର ଦେଶରୁ ବି ଅନେକ ବରପାତ୍ର ଆସିଲେ। କିନ୍ତୁ ସେସିଲା ସମସ୍ତଙ୍କୁ ନା ପସନ୍ଦ କରିଦେଲେ।  ବାରମ୍ବାର ପୁଅଙ୍କୁ ନାପସନ୍ଦ କରୁଥିବା ଦେଖି ଜିଗ୍‌ ଝିଅକୁ ଏହାର କାରଣ ପଚାରିଲେ। ଉତ୍ତରରେ ସେସିଲା କହିଲେ ତାଙ୍କୁ ପୁଅଙ୍କ ଅପେକ୍ଷ ଝିଅ ଅଧିକ ପସନ୍ଦ। ସେଥିପାଇଁ ସେ ସବୁ ପୁଅଙ୍କୁ ନା ପ୍ରତ୍ୟାଖ୍ୟାନ କରୁଛନ୍ତି। ସେ ଜଣେ ସମଲିଙ୍ଗୀ । ଗତ ୬ ମାସ ହେବ ସେସିଲ୍‌ ଜଣେ ଝିଅଙ୍କ ସହ ଶାରିରୀକ ସମ୍ପର୍କରେ ଅଛନ୍ତି। ଝିଅଠାରୁ ସମ୍ପୂର୍ଣ୍ଣ କଥା ଶୁଣି ସାରିବା ପରେ ଅଶ୍ଚର୍ଯ୍ୟ ହୋଇଯାଇଥିଲ ଜିଗି। ଏସବୁ ସତ୍ତ୍ୱେ ବି ଜିଗି ତାଙ୍କ ଝିଅକୁ ବାହା ଦେବାକୁ ୪୦୦ କୋଟି ଟଙ୍କାର  ଯୌତୁକ ଘୋଷଣା କରିଛନ୍ତି। କିନ୍ତୁ ସତଘଟଣା ଜାଣିଲେ ପରେ କୌଣସି ବି ପୁଅ ସେସିଲ୍‌ଙ୍କୁ ବାହା ହେବାକୁ ରାଜି ହେଉ ନାହାଁନ୍ତି।

Related story