ଘରେ ବସି ମୋବାଇଲ ନମ୍ବର ସହ କେମିତି ଯୋଡ଼ିବେ ଆଧାର

କେନ୍ଦ୍ର ସରକାର ସମସ୍ତ ମୋବାଇଲ ବ୍ୟବହାରୀଙ୍କୁ ଫେବୃଆରୀ ୬ ତାରିଖ ସୁଧା ନିଜ ମୋବାଇଲ ନମ୍ବରକୁ ଆଧାର କାର୍ଡ଼ ସହ ଲିଙ୍କ୍ କରିବାକୁ ଆଦେଶ ଦେଇଛନ୍ତି। ଯଦି ଆପଣ ଏବେ ଯାଏଁ  ନିଜ ମୋବାଇଲ ନମ୍ବର ସହ ଆଧାର କାର୍ଡ଼ ଲିଙ୍କ୍ କରିନାହାନ୍ତି, ତେବେ ଶୀଘ୍ର କରାଇ ନିଅନ୍ତୁ। ଏବେ ଯାଏଁ ଆପଣଙ୍କୁ ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍ କରିବା ପାଇଁ ଟେଲିକମ୍ କମ୍ପାନୀର ଷ୍ଟୋରକୁ ଯିବାକୁ ପଡ଼ୁଥିଲା, ଯେଉଁଠି ମୋବାଇଲ ନମ୍ବର ଓ […]

Aadhaar Card Linking to Mobile Number

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 03:40 PM IST

କେନ୍ଦ୍ର ସରକାର ସମସ୍ତ ମୋବାଇଲ ବ୍ୟବହାରୀଙ୍କୁ ଫେବୃଆରୀ ୬ ତାରିଖ ସୁଧା ନିଜ ମୋବାଇଲ ନମ୍ବରକୁ ଆଧାର କାର୍ଡ଼ ସହ ଲିଙ୍କ୍ କରିବାକୁ ଆଦେଶ ଦେଇଛନ୍ତି। ଯଦି ଆପଣ ଏବେ ଯାଏଁ  ନିଜ ମୋବାଇଲ ନମ୍ବର ସହ ଆଧାର କାର୍ଡ଼ ଲିଙ୍କ୍ କରିନାହାନ୍ତି, ତେବେ ଶୀଘ୍ର କରାଇ ନିଅନ୍ତୁ।

ଏବେ ଯାଏଁ ଆପଣଙ୍କୁ ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍ କରିବା ପାଇଁ ଟେଲିକମ୍ କମ୍ପାନୀର ଷ୍ଟୋରକୁ ଯିବାକୁ ପଡ଼ୁଥିଲା, ଯେଉଁଠି ମୋବାଇଲ ନମ୍ବର ଓ ଆଧାର କାର୍ଡ଼ର ଭେରିଫିକେଶନ୍ କରାଯାଉଥିଲା। କିନ୍ତୁ ଏବେ ମୋବାଇଲ ନମ୍ବର ସହ ଆଧାର ଲିଙ୍କ୍ କରିବାକୁ ‌ଆପଣଙ୍କୁ ଆଉ କୁଆଡ଼େ ଯିବାକୁ ପଡ଼ିବ ନାହିଁ। ଗତ ଡିସେମ୍ବର ୧ ତାରିଖରୁ  ସରକାର ଆପଣଙ୍କୁ ଘରେ ବସି ନିଜ ମୋବାଇଲ ସାହାଯ୍ୟରେ ଲିଙ୍କ୍ କରିବାର ସୁବିଧା ଦେଇଛନ୍ତି। ‌ଆସନ୍ତୁ ଜାଣିବା ଘରେ ବସି କିପରି ନିଜ ମୋବାଇଲ ନମ୍ବରକୁ ଆଧାର କାର୍ଡ଼ ସହ ଲିଙ୍କ୍ କରିପାରିବେ।

୧: ମୋବାଇଲ ନମ୍ବରକୁ ଆଧାର ଲିଙ୍କ କରିବାକୁ ପ୍ରଥମେ UIDAIର ଅଫିସିଆଲ୍ ୱେବ୍ସାଇଟ୍‌କୁ ଯିବାକୁ ପଡ଼ିବ।

୨: ଏଠାରେ ଆପଣଙ୍କୁ Verify Email/Mobile number ଉପରେ କ୍ଲିକ୍ କରି ନିଜ ଆଧାର ନମ୍ବର, ମୋବାଇଲ ନମ୍ବର, ଇମେଲ ଆଇଡି ଓ ସ୍କ୍ରିନ୍  ଉପରେ ଥିବା ସ୍କ୍ରିନ୍ କୋଡ୍ ଦେବାକୁ ହେବ।

୩: ଏହାପରେ Get One Time Password ଲେଖା ଥବା ସ୍ଥାନରେ କ୍ଲିକ୍ କରନ୍ତୁ।

୪: ବର୍ତ୍ତମାନ ଆପଣଙ୍କ ନମ୍ବରକୁ ଏକ ପାସ୍ଓ୍ୱାର୍ଡ଼ ବା OTP ଆସିବ। ଏହି ପାସଓ୍ୱାର୍ଡ଼କୁ ଆପଣ ସ୍କ୍ରିନ୍ ଉପରେ OTP ମାଗୁଥିବା ବକ୍ସ୍‌ରେ ଲେଖି ଭେରିଫିକେସନ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।

୫: OTP ଏଣ୍ଟର କରିବା ପରେ ଆପଣଙ୍କୁ ଏକ ଧନ୍ୟବାଦର ମେସେଜ୍ ଆସିବ। ଏହାର ଅର୍ଥ ହେଉଛି ଆପଣଙ୍କ ଭେରିଫିକେସନ୍ ପ୍ରକ୍ରିୟା ପୁରା ହୋଇଛି।

Related story