ଡାଇବେଟିସ୍‌କୁ ନିୟନ୍ତ୍ରଣ କରେ ଗ୍ରୀନ୍‌ କଫି

ଯଦି ଆପଣ ବି କଫି ପ୍ରିୟ ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଅତ୍ୟଧିକ କଫି ପିଇବା ଶରୀର ପାଇଁ କ୍ଷତିକାରକ। ବିଶେଷକରି ଏମୁନିଆ ରୋଗୀଙ୍କୁ କଫି ଅଧିକ ସେବନ କରିବା ଉଚିତ ନୁହେଁ। କାରଣ କଫିରେ ଥିବା କେଫିନ୍‌ ଶରୀରର ଅନେକ ‍କ୍ଷତି କରିଥାଏ। ଏଭଳି କ୍ଷେତ୍ରରେ ଆପଣ ଗ୍ରୀନ କଫିର ସେବନ କରିପାରିବେ। କାରଣ ଏଥିରେ କେଫିନ ନଥାଏ।  ଗ୍ରୀନ୍‌ ବ୍ରୁର ସିଇଓ ଆଦିତ୍ୟ ଗୋୟଲ କହିଛନ୍ତି ଯେ, ସାଧାରଣତଃ କଫିରେ କେଫିନର […]

ffff

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 11:47 AM IST

ଯଦି ଆପଣ ବି କଫି ପ୍ରିୟ ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଅତ୍ୟଧିକ କଫି ପିଇବା ଶରୀର ପାଇଁ କ୍ଷତିକାରକ। ବିଶେଷକରି ଏମୁନିଆ ରୋଗୀଙ୍କୁ କଫି ଅଧିକ ସେବନ କରିବା ଉଚିତ ନୁହେଁ। କାରଣ କଫିରେ ଥିବା କେଫିନ୍‌ ଶରୀରର ଅନେକ ‍କ୍ଷତି କରିଥାଏ। ଏଭଳି କ୍ଷେତ୍ରରେ ଆପଣ ଗ୍ରୀନ କଫିର ସେବନ କରିପାରିବେ। କାରଣ ଏଥିରେ କେଫିନ ନଥାଏ।  ଗ୍ରୀନ୍‌ ବ୍ରୁର ସିଇଓ ଆଦିତ୍ୟ ଗୋୟଲ କହିଛନ୍ତି ଯେ, ସାଧାରଣତଃ କଫିରେ କେଫିନର ମାତ୍ରା ୭ ରୁ ୯ ପ୍ରତିଶତ ଥାଏ, ଯାହା ଶରୀର ପାଇଁ ହାନିକାରକ। ହେଲେ ଏହି ଗ୍ରୀନ୍‌ କଫିରେ କେଫିନ୍ ନ ଥାଏ। ଏହାକୁ ସେବନ କଲେ ଆପଣ ସୁସ୍ଥ ରହିବେ। କାରଣ ଗ୍ରୀନ୍‌ କଫିର ଅନେକ ଫାଇଦା ରହିଛି।

ଗ୍ରୀନ୍‌ କଫିର ଫାଇଦା

୧.ଶରୀରକୁ ଶକ୍ତି ଯୋଗାଏ- ଗ୍ରୀନ୍‌ କଫି ମଞ୍ଜିରେ କ୍ରୋନୋଲଜିକାଲ ଏସିଡ୍ ରହିଛି। ଏହି କଫି ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ମେଟାବୋଲିଜିମ୍‌ ଠିକ୍‌ ରୁହେ। ମେଟାବୋଲିଜିମ୍ ମାତ୍ରା ସଠିକ୍‌ ରହିଲେ, ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ। ଆପଣ ଯେ କୌଣସି କାମ କରିବେ ସେଥିରେ ଆପଣଙ୍କ ମନ ଲାଗିରହେ।

୨. ଓଜନ ନିୟନ୍ତ୍ରଣ- ଗ୍ରୀନ କଫିରେ ଭିଟାମିନ ଓ ଖଣିଜ ଭରପୁର ରହିଥାଏ। ଏହା ଆପଣଙ୍କ ଶରୀରର ପୋଷକ ତତ୍ତ୍ୱଗୁଡ଼ିକୁ ନିୟନ୍ତ୍ରଣରେ ରଖେ। ଫଳରେ ଆପଣଙ୍କ ଓଜନକୁ ବଢ଼ିବାରୁ ରୋକିଥାଏ। ତେଣୁ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରୁହେ।

 

୩. ଆଣ୍ଟିଅକ୍ସିଡାଣ୍ଟ- ଗ୍ରୀନ୍‌ କଫିରେ ଆଣ୍ଟିଅକ୍ସିଡାଣ୍ଟର ଗୁଣ ରହିଥାଏ। ଏହା ଶରୀରକୁ ପ୍ରତ୍ୟେକ ହାନିକାରକ ପ୍ରଭାବରୁ ରକ୍ଷା କରିଥାଏ।  ଗ୍ରୀନ କଫିର ମଞ୍ଜିଗୁଡ଼କ ଭଜା ହୋଇଥାଏ। ଏହା ଶତ ପ୍ରତିଶତ ସୁସ୍ଥ ଅଟେ।

୪.ଡାଇବେଟିଜ୍‌କୁ ନିୟନ୍ତ୍ରଣ କରେ- ଗ୍ରୀନ କଫି ପିଇବା ଦ୍ୱାରା ଶରୀରରେ ସୁଗାରର ମାତ୍ରା ମଧ୍ୟ କମ୍‌ ହୋଇଥାଏ। ଯାହା ଡାଇବେଟିସ୍‌କୁ ନିୟନ୍ତ୍ରଣ କରିଥାଏ।

୫. ରକ୍ତଚାପ ନିୟନ୍ତ୍ରଣ- ଉଚ୍ଚ ରକ୍ତଚାପ ଯୋଗୁଁ ହୃଦଘାତ ଓ କିଡ୍‌ନୀ ରୋଗ ପରି ସମସ୍ୟା ଦେଖା ଦେଇଥାଏ। ଏହି ଗ୍ରୀନ କଫି ଶରୀରରେ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିବା ସହିତ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରିଥାଏ।

Related story