ଏସିରେ ଅଧିକ ସମୟ ବସି ରହୁଛନ୍ତି କି, ଦେଖା ଦେଇପାରେ ଏହି ସବୁ ସମସ୍ୟା

ଗରମରୁ ମୁକ୍ତି ପାଇଁ ଲୋକେ ଏସି ଖୋଜନ୍ତି। ଅନେକ ଲୋକ ଦିନକୁ ପ୍ରାୟ ୮ରୁ ୯ ଘଣ୍ଟା ଏସି ବା ଏୟାର କଣ୍ଡିସନରେ ବିତାଇଥାନ୍ତି। ଏହା ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଆପଣ ଜାଣନ୍ତି କି, ଏସିରେ ଅଧିକ ସମୟ ରହିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ଆସନ୍ତୁ ଜାଣିବା ଅଧିକ ସମୟ ଏସିରେ ରହିବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପକାଏ। ୧. ଅଧିକ ସମୟ ଏସିରେ ରହିବା ଦ୍ୱାରା ଭାଇରାଲ ଇନ୍‌ଫେକ୍ସନ, ଥଣ୍ଡା […]

j-333

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 10:39 AM IST

ଗରମରୁ ମୁକ୍ତି ପାଇଁ ଲୋକେ ଏସି ଖୋଜନ୍ତି। ଅନେକ ଲୋକ ଦିନକୁ ପ୍ରାୟ ୮ରୁ ୯ ଘଣ୍ଟା ଏସି ବା ଏୟାର କଣ୍ଡିସନରେ ବିତାଇଥାନ୍ତି। ଏହା ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଆପଣ ଜାଣନ୍ତି କି, ଏସିରେ ଅଧିକ ସମୟ ରହିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ଆସନ୍ତୁ ଜାଣିବା ଅଧିକ ସମୟ ଏସିରେ ରହିବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପକାଏ।

୧. ଅଧିକ ସମୟ ଏସିରେ ରହିବା ଦ୍ୱାରା ଭାଇରାଲ ଇନ୍‌ଫେକ୍ସନ, ଥଣ୍ଡା ମୁଣ୍ଡ ବିନ୍ଧା ସମସ୍ୟା ଦେଖାଦିଏ।

୨.  ଏସିର ଥଣ୍ଡା ଦ୍ୱାରା ଲାଳ ଯୁକ୍ତ ଗ୍ରନ୍ଥି(Mucous gland) ଟାଣ ହୋଇଯାଏ ଯାହା ପଳରେ ସାଇନସ୍‌ ପରି ରୋଗ ହେବାର ଆଶଙ୍କା ଦେଖାଦିଏ।

୩. ଏସି ପବନ ଶରୀରରେ ଅଧିକ ବାଜିବା ଦ୍ୱାରା ଗଳା ହାତ ଓ ଗଣ୍ଠି ଦରଜ ବଢିବା ସହ କାମ କରିବା କ୍ଷମତା କମ୍‌ ହୋଇଯାଏ।

୪. ଲଗାତାର ଭାବେ ଏସିରେ ବସିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପଡ଼ିଥାଏ। ଏହା ମାଂସପେଶୀକୁ ଟାଣିବା ସହ ମୁଣ୍ଡ ବିନ୍ଧା ସମସ୍ୟା ଉପୁଜିଥାଏ।

୫. ଅଧିକ ସମୟ ଏସିରେ ରହିଲେ ଆଜମା ବା ଶ୍ୱାସ ରୋଗର ଆଶଙ୍କା ବଢିଯାଏ। ଯଦି ଆପଣଙ୍କୁ ଥଣ୍ଡା ଧୂଳିର ଆଲର୍ଜି ଥାଏ ତେବେ ବେଶୀ ସମୟ ଏସିରେ ବସନ୍ତୁ ନାହିଁ।

୬. ଏସି ପବନ ତ୍ୱଚାକୁ   ଶୁଖିଲା କରିଦିଏ। ଯାହା ଫଳରେ ତ୍ୱଚା କୁଣ୍ଡାଇ ହୁଏ।

୭. ଏସି ପବନ ବାଜିବା ଦ୍ୱାରା ଆଖି ଜଳିବା,ପାଣି ବୋହିବା ଡ୍ରାଏନେସ୍‌ ପରି ସମସ୍ୟା ମଧ୍ୟ ଦେଖାଦେଇଥାଏ

Related story