ଜଗା-କାଳିଆଙ୍କ ପାଇଁ ସବୁଠି ପ୍ରାର୍ଥନା, କେଉଁଠି ଦୀପ ଦାନ ତ କେଉଁଠି ପୂଜାର୍ଚ୍ଚନା

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ  ଚିକିତ୍ସାଧୀନ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଉପରେ ସମସ୍ତଙ୍କ ନଜର। ସେମାନଙ୍କ ଅସ୍ତ୍ରୋପଚାରକୁ ନେଇ ସଭିଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍କଣ୍ଠା ଆଉ ଆଗ୍ରହ । ଉଭୟ ସୁସ୍ଥ ହୋଇ ଫେରନ୍ତୁ ଏକଥା ସମସ୍ତେ କାମନା କରୁଛନ୍ତି। ଏ ଦୁହେଁଙ୍କ ପାଇଁ ସମଗ୍ର ରାଜ୍ୟବାସୀଙ୍କ ଦରଦ କହିଲେ ନସରେ।  ଛୁଟୁଛି ଶ୍ରଦ୍ଧା, ଭଲପାଇବାର ଏବଂ ସହାନଭୂତିର ସୁଅ । ଏହି ଯୋଡ଼ାମୁଣ୍ଡ ଶିଶୁଙ୍କ ପାଇଁ କିଏ ମନ୍ଦିର ଯାଇ ଦୀପ ଜାଳୁଛି ତ ଆଉ କିଏ ଦେବଦେବୀଙ୍କ ପାଖରେ ପ୍ରାର୍ଥନା କରୁଛି। କି’ ଧନି କି ଗରିବ ଅବା ରାଜନୈତିକ ଦଳ ଆଜି ସମସ୍ତେ  ଜଗା-କାଳିଆଙ୍କ ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଗତକାଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଦୀପ ଜାଳି ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

ସେହିଭଳି ସହିଦନଗରଠାରେ ଛାତ୍ର ବିଜେଡିର ଶତାଧିକ ସଦସ୍ୟ ସମାନ ଢଙ୍ଗରେ ପ୍ରାର୍ଥନା କରିଛନ୍ତି।  ହାତରେ ଦୀପ ଧରି ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳ ପାଇଁ ଭଗବାନଙ୍କ ନିକଟରେ ସମୂହ ପ୍ରାର୍ଥନା କରିଛନ୍ତି।

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଏହି ଆଶା ନେଇ ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।

[vc_video link="" align="center"]

Ordigital Desk
• Published: Thursday, 07 September 2017
• Updated: 07 September 2017, 10:36 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos