ଆଚରଣ ବିଧି ଉଲ୍ଲଂଘନ ବିବାଦ: ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର: ଆଚରଣ ବିଧି ଉଲ୍ଲଂଘନ ନେଇ ରାଜନୀତି ଜୋର ଧରିଛି। ଆଜି ପୁଣି ପରସ୍ପର ବିରୋଧରେ  ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଓ ବିଜେଡି ଫେରାଦ ହୋଇଛନ୍ତି। ନିରାମୟ ଓ ଆହାର ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପୋଷ୍ଟର ମରାଯାଉଥିବା ବିଜେପି ଅଭିଯୋଗ କରିଛି। ବିଜେଡି ନେତାଙ୍କ ପ୍ରରୋଚନାରେ ଏଯାଏଁ ବ୍ଲକକୁ ଭୋଟର ଲିଷ୍ଟ ପଠାଯାଇ ନ ଥିବା ଦଳ କହିଛି। ସରକାରୀ କାର୍ଯ୍ୟକ୍ରମ ବାହାରେ ମଧ୍ୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଭେଟୁଥିବା ନେଇ ମଧ୍ୟ […]

bjp

Rakesh Mallick
  • Published: Tuesday, 03 January 2017
  • , Updated: 01 February 2017, 04:44 PM IST

ଭୁବନେଶ୍ୱର: ଆଚରଣ ବିଧି ଉଲ୍ଲଂଘନ ନେଇ ରାଜନୀତି ଜୋର ଧରିଛି। ଆଜି ପୁଣି ପରସ୍ପର ବିରୋଧରେ  ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଓ ବିଜେଡି ଫେରାଦ ହୋଇଛନ୍ତି। ନିରାମୟ ଓ ଆହାର ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପୋଷ୍ଟର ମରାଯାଉଥିବା ବିଜେପି ଅଭିଯୋଗ କରିଛି। ବିଜେଡି ନେତାଙ୍କ ପ୍ରରୋଚନାରେ ଏଯାଏଁ ବ୍ଲକକୁ ଭୋଟର ଲିଷ୍ଟ ପଠାଯାଇ ନ ଥିବା ଦଳ କହିଛି। ସରକାରୀ କାର୍ଯ୍ୟକ୍ରମ ବାହାରେ ମଧ୍ୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଭେଟୁଥିବା ନେଇ ମଧ୍ୟ ଅଭିଯୋଗ ଆଣିଛି। ପୂର୍ବରୁ ବିଜେପି ବିଜେଡି ମୁଖ୍ୟପାତ୍ର ଅମର ଶତପଥୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଥିଲା।

ଅନ୍ୟପକ୍ଷରେ  ବିଜେପି ବିରୋଧରେ  ପୁଣି ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ ହୋଇଛି। ଅଟଳ ଜ୍ୟୋତି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନେଇ ଦଳ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛି। ପୂର୍ବରୁ ଚାଉଳ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ ହୋଇଥିଲା।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ପାଇଁ ନିର୍ବାଚନ କମିଶନର ଘୋଷଣା କରିଥିଲେ। କିନ୍ତୁ ଶାସକ ଦଳ ନିରପେକ୍ଷ ନିର୍ବାଚନ କରିବାକୁ ଚାହୁଁନାହିଁ।”

ସମୀର କହିଛନ୍ତି, ବିଜେଡି ନିର୍ବାଚନକୁ  ନିଜ ପକ୍ଷକୁ ନେବା ପାଇଁ ସବୁ ପ୍ରକାର ଯୋଜନା କରୁଛି। ସବୁ ବ୍ଲକରେ ଭୋଟର ଲିଷ୍ଟ ପହଞ୍ଚାଇବା ପାଇଁ ନିଷ୍ପତ୍ତି ହୋଇଥିଲା। କିଛି ଯାଗାରେ ଭୋଟର ଲିଷ୍ଟ ପହଞ୍ଚି ଥିଲେ ମଧ୍ୟ ଶାସକ ଦଳର ପ୍ରରୋଚନାରେ ବିରୋଧୀ ଦଳଙ୍କୁ ଏହି ଲିଷ୍ଟ ଯୋଗାଇ ଦିଆଯାଉନାହିଁ।  ଆସନ୍ତା ୫ ତାରିଖରେ ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି।”

ସେ ଆହୁରି କହିଛନ୍ତି,“ନିରାମୟ ଓ ଆହାର ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ନୂଆ ହୋର୍ଡିଂ ଲାଗୁଛି। ଏହି ସବୁ କଥାକୁ ଆମେ ନିର୍ବାଚନ କମିଶନରଙ୍କୁ ଜଣାଇବାକୁ ଆସିଥିଲୁ।   ସରକାରୀ କାର୍ଯ୍ୟକ୍ରମ ବାହାରେ ମଧ୍ୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ ଭେଟୁଛନ୍ତି। ନିର୍ବାଚନ କମିଶନ ଏହାର ହସ୍ତକ୍ଷେପ କରନ୍ତୁ ଓ ଏହାକୁ ବନ୍ଦ କରନ୍ତୁ।”

ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି,“ବାରାମ୍ବାର ବିଜେଡି ଅଭିଯୋଗ କରିବା ସତ୍ତ୍ୱେ ବିଭିନ୍ନ ଖବର କାଗଜରେ ଅଟଳ ଜ୍ୟୋତି ଯୋଜନା ଓ ବିଭିନ୍ନ ଯୋଜନା ନାମରେ  ବିଜେପି ପ୍ରଚାର କରୁଛି। ଗତକାଲି ନିର୍ବାଚନ କମିଶନଙ୍କୁ ଆପତ୍ତି ଜଣାଇଥିଲୁ। ବିଗତ ଦିନରେ ମଧ୍ୟରେ ଆପତ୍ତି ଜଣାଇଛୁ। ବାରମ୍ବାର ଆପତ୍ତି ଜଣାଇବା ସତ୍ତ୍ୱେ ବି ବିଜେପି ଆଚରଣ ବିଧି ଉଲ୍ଲଂଘନ କରୁଛି। ଆଜି ପୁଣି ନିର୍ବାଚନ କମିଶନଙ୍କ ପାଖରେ ଆପତ୍ତି ଜଣାଇଛୁ। ଏହି ବିଷୟରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ବାଚନ କମିଶନଙ୍କୁ ଜଣାଇଛୁ।”

ସେ କହିଛନ୍ତି,“ଆହାର ଯୋଜନା ଦୁଇ ବର୍ଷ ହେଲା ଆରମ୍ଭ ହୋଇଛି। ଏଥିରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି। ଦୁଇବର୍ଷ ତଳୁ ଏହି ହୋର୍ଡିଂ ମରାଯାଇଥିଲା। ଆଜି ଏହି ହୋର୍ଡିଂ ମରାଯାଇ ନାହିଁ। ଆହାର ଯୋଜନାରେ ବିଷୟରେ ଆମେ କୌଣସି ଖବର କାଗଜ ଓ ଟିଭି ଚ୍ୟାନେଲରେ ବିଜ୍ଞାପନ ଦେଇ ନାହୁଁ। ଆଚରଣ ବିଧିକୁ ବିଜେଡି ସବୁ ବେଳେ ସମ୍ମାନ ଦେଇଆସିଛି।”

Related story