ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୋମବାର ଦାୟିତ୍ୱ ନେଲେ ଆଦିତ୍ୟ ପାଢ଼ୀ। ଗୋକୁଳ ଚନ୍ଦ୍ର ପତି ଆଜି ଏହି ପଦବୀରୁ ଅବସର ନେବା ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗୋକୁଳ ଚନ୍ଦ୍ର ପତିଙ୍କଠାରୁ ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ ପଦର ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ୧୯୮୩ ବ୍ୟାଚର୍ ଏହି ଆଇଏଏସ୍ ଅଫିସର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସେ […]

adityapadhee

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 01:55 PM IST

[caption id="attachment_54630" align="alignleft" width="300"] ଗୋକୁଳ ଚନ୍ଦ୍ର ପତିଙ୍କଠାରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଆଦିତ୍ୟ ପାଢ଼ୀ[/caption]

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୋମବାର ଦାୟିତ୍ୱ ନେଲେ ଆଦିତ୍ୟ ପାଢ଼ୀ। ଗୋକୁଳ ଚନ୍ଦ୍ର ପତି ଆଜି ଏହି ପଦବୀରୁ ଅବସର ନେବା ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗୋକୁଳ ଚନ୍ଦ୍ର ପତିଙ୍କଠାରୁ ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ ପଦର ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ୧୯୮୩ ବ୍ୟାଚର୍ ଏହି ଆଇଏଏସ୍ ଅଫିସର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସେ କାର୍ଯ୍ୟ କରିବେ। ଗ୍ରାମୀଣ ଗୃହ ନିର୍ମାଣ, ବିଦ୍ୟୁତ୍ ସଂଯୋଗ,ଜଳସେଚନ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି ଉପରେ ସେ ଗୁରୁତ୍ୱ ଦେବେ। ୨୦୧୯ ସୁଦ୍ଧା ରାଜ୍ୟର ସବୁ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରାଜ୍ୟରେ ଦେଖାଯାଇଥିବା ମରୁଡ଼ି ସ୍ଥିତି ସଂପର୍କରେ ସେ କହିଛନ୍ତି ଯେ ମରୁଡ଼ି ନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରାଯାଇଛି। ଫସଲ କଟା ପରେ ଡିସେମ୍ବର ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ। ସମସ୍ତଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବେ ବୋଲି ନୂଆ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି।

ଫାଇଲିନ୍, ହୁଡହୁଡ୍ ପରେ ମରୁଡି। ରାଜ୍ୟ ବିକାଶର ପ୍ରମୁଖ ବାଧକ ସାଜିଛି ପ୍ରାକୃତିକ ବିପର୍ଯ୍ୟୟ। ପ୍ରତିବର୍ଷ ରାଜ୍ୟ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏପରି ସ୍ଥିତିରେ ଏହାର ମୁକାବିଲା ଓ ପରିଚାଳନା ନୂଆ ମୁଖ୍ୟ ଶାସନ ସଚିବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଏହାବାଦ ଲୋକଙ୍କ ପାଖରେ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ପହଞ୍ଚିବ, ଆଉ କିଭଳି ତାକୁ ସଫଳ ଭାବେ କାର୍ଯ୍ୟକାରୀ କରି ହେବ ତାହାର ଗୁରୁଦାୟିତ୍ୱ ତାଙ୍କର। ଏହାସହ କେନ୍ଦ୍ର ବନ୍ଦ କରିଥିବା ବିଭିନ୍ନ ଯୋଜନା ରାଜ୍ୟ ଅର୍ଥରେ କିଭଳି ଚାଲିବ ସେ ନେଇ ବି ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ତାଙ୍କୁ। ରାଜ୍ୟର ବିକାଶ ନେଇ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ହେଉଛନ୍ତି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଭିତରେ କିଭଳି ଉତ୍ତମ ସମନ୍ୱୟ ରକ୍ଷା କରି ଆଗକୁ ବଢିବେ ତାଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧା ଉପରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଫୋକସ୍ ରହିବ। ଏହାସହ ରାଜ୍ୟରେ ଶିଳ୍ପ ଓ କୃଷିର ବିକାଶ ଉପରେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦେବାକୁ ପଡିବ। କିଛିଦିନ ପୂର୍ବରୁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ନୂଆ ଟିମକୁ ନେଇ ପାଢୀ ତାଙ୍କ ଆଗକୁ ଆସୁଥିବା ଚ୍ୟାଲେଞ୍ଜର କିଭଳି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଆଜି ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା ମଧ୍ୟ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି। ପୂର୍ବରୁ ଜଙ୍ଗଲ ଓ ପରିବେଶ, ଅର୍ଥ, ଗୃହ, ସାଧାରଣ ପ୍ରଶାସନ ବିଭାଗରେ ବେଶ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ଉପେନ୍ଦ୍ର। ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକ ଓ ସେତେବେଳର ମାଲକାନଗିରି ଜିଲ୍ଲାପାଳ ଭିନିଲ୍ କ୍ରିଷ୍ଣାଙ୍କୁ ମାଓବାଦୀଙ୍କ କବଳରୁ ମୁକ୍ତ କରାଇବାରେ ଉପେନ୍ଦ୍ର ଗୁରୁ ଦାୟିତ୍ୱ ତୁଲାଇଥିଲେ।

Related story