ଝିଅ ସହ ଏମିତି ଫଟୋ ଉଠାଇ ଫସିଗଲେ ଆମୀର, କ’ଣ କହିଲେ ଫ୍ୟାନ୍‌

ମୁମ୍ବାଇ:ଫସିଗଲେ ଆମୀର ଖାନ୍‌। ନିଜ ଝିଅ ସହ ଫଟୋ ଉଠାଇ ଟ୍ରୋଲ୍‌ରେ ଶିକାର ହେଲେ ଆମୀର। ଫଟୋ ଦେଖି କେତେକ ଦର୍ଶକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ଏହା ଅତ୍ୟନ୍ତ ଆପତ୍ତିଜନକ।   କଥା ହେଉଛି ଆମୀର ଆଜିକାଲି ପରିବାର ସହ ବୁଲାବୁଲି କରିବାରେ ବ୍ୟସ୍ତ ରହୁଛନ୍ତି। ନିକଟରେ ସ୍ତ୍ରୀ କିରଣ ରାୱ, ପୁଅ ଆଜାଦ୍‌ ରାଓ ଏବଂ ଝିଅ ଇରା ଖାନ୍‌ଙ୍କ ସହ ସେ ତାମିଲନାଡୁର କୁନୁର୍‌ ହିଲ୍‌ ଷ୍ଟେସନ୍‌ ଯାଇଥିଲେ। ସେଠାରେ ପିଲାମାନଙ୍କ ସହ […]

cccc

Rakesh Mallick
  • Published: Friday, 01 June 2018
  • , Updated: 01 June 2018, 07:16 AM IST

ମୁମ୍ବାଇ:ଫସିଗଲେ ଆମୀର ଖାନ୍‌। ନିଜ ଝିଅ ସହ ଫଟୋ ଉଠାଇ ଟ୍ରୋଲ୍‌ରେ ଶିକାର ହେଲେ ଆମୀର। ଫଟୋ ଦେଖି କେତେକ ଦର୍ଶକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ଏହା ଅତ୍ୟନ୍ତ ଆପତ୍ତିଜନକ।  

କଥା ହେଉଛି ଆମୀର ଆଜିକାଲି ପରିବାର ସହ ବୁଲାବୁଲି କରିବାରେ ବ୍ୟସ୍ତ ରହୁଛନ୍ତି। ନିକଟରେ ସ୍ତ୍ରୀ କିରଣ ରାୱ, ପୁଅ ଆଜାଦ୍‌ ରାଓ ଏବଂ ଝିଅ ଇରା ଖାନ୍‌ଙ୍କ ସହ ସେ ତାମିଲନାଡୁର କୁନୁର୍‌ ହିଲ୍‌ ଷ୍ଟେସନ୍‌ ଯାଇଥିଲେ। ସେଠାରେ ପିଲାମାନଙ୍କ ସହ ସେ ଖୁବ୍‌ ମଜାମସ୍ତି କରିଥିଲେ। ଯାହାର ଫଟୋ ସେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ହେଲେ ଆମୀରଙ୍କୁ ଟ୍ରୋଲ୍‌ର ଶିକାର ହେବାକୁ ପଡିଛି। ଆମୀର ତାଙ୍କ ଝିଅ ଇରାଙ୍କ ସହ ଉଠାଇଥିବା ଏକ ଫଟୋକୁ ଦେଖି ପ୍ରଶଂସକ ଈର୍ଷାନ୍ୱିତ। ଫଟୋରେ ଆମୀର ଏବଂ ଝିଅ ଇରା ମଜାମସ୍ତି କରୁଥିବା ଦେଖିବାକୁ ମିଳୁଛି।

https://twitter.com/aamir_khan/status/1001763774817239040

ଇରା ବାପା ଆମୀରଙ୍କ ଉପରେ ବସି ହସୁଥିବାର ଦେଖିବାକୁ ମିଳିଛି। ଆଉ ଆମୀର ତଳେ ପଡି ହସୁଛନ୍ତି। ଫଟୋରେ ଉଭୟ ବେଶ୍ ଖୁସି ଥିବା ନଜର ଆସୁଛି। କିନ୍ତୁ ଏହି ଫଟୋକୁ ଦେଖି ଫ୍ୟାନ୍‌ମାନେ ଖପ୍ପା। ସୋସିଆଲ୍‌ ମିଡିଆରେ ଏହି ଫଟୋକୁ ଦେଖି ଲୋକେ ବିଭିନ୍ନ ପ୍ରକାର ଅଶ୍ଲୀଳ ମନ୍ତବ୍ୟ ଦେଇ ଆମୀରଙ୍କୁ ଟ୍ରୋଲ୍‌ କରିଛନ୍ତି। ଏହା ଏକ ଆପତ୍ତିଜନକ ଫଟୋ ଏବଂ ରମଜାନ୍‌ ଚାଲିଥିବା ସମୟରେ ଆମୀରଙ୍କୁ ଏମିତି ଫଟୋ ସେୟାର କରିବା ଉଚିତ ନ ଥିଲା ବୋଲି ଲୋକେ କହିଛନ୍ତି। ଇରା ହେଉଛନ୍ତି  ଆମୀର ଖାନ୍‌ ଏବଂ ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ। ରୀନାଙ୍କୁ ଛାଡପତ୍ର ଦେବା ପରେ ୨୦୦୫ରେ ଆମୀର କିରଣ ରାୱଙ୍କୁ ବିବାହ କରିଥିଲେ।

Related story